ମହାକୁମ୍ଭ ମେଳାରେ ପୁଣି ଅଗ୍ନିକାଣ୍ଡ : ଶ୍ରଦ୍ଧାଳୁ ଭୟଭୀତ

ମହାକୁମ୍ଭ ମେଳାରେ ଜାନୁଆରି ୩୦ ତାରିଖ ଗୁରୁବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମହାକୁମ୍ଭର ସେକ୍ଟର-୨୨ ନିକଟରେ ନିଆଁ ଲାଗିବା ହେତୁ ଅନେକ ‌ପଣ୍ଡାଲ ଜଳି ପାଉଁଶ ହୋଇଯାଇଛି।

ଅଦ୍ୟତନ ହୋଇଛି
qer

ws

ଲକ୍ଷ୍ମୌ: ମହାକୁମ୍ଭ ମେଳାରେ ଜାନୁଆରି ୩୦ ତାରିଖ ଗୁରୁବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମହାକୁମ୍ଭର ସେକ୍ଟର-୨୨ ନିକଟରେ ନିଆଁ ଲାଗିବା ହେତୁ ଅନେକ ‌ପଣ୍ଡାଲ ଜଳି ପାଉଁଶ ହୋଇଯାଇଛି। ସୌଭାଗ୍ୟବଶତଃ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରି ନେଇଛନ୍ତି। ଖବର ‌ଲେଖାହେଲା ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ପାରି ନାହିଁ।

ଅଧିକପଢ଼ନ୍ତୁ:ଭାଇରାଲ ମୋନାଲିସାଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କଲେ କଙ୍ଗନା

ତେବେ ନିଆଁ ଲାଗିବା ପରେ ଟେଣ୍ଟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। କଳେବଳେକୌଶଳେ କର୍ମଚାରୀମାନେ ଅଗ୍ନିକାଣ୍ଡସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। 

ନିଆଁ ଆୟତ୍ତ ହେଲା ବେଳକୁ ୧୫ଟି ଟେଣ୍ଟ ଜଳି ପାଉଁଶ ହୋଇଯାଇଥିଲା । ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କାହାକୁ କିଛି କ୍ଷତି ପହଞ୍ଚି ନାହିଁ ବୋଲି ଅଗ୍ନିଶମ ବିଭାଗ ଅଧିକାରୀ ପ୍ରମୋଦ ଶର୍ମା ପ୍ରତିକ୍ରିୟା ଦେଇ କହିଛନ୍ତି। 

ଅଧିକପଢ଼ନ୍ତୁ:ମହାକୁମ୍ଭକୁ ଓଏସ୍‌ଆରଟିସି ବସ୍‌ ବାତିଲ, ‌ଟଙ୍କା ଫେରସ୍ତ ପାଇଁ ଏମିତି କରନ୍ତୁ ଯାତ୍ରୀ

ଏହି ଅଗ୍ନିକାଣ୍ଡ ପୂର୍ବରୁ ଦୁଇଥର କୁମ୍ଭମେଳାରେ ଅଗ୍ନିକାଣ୍ଡ ଘଟିବାର ଖବର ମିଳିଛି। କିଛି ଦିନ ତଳେ ସେକ୍ଟର-୨ରେ ଦୁଇଟି କାରରେ ନିଆଁ ଲାଗିବା ହେତୁ ଅଗ୍ନିକାଣ୍ଡ ଘଟିଥିଲା। ସେହିପରି ଗତ ଜାନୁଆରି ୧୯ ତାରିଖରେ ମହାକୁମ୍ଭ ମେଳାର ସେକ୍ଟର-୧୯ର ଏକ ଶିବିରରେ ରଖା ଯାଇଥିବା ଘାସରେ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ୧୮ଟି  ଟେଣ୍ଟ ଜଳି ପାଉଁଶ ହୋଇଯାଇଥିଲା।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe