Nitish Kumar : ଆସନ୍ତା କାଲି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି କରିବେ ନୀତୀଶ କୁମାର

ବିହାରରେ ଏନଡିଏ ସରକାର ଗଠନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବୁଧବାର ଏନଡିଏ ବିଧାୟକ ଦଳ ବୈଠକ ପରେ ନୀତୀଶ କୁମାର ରାଜ୍ୟପାଳ ଆରିଫ ମହମ୍ମଦ ଖାଁଙ୍କୁ ସାକ୍ଷାତ କରି ବିଧାୟକଙ୍କ ତାଲିକା ପ୍ରଦାନ କରିବା ସହ ସରକାର ଗଠନ ପାଇଁ ଦାବି କରିବେ ।

Nitish

Nitish Kumar

ପାଟନା : ବିହାରରେ ଏନଡିଏ ସରକାର ଗଠନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବୁଧବାର ଏନଡିଏ ବିଧାୟକ ଦଳ ବୈଠକ ପରେ ନୀତୀଶ କୁମାର ରାଜ୍ୟପାଳ ଆରିଫ ମହମ୍ମଦ ଖାଁଙ୍କୁ ସାକ୍ଷାତ କରି ବିଧାୟକଙ୍କ ତାଲିକା ପ୍ରଦାନ କରିବା ସହ ସରକାର ଗଠନ ପାଇଁ ଦାବି କରିବେ ।

ବୁଧବାର  ସକାଳେ ପ୍ରଥମେ ବିହାର ବିଜେପି ବିଧାୟକ ଦଳ ବୈଠକ ବସିବ । ବିଜେପି ରାଜ୍ୟ ମୁଖ୍ୟାଳୟର ଅଟଳ ଅଡିଟୋରିୟମରେ ସକାଳ ୧୦ଟାରେ ବୈଠକ ହେବ। ଏହାପରେ ଜେଡିୟୁ ବିଧାୟକ ଦଳ  ବୈଠକ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସିବ । ଏହା ପରେ, ଏନଡିଏ ବିଧାୟକ ଦଳ ଅପରାହ୍ନ ୩:୩୦ଟାରେ ବିହାର ବିଧାନସଭାର କେନ୍ଦ୍ରୀୟ ହଲରେ ବୈଠକ କରିବେ ।

ଆହୁରି ପଢ଼ନ୍ତୁ: Indian Bodies to be Buried in Saudi: ଉମରା କରିବାକୁ ଯାଇଥିବା ୪୫ ଭାରତୀୟଙ୍କୁ ସାଉଦିରେ ଦିଆଯିବ କବର, କ୍ଷତିପୂରଣ ମିଳିବା କଷ୍ଟକର

ଏହି ବୈଠକରେ , ନୀତୀଶ କୁମାରଙ୍କୁ ଏନଡିଏ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରାଯିବ। ନୀତୀଶ କୁମାର ତା’ପରେ ରାଜଭବନ ଯାଇ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଭେଟିବେ ଏବଂ ଅନ୍ୟ ସମସ୍ତ ଏନଡିଏ ସହଯୋଗୀଙ୍କ ସମର୍ଥନ ପତ୍ର ପ୍ରଦାନ କରିବେ। ଶପଥ ଗ୍ରହଣ ସମାରୋହ ୨୦ ନଭେମ୍ବର, ୨୦୨୫ ରେ ସ୍ଥିର ହୋଇଛି। ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ପାଟନାର ଐତିହାସିକ ଗାନ୍ଧୀ ମଇଦାନରେ ପ୍ରସ୍ତୁତି ଜୋରସୋରରେ ଚାଲିଛି।

ଆହୁରି ପଢନ୍ତୁ : Anmol Bishnoi : ଭାରତ ଅଣାଯାଉଛି ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe