ନୂଆଦିଲ୍ଲୀ: ଗୁରୁବାର ସଂସଦରେ ଏମିତି ଘଟଣା ଘଟିଛି ଯାହାକି ପୂର୍ବରୁ କେବେ ଘଟି ନଥିଲା। ସଂସଦରେ ଘଟିଥିବା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଇଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ସଂପର୍କିତ ବୟାନକୁ ନେଇ ଗୁରୁବାର ସଂସଦରେ ଉତ୍ତେଜନା ଦେଖାଦେଇଥିଲା। ଏହି ଉତ୍ତେଜନା ମଧ୍ୟରେ ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲିଦେଇଥିଲେ। ଫଳରେ ଉକ୍ତ ସାଂସଦ ଜଣକ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପରେ ପଡ଼ି ଯାଇଥିଲେ। ଏହି ଧକ୍କାରେ ଗୁରୁତର ଆହତ ହୋଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅଧିକପଢ଼ନ୍ତୁ:ରାହୁଲଙ୍କ ଠେଲାରେ ସଂସଦରେ ଆହତ ହେଲେ ପ୍ରତାପ ଷଡ଼ଙ୍ଗୀ
ଏହି ଘଟଣାକୁ ନେଇ ବିଜେପି ସାଂସଦ କିରନ ରିଜିଜୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ସଂସଦ ଦ୍ବାରା ନିକଟରେ ରାଜନୈତିକ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏଥିରେ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁକେଶ ରାଜପୁତଙ୍କୁ ଆଘାତ ଲାଗିଛି। ଏହି ଘଟଣାକୁ ନେଇ ମୁଁ କହିବି ରାହୁଲ କୌଣସି ବ୍ୟକ୍ତିଙ୍କ ଉପରେ ବଳର ପ୍ରୟୋଗ କିପରି କରି ପାରିବେ।
କେଉଁ ନିୟମ ଆଧାରରେ ସାଂସଦଙ୍କ ଉପରକୁ ଶାରୀରିକ ଭାବେ ଆକ୍ରମଣ କରିବାର ତାଙ୍କର ସାହାସ ହେଲା? ରାହୁଲ ହେଉଛନ୍ତି ଜଣେ ମାର୍ସଲ ଆର୍ଟ ଏକିଡୋରେ ବ୍ଲାକ ବେଲ୍ଟ ପ୍ରାପ୍ତ। କ’ଣ ରାହୁଲ ଅନ୍ୟ ସାଂସଦଙ୍କୁ ହରାଇବା ପାଇଁ କରାଟେ, କୁଙ୍ଗ ଫୁ ଶିଖିଛନ୍ତି।
ଅଧିକପଢ଼ନ୍ତୁ:ମା’ ହେଲେ ଟେଲି ଅଭିନେତ୍ରୀ ଦେବୋଲିନା, ଶିଶୁପୁତ୍ରକୁ ଦେଲେ ଜନ୍ମ
ଏହି ଘଟଣା ସାମ୍ନାକୁ ଆସିବା ପରେ ରାହୁଲ ସଫେଇ ଦେଇ କହିଛନ୍ତି କି ‘‘ବିଜେପି ସାଂସଦମାନେ ତାଙ୍କ ରାସ୍ତା ଅବରୋଧ କରୁଥିବା ଦ୍ୱାର ନିକଟରେ ଛିଡ଼ା ହୋଇଥିଲେ। ଏହି ସମୟରେ ସେମାନେ ମୋତେ ଠେଲି ଦେଇଥିଲେ। ଧସ୍ତାଧସ୍ତି ସମୟରେ ସାଂସଦ ପଡ଼ିଯାଇଥାଇ ପାରନ୍ତି। କିନ୍ତୁ କାହାକୁ ଆଘାତ ପହଞ୍ଚାଇବା ମୋର ଉଦ୍ଦେଶ୍ୟ ନଥିଲା।
Follow Us