ଉପରାଷ୍ଟ୍ରପତି ନିର୍ବାଚନ ନେଇ ରାଜନୀତି ସରଗରମ:ଇଣ୍ଡିଆ ମେଣ୍ଟରେ ବିଚାର ବିମର୍ଷ ଜାରି

ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଦେଶରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ଏନଡିଏ ସି.ପି. ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ କରିଛି। ଉପରାଷ୍ଟ୍ରପତି ପ୍ରାର୍ଥୀ ନେଇ ବିରୋଧୀ ବିଚାର ବିମର୍ଷ ପାଇଁ ଇଣ୍ଡିଆ ମେଣ୍ଟର ବୈଠକ ଆରମ୍ଭ ହୋଇଛି...

Politics in full swing over Vice Presidential election: India alliance continues deliberations

Politics in full swing over Vice Presidential election: India alliance continues deliberations Photograph: (sambad.in)

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି  ନିର୍ବାଚନକୁ ନେଇ ଦେଶରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି। ବିରୋଧୀ ମେଣ୍ଟ 'ଇଣ୍ଡିଆ' ମଧ୍ୟ ଏନେଇ ସକ୍ରିୟତା ଦେଖାଇଛି। ସୋମବାର ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ବୈଠକ ଆରମ୍ଭ ହୋଇଛି। ବୈଠକରେ ମିଳିତ ପ୍ରାର୍ଥୀ ବିଷୟରେ ଆଲୋଚନା କରାଯିବ।

ତାମିଲନାଡୁର ବରିଷ୍ଠ ନେତା ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ କରି, ବିଜେପି ଦକ୍ଷିଣ ଭାରତରେ ନିଜର ରାଜନୈତିକ ସ୍ଥାଣୁତାକୁ ମଜବୁତ କରିବାର ଉଦ୍ଦେଶ୍ୟକୁ ସୂଚାଇ ଦେଇଛି। ଦଳ ଆଶା କରୁଛି ଯେ, ରାଧାକୃଷ୍ଣନଙ୍କ ପରି ଜଣେ ସନ୍ତୁଳି ବ୍ୟକ୍ତିତ୍ବଙ୍କ  ସହାୟତାରେ କିଛି ବିରୋଧୀ ଦଳ ବିଶେଷକରି ଡିଏମକେ ପରି ଦକ୍ଷିଣ ଦଳଗୁଡ଼ିକର ସମର୍ଥନ ପାଇପାରିବ। ଏହା ସହିତ, ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନକୁ ଧ୍ୟାନରେ ରଖି, ଏହାକୁ ମଧ୍ୟ ଏକ ରଣନୀତିକ ପଦକ୍ଷେପ ବୋଲି ବିବେଚନା କରାଯାଉଛି। 

ଗଣମାଧ୍ୟମ ରିପୋର୍ଟ ଅନୁସାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବରିଷ୍ଠ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ସହିତ ଯୋଗାଯୋଗ କରିଛନ୍ତି ଏବଂ ରାଧାକୃଷ୍ଣନଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି। ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏନଡିଏ ବିରୋଧୀ ଦଳ ସହିତ କଥା ହୋଇ ଏକ ସହମତି ଗଠନ କରିବାକୁ ଚେଷ୍ଟା କରିବ।

ଅଧିକ ପଢ଼ନ୍ତୁ:ସିପି ରାଧାକୃଷ୍ଣନଙ୍କ ପାଖରେ କେତେ କୋଟିର ସମ୍ପତ୍ତି,ଜାଣନ୍ତୁ...


ଏନଡିଏ ପ୍ରାର୍ଥୀ ଘୋଷଣା ପରେ,ବିରୋଧୀ ଇଣ୍ଡିଆ ମେଣ୍ଟ ଏବେ ଏକଜୁଟ ହୋଇ ଉପରାଷ୍ଟ୍ରପତି ପ୍ରାର୍ଥୀ ଦେବାକୁ ଚେଷ୍ଟା କରୁଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସମ୍ଭାବ୍ୟ ମିଳିତ ପ୍ରାର୍ଥୀଙ୍କ ନାମ ବିଚାର କରିବା ପାଇଁ 'ଇଣ୍ଡିଆ' ମେଣ୍ଟର ନେତାମାନେ ସୋମବାର ପୂର୍ବାହ୍ନ ୧୦:୧୫ରେ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ କାର୍ଯ୍ୟାଳୟରେ ବୈଠକ ଆରମ୍ଭ କରିଛନ୍ତି। 

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଅଗଷ୍ଟ ୭ ତାରିଖରେ ବିଜ୍ଞପ୍ତି ଜାରି କରାଯାଇଥିଲା ଏବଂ ନାମାଙ୍କନ ଦାଖଲର ଶେଷ ତାରିଖ ଅଗଷ୍ଟ ୨୧ ତାରିଖ ରହିଛି। ନିର୍ବାଚନ ସେପ୍ଟେମ୍ବର ୯ ତାରିଖରେ ଅନୁଷ୍ଠିତ ହେବ। 


ସୂଚନାଯୋଗ୍ୟ,ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଭାବଶାଳୀ ନିର୍ବାଚନ କଲେଜ ସଂଖ୍ୟା ୭୮୧ ରହିଛି। ଯେଉଁଥିରେ ଶାସକ ଦଳ  ୪୨୨ ସଦସ୍ୟଙ୍କ ସମର୍ଥନ ସହିତ ଅଗ୍ରଣୀ ରହିଛି। 

ଅଧିକ ପଢ଼ନ୍ତୁ:ଏସିଆ କପ୍ ୨୦୨୫: ୧୦ସେକେଣ୍ଡର ବିଜ୍ଞାପନ ପାଇଁ ୧୬ଲକ୍ଷ ନେବେ ପ୍ରସାରଣକାରୀ

vice-presidential-election | INDIA Alliance 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe