Bihar: ୨୦ରେ ନୂଆ ସରକାରର ଶପଥ ଗ୍ରହଣ  ! ଗାନ୍ଧୀ ମୈଦାନ ସିଲ୍

ବିହାରରେ ନୂଆ ସରକାର ଗଠନ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)  ସହଯୋଗୀ ଦଳଙ୍କ ମଧ୍ୟରେ ଘନ ଘନ ବୈଠକ ଚାଲିଥିବାବେଳେ ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ସୂଚନା ଅନୁସାରେ ଆସନ୍ତା ୨୦ ତାରିଖରେ ଶପଥ ଗ୍ରହଣ ହୋଇପାରେ ।

Gandhi_Maidan

Gandhi Maidan, Patna Photograph: (Wikipedia)


ପାଟନା : ଗୋଟିଏ ପଟେ ବିହାରରେ ନୂଆ ସରକାର ଗଠନ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)  ସହଯୋଗୀ ଦଳଙ୍କ ମଧ୍ୟରେ ଘନ ଘନ ବୈଠକ ଚାଲିଥିବାବେଳେ ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ସୂଚନା ଅନୁସାରେ ଆସନ୍ତା ୨୦ ତାରିଖରେ ଶପଥ ଗ୍ରହଣ ହୋଇପାରେ ।

ଗାନ୍ଧୀ ମୈଦାନ ସିଲ୍

ଏହାକୁ ଦୃଷ୍ଟିରେ ରଖି ପାଟନାର ଗାନ୍ଧୀ ମଇଦାନକୁ ବିଭିନ୍ନ ସ୍ଥାନରେ ପ୍ରାୟତଃ ସିଲ୍ କରାଯାଇଛି। ନଭେମ୍ବର ୧୭ ରୁ ୨୦ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି। ପ୍ରଶାସନ ସ୍ପଷ୍ଟ ଭାବରେ କହିଛି ଯେ ସୁରକ୍ଷା ଏବଂ ବ୍ୟବସ୍ଥା ପାଇଁ ଏହି କଟକଣା ଲାଗୁ କରାଯାଇଛି । ବିଶେଷକରି ସମାରୋହ ସମୟରେ କୌଣସି ପ୍ରକାରର ବିଭ୍ରାଟ କିମ୍ବା ଭିଡ଼କୁ ଏଡାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଶପଥ ଗ୍ରହଣ ଉତ୍ସବ ନଭେମ୍ବର ୨୦ ତାରିଖରେ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି।

ଆହୁରି ପଢନ୍ତୁ : Bihar Elections: ଏନଡିଏ ସରକାରରେ ଭାଗବଣ୍ଟା ଚୂଡ଼ାନ୍ତ !

ଗାନ୍ଧୀ ମଇଦାନରେ ତମ୍ବୁ, ଫାଟକ, ମଞ୍ଚ ଏବଂ ବ୍ୟାରିକେଡ୍ ସ୍ଥାପନ ପାଇଁ ବ୍ୟାପକ କାର୍ଯ୍ୟ ଚାଲିଛି। VVIP ଆଗମନ, ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଗଣମାଧ୍ୟମ କଭରେଜ୍ ପାଇଁ ମଧ୍ୟ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ସମୟ ମଧ୍ୟରେ, ସକାଳ ଏବଂ ସନ୍ଧ୍ୟା ପଦଯାତ୍ରୀ, ସ୍ଥାନୀୟ ଦୋକାନୀ ଏବଂ ନିକଟସ୍ଥ ବାସିନ୍ଦାଙ୍କୁ ମଧ୍ୟ ପ୍ରବେଶରୁ ବାରଣ କରାଯିବ।

ଆହୁରି ପଢ଼ନ୍ତୁ:Sex Workers Demand: ମମତା ଦିଦିଙ୍କ ପାଖରେ ଯୌନକର୍ମୀଙ୍କ ଦାବି: ଆମକୁ ଭୋଟର ତାଲିକାରେ ସାମିଲ କର

ଶାହଙ୍କୁ ଭେଟିବେ ମାଞ୍ଝି, କୁଶୱାହା

ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM) ର ଆବାହକ ଏବଂ କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାଞ୍ଝି ଆଜି ରାତିରେ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟାନ୍ୟ ବିଜେପି ନେତାଙ୍କୁ ଭେଟିବେ। ସେହିପରି ଉପେନ୍ଦ୍ର କୁଶୱାହା ବି ଅମିତ ଶାହଙ୍କୁ ଭେଟିବେ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe