Messi's Kolkata event: ମେସିଙ୍କ କୋଲକାତା କାର୍ଯ୍ୟକ୍ରମ ନେଇ ତେଜିଲା ରାଜନୀତି: ‘ପଶ୍ଚିମବଙ୍ଗର ଅପମାନ, ଅନ୍ତର୍ଜାତୀୟ ଲଜ୍ଜା’

Advertisment

ଆର୍ଜେଣ୍ଟିନାର ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ‘ଜି.ଓ.ଏ.ଟି ଇଣ୍ଡିଆ ଟୁର୍‌’ ଅନ୍ତର୍ଗତ କୋଲକାତା କାର୍ଯ୍ୟକ୍ରମ ଆଜି ଭୀଷଣ ବିଶୃଙ୍ଖଳାର ଶିକାର ହେବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି।

ଆର୍ଜେଣ୍ଟିନାର ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ‘ଜି.ଓ.ଏ.ଟି ଇଣ୍ଡିଆ ଟୁର୍‌’ ଅନ୍ତର୍ଗତ କୋଲକାତା କାର୍ଯ୍ୟକ୍ରମ ଆଜି ଭୀଷଣ ବିଶୃଙ୍ଖଳାର ଶିକାର ହେବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି।

dgagzcvzcv

କୋଲକାତା: ଆର୍ଜେଣ୍ଟିନାର ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ‘ଜି.ଓ.ଏ.ଟି ଇଣ୍ଡିଆ ଟୁର୍‌’ ଅନ୍ତର୍ଗତ କୋଲକାତା କାର୍ଯ୍ୟକ୍ରମ ଆଜି ଭୀଷଣ ବିଶୃଙ୍ଖଳାର ଶିକାର ହେବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ବିଜେପି ଏହାକୁ ‘ପଶ୍ଚିମବଙ୍ଗର ଅପମାନ’ଏବଂ ‘ଅନ୍ତର୍ଜାତୀୟ ଲଜ୍ଜା’ ବୋଲି କହି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଟିଏମ୍‌ସିକୁ ତୀବ୍ର ଆକ୍ରମଣ କରିଛି। ଅନ୍ୟପଟେ ଟିଏମ୍‌ସି ଆୟୋଜକଙ୍କୁ ଦାୟୀ କରି ପରିସ୍ଥିତିରୁ ନିଜକୁ ଦୂରେଇ ରଖିଛି। ମମତା ବାନାର୍ଜୀ ମେସି ଏବଂ ଦର୍ଶକଙ୍କୁ କ୍ଷମା ମାଗିବା ସହ ତଦନ୍ତ କମିଟି ଗଠନ କରିଛନ୍ତି।

Student: ୯ମ ଶ୍ରେଣୀ ଛାତ୍ର ପକେଟ୍‌ରେ ବନ୍ଧୁକ

ଚରମ ବିଶୃଙ୍ଖଳା ପାଇଁ  ଟିଏମ୍‌ସି ଦାୟୀ: ବିଜେପି
ମମତାଙ୍କ କ୍ଷମାପ୍ରାର୍ଥନା ଓ ତଦନ୍ତ ଘୋଷଣା 
କ୍ରୀଡ଼ାପ୍ରେମୀଙ୍କ ପାଇଁ କଳାଦିନ: ରାଜ୍ୟପାଳ

ସୂଚନାଯୋଗ୍ୟ, ଷ୍ଟାଡିୟମରେ ଅତି ଖରାପ ଆୟୋଜନ ପାଇଁ ମେସି ମାତ୍ର ୧୦ ମିନିଟ୍‌ ରହି ଫେରିଯିବା ଏବଂ ତାଙ୍କୁ ଭେଟି  ନପାରିବା ଯୋଗୁଁ ନିରାଶ ଦର୍ଶକମାନେ ବୋତଲ ଓ ଚେୟାର ଫୋପାଡ଼ି ଜୋର୍‌ଦାର ବିରୋଧ ପ୍ରଦର୍ଶନ କରିଥିଲେ। ଷ୍ଟାଡିୟମ ଭିତରେ ବ୍ୟାପକ ଭଙ୍ଗାରୁଜା ହୋଇଥିବାରୁ ଏହାକୁ ବିଜେପି ‘ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜା’ ବୋଲି କହିଛି ଏବଂ ଟିଏମ୍‌ସିର ଟିକେଟ ଠକେଇ ଓ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଏଭଳି ଅନର୍ଥ ଘଟିଥିବା ଅଭିଯୋଗ କରିଛି।  ବିଜେପି ନେତାମାନେ ଟିଏମ୍‌ସି ସରକାର ବିରୋଧରେ ଖରାପ  ବନ୍ଦୋବସ୍ତ ଏବଂ ରାଜନୈତିକ ଦୁରୁପଯୋଗ ଅଭିଯୋଗ ଆଣିବା ସହ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛନ୍ତି।  ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି, ‘ମମତା ବାନାର୍ଜୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଅରାଜକତା ଓ ଦୁର୍ନୀତି ଏହି  ସରକାରର ସବୁ କାମକୁ ଭଣ୍ଡୁର କରୁଛି।  ଟିଏମ୍‌ସି ପଶ୍ଚିମବଙ୍ଗର ଲୋକଙ୍କ ଭାବନା ଉପରେ ଆକ୍ରମଣ କରି ପ୍ରତ୍ୟେକ ଫୁଟବଲ ପ୍ରେମୀଙ୍କୁ ଅପମାନିତ କରିଛି।’ ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀ ମମତାଙ୍କ ଇସ୍ତଫା ଦାବି କରି କହିଛନ୍ତି,  ତୃଣମୂଳ ନେତାମାନେ ମେସିଙ୍କୁ ଘେରି ରହିବାରୁ ସାଧାରଣ ଦର୍ଶକମାନେ ‌ତାଙ୍କୁ ଦେଖିବାରୁ ବଞ୍ଚିତ  ହୋଇଥିଲେ ଏବଂ ଲୋକଙ୍କ କ୍ରୋଧ ସୀମା ଟପିଥିଲା। ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି ଯେ ତୃଣମୂଳ ନେତାମାନେ ଇଭେଣ୍ଟକୁ ‘ହାଇଜାକ୍’ କରିଥିବା ଏବଂ ଟିକେଟ୍ କଳାବଜାର କରିଥିବା ନେଇ ପ୍ରମାଣ ରହିଛି। 

Messi's event: ମେସିଙ୍କ କାର୍ଯ୍ୟକ୍ରମରେ ତୁମୁଳକାଣ୍ଡ: ଚୌକି, ଟେବୁଲ ଭାଙ୍ଗି ଷ୍ଟାଡିୟମ୍‌କୁ ଫିଙ୍ଗିଲେ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ‘ଆଜି ସଲ୍ଟ ଲେକ୍ ଷ୍ଟାଡିୟମରେ ଦେଖିବାକୁ ମିଳିଥିବା ଖରାପ ଆୟୋଜନରେ ମୁଁ ଗଭୀର ଦୁଃଖିତ ଏବଂ ଆଘାତ ପାଇଛି। ମେସି ଏବଂ ଦର୍ଶକଙ୍କୁ ଆନ୍ତରିକ କ୍ଷମା ମାଗୁଛି।’  ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ତଦନ୍ତ କମିଟି ଗଠନ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।  ଅନ୍ୟପକ୍ଷରେ ଟିଏମ୍‌ସିର ବରିଷ୍ଠ ନେତା କୁନାଲ ଘୋଷ କହିଛନ୍ତି,  ଆୟୋଜକମାନେ ଅଯୋଗ୍ୟ ଏବଂ କେବଳ ଟଙ୍କା ରୋଜଗାର ପାଇଁ କାମ କରିଛନ୍ତି।   ରାଜ୍ୟପାଳ ସିଭି ଆନନ୍ଦ ବୋଷ ଆଜିର ଘଟଣାକୁ ‘କୋଲକାତାର କ୍ରୀଡ଼ା ପ୍ରେମୀଙ୍କ ପାଇଁ କଳାଦିନ’ ବୋଲି କହି କଠୋର କାର୍ଯ୍ୟାନୁଷ୍ଠାନ ପ୍ରସ୍ତାବ ଦେଇଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe