ସୋନାକ୍ଷୀଙ୍କୁ ନେଇ କୁମାର ବିଶ୍ବାସଙ୍କ ମନ୍ତବ୍ୟ ଯୋଗୁ ରାଜନୈତିକ ବିବାଦ

Advertisment

ସୋନାକ୍ଷୀଙ୍କୁ ନେଇ କୁମାର ବିଶ୍ୱାସ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି। କଂଗ୍ରେସ ପକ୍ଷରୁ ସୁପ୍ରିୟା ଶ୍ରୀନେତ କଡ଼ା ସମାଲୋଚନା କରି କ୍ଷମା ମାଗିବାକୁ ଦାବି କରିଛନ୍ତି। ଝିଅଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେଇ କୁମାର ଶସ୍ତା କରତାଳି ପାଇବାକୁ ଚାହୁଁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି...

ସୋନାକ୍ଷୀଙ୍କୁ ନେଇ କୁମାର ବିଶ୍ୱାସ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି। କଂଗ୍ରେସ ପକ୍ଷରୁ ସୁପ୍ରିୟା ଶ୍ରୀନେତ କଡ଼ା ସମାଲୋଚନା କରି କ୍ଷମା ମାଗିବାକୁ ଦାବି କରିଛନ୍ତି। ଝିଅଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେଇ କୁମାର ଶସ୍ତା କରତାଳି ପାଇବାକୁ ଚାହୁଁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି...

kumar Biswas

kumar Biswas Photograph: (Sambad.in)

ନୂଆଦିଲ୍ଲୀ: ସୋନାକ୍ଷୀ ସିହ୍ନାଙ୍କ ଉପରେ ମନ୍ତବ୍ୟ ପ୍ରଦାନ କରି କବି କୁମାର ବିଶ୍ୱାସ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ସେ ରାଜନୈତିକ ଦଳର ସମାଲୋଚନାର ଶିକାର ହୋଇଛନ୍ତି। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଏହି ପ୍ରସଙ୍ଗରେ କୁମାର ବିଶ୍ୱାସଙ୍କୁ କଡ଼ା ସମାଲୋଚନା କରିଛନ୍ତି। କୁମାର ଝିଅମାନଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେଇ ଶସ୍ତା କରତାଳି ପାଇବାକୁ ଚାହୁଁଛନ୍ତି କି ବୋଲି ଶ୍ରୀନେତ ପ୍ରଶ୍ନ କରିଛନ୍ତି।

ଏହା କରିବା ଦ୍ବାରା, ଆପଣ କେତେ ତଳକୁ ଖସିଯାଇଛନ୍ତି ତାହା  କଳ୍ପନା କରିପାରିବେ ନାହିଁ। ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ, ରାମକଥା ବାଚକ ହେବାକୁ ଆପଣର ବହୁତ ଇଚ୍ଛା ଅଛି। ଆପଣଙ୍କୁ ପ୍ରଭୁରାମଙ୍କ ଭଳି ସମ୍ମାନ ଏବଂ ତାଙ୍କର ଶାଳୀନତାର କାଣିଚାଏ ଯଦି ପାଇଥାନ୍ତେ ତେବେ ଭଲ ହୋଇଥାନ୍ତା। 

କଂଗ୍ରେସ ମୁଖପାତ୍ର ସୋମବାର କୁମାର ବିଶ୍ୱାସଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଆପଣ ଜଣେ ଝିଅ ବିଷୟରେ ଅଶାଳୀନ ମନ୍ତବ୍ୟ ଦେଇ ଶସ୍ତା କରତାଳି ପାଇପାରିବେ କିନ୍ତୁ ସମ୍ମାନ ପାଇପାରିବେ ନାହିଁ।  

ଆପଣ ଜଣେ ଝିଅର ପିତା। ଯଦି ଆପଣ ଟିକିଏ ଲଜ୍ଜା ଅନୁଭବ କରୁଥାନ୍ତି ତେବେ କ୍ଷମା ମାଗନ୍ତୁ। ଏହା ନ ହେଲେ ତୁମର ଏଭଳି ମନ୍ତବ୍ୟ ଅନ୍ୟଥା ଲକ୍ଷ୍ମୀଙ୍କୁ ତୁମ ଘରୁ କେହି ନେଇଯିବ। ଝିଅ କ’ଣ କୌଣସି ସାମଗ୍ରୀ ଯେ ତାକୁ ଯେ କେହି ଉଠାଇ ନେଇ ଯିବେ ବୋଲି ସେ ପ୍ରଶ୍ନ କରିଛନ୍ତି। 

ସୁପ୍ରିୟା ଶ୍ରୀନେତ କହିଛନ୍ତି, ଆପଣଙ୍କ ପରି ଲୋକମାନେ କେତେ ଦିନ ପର୍ଯ୍ୟନ୍ତ ଜଣେ ମହିଳାଙ୍କୁ ପ୍ରଥମେ ତାଙ୍କ ପିତା ଏବଂ ପରେ ତାଙ୍କ ସ୍ୱାମୀଙ୍କ ସମ୍ପତ୍ତି ଭାବରେ ବିବେଚନା କରିବେ? କୁମାର ବିଶ୍ୱାସ ଜୀ, ଆପଣ କେବଳ ସୋନାକ୍ଷୀ ସିହ୍ନାଙ୍କ ବିବାହର ଶସ୍ତା ସମାଲୋଚନା କରିନାହାନ୍ତି ବରଂ ମହିଳାମାନଙ୍କ ପାଇଁ ଆପଣଙ୍କ ମଧ୍ୟରେ ଥିବା ଚିନ୍ତାଧାରାକୁ ମଧ୍ୟ ପ୍ରକାଶ କରିଛନ୍ତି।

ଅଧିକ ପଢ଼ନ୍ତୁ: ଛଗନ ଭୁଜବଳ ବିଜେପିରେ ଯୋଗଦେବେ!: ଫଡନାଭିସ୍‌ଙ୍କୁ ଭେଟିବା ପରେ କଳ୍ପନାଜଳ୍ପନା

ଉତ୍ତରପ୍ରଦେଶର ମିରଟରେ ଅନୁଷ୍ଠିତ ଏକ କବିତା ସମ୍ମିଳନୀରେ କବି କୁମାର ବିଶ୍ୱାସଙ୍କ ଦେଇଥିବା ବିବୃତି ଉପରେ ବିବାଦ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଏଥିପାଇଁ କୁମାର ବିଶ୍ୱାସଙ୍କୁ ସମାଲୋଚନା କରାଯାଉଛି। କୁମାର ବିଶ୍ୱାସୗ କହିଥିଲେ, ଆପଣଙ୍କ ପିଲାମାନଙ୍କୁ ରାମାୟଣ ପଢ଼ାଇବା ଉଚିତ୍। ଏହା ହେବା ଉଚିତ୍ ନୁହେଁ ଯେ ଆପଣଙ୍କ ଘରର ନାମ ରାମାୟଣ ହୋଇଥିବ କିନ୍ତୁ, ଅନ୍ୟ କେହି ଲକ୍ଷ୍ମୀଙ୍କୁ ଆପଣଙ୍କ ଘରୁ ଉଠାଇ ନେଇଯିବେ।

ଅଧିକ ପଢ଼ନ୍ତୁ: ଅଷ୍ଟ୍ରେଲିଆ ଗସ୍ତରେ ଯିବେନି ସାମି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe