ଜାମନଗର: ଗତକାଲି ଗୁଜୁରାଟର ଜାମନଗରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ସାମ୍ନାକୁ ଆସିଥିଲା। ବିଜେପିର ତିନିଜଣ ବଡ ନେତ୍ରୀ ପରସ୍ପର ସହ ଝଗଡ଼ା କରିଥିବାର ଭିଡିଓ ଭାଇରାଲ ହୋଇଥିଲା। ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଦେଜାଙ୍କ ପତ୍ନୀ ତଥା ଜାମନଗର ଉତ୍ତରର ବିଧାୟିକା ରିବାବା ଜାଦେଜା ପ୍ରଥମେ ମେୟର ବିଣା କୋଠାରିଙ୍କ ସହ ଝଗଡ଼ା କରିଥିବା ବେଳେ ପରେ ସାଂସଦ ପୁନମବେନ ମାଡମଙ୍କ ସହ ଝଗଡ଼ା କରିଥିଲେ। କୁହାଯାଉଥିଲା ଯେ, ମେୟର ଓ ସାଂସଦ ରିବାବାଙ୍କୁ ପରିହାସ କରିଥିବାରୁ ରାଗରେ ରିବାବା ତାଙ୍କୁ ଜବାବ ଦେଇଥିଲେ।
ଏବେ ସାଂସଦ ପୁନମବେନ ମାଡମ ଭାଇରାଲ ହେଉଥିବା ଭିଡିଓ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବିଣା କୋଠାରି ମୋ ବଡ଼ ଭଉଣୀ ଓ ରିବାବା ମୋ ସାନ ଭଉଣୀ ପରି। ଦୁହିଁଙ୍କ ମଧ୍ୟରେ କୌଣସି ଭୁଲ ବୁଝାମଣା ପାଇଁ ଝଗଡ଼ା ହେବାରୁ ମୁଁ ମଧ୍ୟସ୍ତି ହୋଇ ସମାଧାନ କରିବାକୁ ଚେଷ୍ଟା କରୁଥିଲି, ଯାହାର ଭିଡିଓ ଭାଇରାଲ ହୋଇଥିଲା। ହେଲେ ଏବେ ସବୁ କିଛି ଠିକ ଅଛି। ଭିଡିଓକୁ ନେଇ ବିିଭିନ୍ନ ଖବର ପ୍ରକାଶ କରାଯାଉଛି। ହେଲେ ସେଭଳି କିଛି ବିବାଦ ନାହିଁ। ଆମେ ଗୋଟିଏ ପରିବାର ଭଳି।
#WATCH | BJP MP Poonamben Maadam speaks on her verbal spat with Jamnagar North MLA Rivaba Jadeja during an event in Jamnagar, says, "There was definitely some misunderstanding and its reaction was visible in the viral video. And as I said, the party is like a family, everyone in… https://t.co/3rdY36J1Lwpic.twitter.com/k7rrtoUN6Y
— ANI (@ANI) August 17, 2023
ଏହା ପୂର୍ବରୁ ରିବାବା କହିଥିଲେ, ଆମ ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମଟି ସକାଳ ୯ଟାରୁ ଆରମ୍ଭ ହେବାର ଥିଲା। ହେଲେ ପୁନମ ମାଡମ ୧୦.୩୦ରେ ପହଞ୍ଚିଥିଲେ। ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ବେଳେ ସେ ଚପଲ ପିନ୍ଧିଥିଲେ। ଯେତେବେଳେ ମୋର ପାଳି ଆସିଥିଲା, ମୁଁ ମୋର ଜୋତା କାଢ଼ି ଶ୍ରଦ୍ଧାଞ୍ଜଳି ଦେବାକୁ ଗଲି। ଏହ ଦେଖି ମେୟର ବିଣା କୋଠାରି ଓ ସାଂସଦ ପୁନମବେନ ମାଡମ ମୋତେ ପରିହାସ କରି ଓଭର ସ୍ମାର୍ଟ ବୋଲି କହିଥିଲେ। ଏହା ସହ ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତି ମଧ୍ୟ ଏଭଳି କାର୍ଯ୍ୟକ୍ରମକୁ ଆସି ମଧ୍ୟ ନିଜ ଚପଲ କାଢ଼ନ୍ତିନି। ହେଲେ ଏ ଓଭର ସ୍ମାର୍ଟ ହୋଇ ଚପଲ କାଢ଼ୁଛନ୍ତି ବୋଲି କହିଥିଲେ। ମୁଁ ଏହା ଶୁଣିବା ପରେ ସେମାନଙ୍କ ସହ ଯୁକ୍ତିତର୍କ ହୋଇଥିଲା। କାରଣ ମୋ ସମ୍ମାନକୁ ଆଞ୍ଚ ଆସିବା ଭଳି କିଛି ବି କଥା ମୁଁ ଶୁଣିପାରିବି ନାହିଁ।