Prashant Kishor's Jan: ବିହାର ନିର୍ବାଚନ ପୁଣି ଥରେ ହେଉ: ସୁପ୍ରିମକୋର୍ଟରେ ପହଞ୍ଚିଲା ପିକେଙ୍କ ଜନସୁରାଜ

Advertisment

ପିକେଙ୍କ ଦଳ କୋର୍ଟଙ୍କୁ ଅନୁରୋଧ କରିଛି ଯେ, ନିର୍ବାଚନକୁ ପ୍ରଭାବିତ କରୁଥିବା ମାଗଣା ଉପହାର ଏବଂ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଶାସକ ଦଳ ପାଇଁ ଛଅ ମାସର ସମୟସୀମା ଧାର୍ଯ୍ୟ କରିବାକୁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ।

ପିକେଙ୍କ ଦଳ କୋର୍ଟଙ୍କୁ ଅନୁରୋଧ କରିଛି ଯେ, ନିର୍ବାଚନକୁ ପ୍ରଭାବିତ କରୁଥିବା ମାଗଣା ଉପହାର ଏବଂ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଶାସକ ଦଳ ପାଇଁ ଛଅ ମାସର ସମୟସୀମା ଧାର୍ଯ୍ୟ କରିବାକୁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ।

df3d639b-382d-496b-b031-0536f07b234b

prashant-kishors-jan-suraaj-party-moves-supreme-court

ନୂଆଦିଲ୍ଲୀ:ପ୍ରଶାନ୍ତ କିଶୋର(ପିକେ)ଙ୍କ ଦଳ ଜନସୁରାଜ ବିହାର ବିଧାନସଭା ନିର୍ବାଚନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ଏନେଇ ଦଳ ପକ୍ଷରୁ ଏକ ଆବେଦନ ଦାଖଲ କରାଯାଇଛି। ଆବେଦନରେ ବିଶେଷ ଭାବରେ ବିହାର ମୁଖ୍ୟମନ୍ତ୍ରୀ ମହିଳା ନିଯୁକ୍ତି ଯୋଜନାକୁ ଚ୍ୟାଲେଞ୍ଜ୍ କରାଯାଇଛି। ଅଭିଯୋଗ ହୋଇଛି ଯେ, ସରକାର ଆଦର୍ଶ ଆଚରଣ ସଂହିତା ସମୟରେ ୨୫ରୁ ୩୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ୧୦ ହଜାର ଟଙ୍କା ପଠାଇଥିଲେ। ଏହା ସହିତ ଏହି ଯୋଜନାରେ ନୂତନ ହିତାଧିକାରୀଙ୍କୁ ମଧ୍ୟ ଯୋଡିଛନ୍ତି। ପିକେଙ୍କ ଦଳ କୋର୍ଟଙ୍କୁ ଅନୁରୋଧ କରିଛି ଯେ, ନିର୍ବାଚନକୁ ପ୍ରଭାବିତ କରୁଥିବା ମାଗଣା ଉପହାର ଏବଂ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଶାସକ ଦଳ ପାଇଁ ଛଅ ମାସର ସମୟସୀମା ଧାର୍ଯ୍ୟ କରିବାକୁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ଜନସୁରାଜ ବିହାର ନିର୍ବାଚନରେ ​​ଅନିୟମିତତା ହୋଇଥିବା ଅଭିଯୋଗ କରି ଏକ ରିଟ୍ ପିଟିସନ୍ ଦାୟର କରିଛି।

ଅଧିକପଢ଼ନ୍ତୁ:ଓଟଙ୍କୁ ମିଳିବ ପାସପୋର୍ଟ: ସାଉଦି ସରକାରଙ୍କ ଅନନ୍ୟ ପଦକ୍ଷେପ

ଶୁକ୍ରବାର ଶୁଣାଣି

ଶୁକ୍ରବାର ଦିନ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବେ। ଜନସୁରାଜ ଧାରା ୩୨ ଅନୁଯାୟୀ ଏହି ଆବେଦନ ଦାଖଲ କରିଛି। ଆଦର୍ଶ ଆଚରଣ ସଂହିତା କାର୍ଯ୍ୟକାରୀ ହୋଇଥିବାବେଳେ ମହିଳାଙ୍କ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର ଏବଂ ନୂତନ ହିତାଧିକାରୀଙ୍କୁ ଯୋଡିବା ଘୋଷଣା ଭଳି ବେଆଇନ କାର୍ଯ୍ୟ କରାଯାଇଥିବା ଆବେଦନରେ କୁହାଯାଇଛି। ଏହା ସମ୍ବିଧାନର ଧାରା ୧୪, ୨୧, ୧୧୨, ୨୦୨ ଏବଂ ୩୨୪ ଉଲ୍ଲଂଘନ କରିଛି।ଜନସୁରାଜ ଆବେଦନରେ ଲୋକ ପ୍ରତିନିଧିତ୍ୱ ଆଇନର ଧାରା ୩୨୪ ଏବଂ ଧାରା ୧୨୩ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି।

ପୁଣିଥରେ ହେଉ ନିର୍ବାଚନ

ଆବେଦନରେ ଏହା ମଧ୍ୟ ଅଭିଯୋଗ ହୋଇଛି ଯେ, ନିର୍ବାଚନର ଉଭୟ ପର୍ଯ୍ୟାୟରେ ଭୋଟ ଗ୍ରହଣ କେନ୍ଦ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀ ଜୀବିକାର ୧.୮ ଲକ୍ଷ ମହିଳା ହିତାଧିକାରୀଙ୍କୁ ନିୟୋଜିତ କରିବା ବେଆଇନ। ସୁପ୍ରିମକୋର୍ଟଙ୍କ ଏକ ପୁରୁଣା ରାୟକୁ ଉଦ୍ଧୃତ କରି ଆବେଦନରେ କୁହାଯାଇଛି ବିହାର ନିର୍ବାଚନ ପୁନର୍ବାର କରାଯାଉ।

ଅଧିକପଢ଼ନ୍ତୁ:କ୍ରିକେଟ୍‌କୁ ରାଜନୀତି ସହ ଯୋଡ଼ୁଛି ଭାରତ; ବିଶ୍ବକପ୍‌ ବିବାଦରେ ଲମ୍ଫ ମାରିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe