ପ୍ରବାସୀ ଭାରତୀୟ ଦିବସ ହେଉଛି ପାରିବାରିକ ପୁନର୍ମିଳନ: ଜୟଶଙ୍କର

Advertisment

ଓଡ଼ିଶାର ଭୁନେଶ୍ବରର ଜନତା ମଇଦାନଠାରେ ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଯୋଗଦେଇ କହିଛନ୍ତି,ପ୍ରତି ୨ବର୍ଷରେ ଥରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜିତ ହେଉଛି । ଏହା କେବଳ ଏକ ସମ୍ମିଳନୀ ନୁହେଁ...

Updated On

ଓଡ଼ିଶାର ଭୁନେଶ୍ବରର ଜନତା ମଇଦାନଠାରେ ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଯୋଗଦେଇ କହିଛନ୍ତି,ପ୍ରତି ୨ବର୍ଷରେ ଥରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜିତ ହେଉଛି । ଏହା କେବଳ ଏକ ସମ୍ମିଳନୀ ନୁହେଁ...

ଅଦ୍ୟତନ ହୋଇଛି
EAM Jaishankar

EAM Jaishankar Photograph: (sambad.in)

ଭୁବନେଶ୍ବର: ଓଡ଼ିଶାର ଭୁନେଶ୍ବରର ଜନତା ମଇଦାନଠାରେ ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଯୋଗଦେଇ କହିଛନ୍ତି, ପ୍ରତି ୨ବର୍ଷରେ ଥରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜିତ ହେଉଛି ।

ଏହା କେବଳ ଏକ ସମ୍ମିଳନୀ ନୁହେଁ, ପ୍ରବାସୀ ଭାରତୀୟ ଦିବସ ହେଉଛି ପାରିବାରିକ ପୁନର୍ମିଳନ ଭଳି।

ଓଡିଶାର କଳା ଓ ସଂସ୍କୃତି ଅନନ୍ୟ । ଓଡିଶା ରାଜ୍ୟର କଳା ଓ ସଂସ୍କୃତି ସାରା ଦେଶରେ ପରିଚିତି ହାସଲ କରିଛି। 

ଅଧିକ ପଢ଼ନ୍ତୁ: ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଜୟଶଙ୍କର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଣିଜ୍ୟ, ଟେକ୍ନୋଲୋଜି ଓ ଟୁରିଜିମ୍  ଉପରେ ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶାରେ ଶିଳ୍ପ, ବାଣିଜ୍ୟ, ପରିବହନ, ନିଯୁକ୍ତ ଆଦି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ପାଇଁ ଏପରି ଆୟୋଜନ ନିଶ୍ଚିତ ସହାୟକ ହେବ। ଓଡ଼ିଶାର ଯୁବଶକ୍ତିଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ଦକ୍ଷ ମାନବସମ୍ବଳ ସୃଷ୍ଟି କରାଯାଇପାରିବ।

କେନ୍ଦ୍ର ସରକାରଙ୍କ ପୂର୍ବୋଦୟ ଅଭିଯାନରେ ଓଡ଼ିଶାର ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ଜୟଶଙ୍କର। ଯାହା ଫଳରେ ସମଗ୍ର ବିକାଶ ଓ ବିପୁଳ ନିଯୁକ୍ତି ସୁଯୋଗ ପାଇଁ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ନିବେଶକମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି। ସେହିଭଳି ସେ ଆହୁରି କହିଛନ୍ତି ଯେ କୌଣସି ଦେଶ ଏକାକୀ ବିକଶିତ ହୋଇନାହିଁ।

ସବୁ ଦେଶ ବିକାଶ ପାଇଁ ଅନ୍ୟର ସହଯୋଗ ଲୋଡ଼ିଛନ୍ତି। ଆମେ ପ୍ରବାସୀ ଭାରତୀୟଙ୍କ ସହଯୋଗରେ ବିକଶିତ ଭାରତ ଗଢ଼ିବାକୁ ଚାହୁଁଛୁ ବୋଲି ଜୟଶଙ୍କର କହିଛନ୍ତି।

ଅଧିକ ପଢ଼ନ୍ତୁ: ଜାନୁଆରି ୧୨ରୁ କମିବ ଶୀତ, ବଢ଼ିବ କୁହୁଡ଼ି


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe