Mumbai Children Hostage: ପୁଲିସ ଗୁଳିରେ ଶିଶୁଙ୍କ ବନ୍ଧକ ରଖିଥିବା ରୋହିତର ମୃତ୍ୟୁ

ମୁମ୍ବାଇର ଏକ ଷ୍ଟୁଡିଓରେ ଶିଶୁମାନଙ୍କୁ ପଣବନ୍ଦୀ ମାମଲାରେ ଏକ ନାଟକୀୟ ମୋଡ଼ ଆସିଛି । ପୁଲିସ ଗୁଳିରେ ଆହତ ହୋଇଥିବା ଅଭିଯୁକ୍ତ ରୋହିତ ଆର୍ଯ୍ୟା (Rohit Arya)ର ମୃତ୍ୟୁ ହୋଇଛି ।  

Rohit

Rohit Arya dead

ମୁମ୍ବାଇ :  ମୁମ୍ବାଇ ଏକ ଷ୍ଟୁଡିଓରେ ଶିଶୁମାନଙ୍କୁ ପଣବନ୍ଦୀ ମାମଲାରେ ଏକ ନାଟକୀୟ ମୋଡ଼ ଆସିଛି । ପୁଲିସ ଗୁଳିରେ ଅଭିଯୁକ୍ତ ରୋହିତ ଆର୍ଯ୍ୟା (Rohit Arya)ର ମୃତ୍ୟୁ ହୋଇଛି ।  

ସୂଚନା ଅନୁସାରେ ପୁଲିସ ଦ୍ବାରା ଗିରଫ ହେବା ସମୟରେ ସେ ଅଚାନକ ପୁଲିସ ଉପରକୁ ଗୁଳିଚଳାଇଥିଲା । ଏହାର ଜବାବରେ ପୁଲିସ ବି ଗୁଳି ଚଳାଇଥିଲା । ପୁଲିସ ଗୁଳି ଦ୍ବାରା ସେ ଗୁରୁତର ଆହତ ହେବା ପରେ ତାକୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । 

ଆହୁରି ପଢନ୍ତୁ : Mumbai Children Hostage: ମୁକ୍ତ ହେଲେ ମୁମ୍ବାଇ ଷ୍ଟୁଡିଓରେ ପଣବନ୍ଦୀ ଥିବା ୨୦ ଶିଶୁ,  ଅଭିଯୁକ୍ତ ଗିରଫ

ସୂଚନା ଅନୁସାରେ ରୋହିତ ଶିଶୁମାନଙ୍କୁ ପବଇସ୍ଥିତ RA ଷ୍ଟୁଡିଓର ପ୍ରଥମ ମହଲାରେ ବନ୍ଧକ ରହିଥିଲା । ଗତ ଚାରିରୁ ପାଞ୍ଚ ଦିନ ଧରି ଏହି ଷ୍ଟୁଡିଓରେ ଅଡିସନ୍ ଚାଲିଥିଲା। ଆଜି ୧୦୦ ଜଣ ପିଲା ଅଡିସନ୍ ପାଇଁ ଆସିଥିଲେ। ଅଭିଯୁକ୍ତ ରୋହିତ ୮୦ ଜଣ ପିଲାଙ୍କୁ ଘରକୁ ପଠାଇ ଦେଇଥିଲା, କିନ୍ତୁ ବାକି ପ୍ରାୟ ୧୫-୨୦ ଜଣ ପିଲାଙ୍କୁ ଷ୍ଟୁଡିଓ ଭିତରେ ଥିବା ଏକ କୋଠରୀରେ ବନ୍ଦ କରି ଦେଇଥିଲା। ସେ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି କେତେକ ଲୋକଙ୍କୁ ଭେଟିବାକୁ ଦାବି କରିଥିଲା । ଦାବି ପୂରଣ ନହେଲେ ସମଗ୍ର ଷ୍ଟୁଡିଓକୁ ଜଳାଇଦେବାକୁ ଧମକ ଦେଇଥିଲା । ପିଲାମାନଙ୍କୁ ବନ୍ଧକ ରଖିବା ଘଟଣା ଜଣାପଡିବା ମାତ୍ରେ ଷ୍ଟୁଡିଓ ବାହାରେ ହଙ୍ଗାମା ଆରମ୍ଭ ହୋଇଯାଇଥିଲା। 

ଆହୁରି ପଢନ୍ତୁ : Rahul On Modi: ଲୋକସଭା ନିର୍ବାଚନରେ ​​ଭୋଟ ଚୋରି କରି ଏନଡିଏ ସରକାର ଗଠନ କରିଛି ବୋଲି କହିଲେ ରାହୁଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe