Advertisment

President of the UAE: ଆପଣଙ୍କ ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ଇରାନକୁ ଚେତାଇଦେଲେ ୟୁଏଇ ରାଷ୍ଟ୍ରପତି

Advertisment

ଆମେରିକାର ଆକ୍ରମଣ ପରେ ଇରାନ ୟୁଏଇ, କତର ପ୍ରଭୃତି ପଡ଼ୋଶୀ ଦେଶଗୁଡ଼ିକ ଉପରେ ଆକ୍ରମଣ କରୁଥିବାରୁ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନ୍ ଇରାନକୁ ସମାଲୋଚନା କରିଛନ୍ତି।

ଆମେରିକାର ଆକ୍ରମଣ ପରେ ଇରାନ ୟୁଏଇ, କତର ପ୍ରଭୃତି ପଡ଼ୋଶୀ ଦେଶଗୁଡ଼ିକ ଉପରେ ଆକ୍ରମଣ କରୁଥିବାରୁ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନ୍ ଇରାନକୁ ସମାଲୋଚନା କରିଛନ୍ତି।

01bbs_81_01032026_112

ଆବୁଧାବି: ଆମେରିକାର ଆକ୍ରମଣ ପରେ ଇରାନ ୟୁଏଇ, କତର ପ୍ରଭୃତି ପଡ଼ୋଶୀ ଦେଶଗୁଡ଼ିକ ଉପରେ ଆକ୍ରମଣ କରୁଥିବାରୁ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନ୍ ଇରାନକୁ ସମାଲୋଚନା କରିଛନ୍ତି। ସେ ଇରାନକୁ ଚେତାଇ ଦେଇଛନ୍ତି ଯେ, ଏହାର ଯୁଦ୍ଧ ୟୁଏଇ ପରି ପଡୋଶୀ ଦେଶ ସହିତ ନୁହେଁ। ଉପସାଗରୀୟ ଦେଶଗୁଡ଼ିକ ବିରୋଧରେ ଇରାନର ଆକ୍ରମଣ ଏକ ଭୁଲ ହିସାବ ଥିଲା। ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଇରାନକୁ ବିଚ୍ଛିନ୍ନ କରିଥିଲା। ୟୁଏଇ ରାଷ୍ଟ୍ରପତିଙ୍କ କୂଟନୈତିକ ପରାମର୍ଶଦାତା ଅନୱାର ଗର୍ଗାଶ କହିଛନ୍ତି ଯେ, ଆପଣଙ୍କ ଯୁଦ୍ଧ ଆପଣଙ୍କ ପଡ଼ୋଶୀଙ୍କ ସହ ନୁହେଁ। ପଡ଼ୋଶୀମାନଙ୍କ ସହିତ ଯୁକ୍ତିଯୁକ୍ତ ଓ ଦାୟିତ୍ୱବାନ ଭାବରେ ମୁକାବିଲା କରନ୍ତୁ।

ଇରାନର ସର୍ବୋଚ୍ଚ ନେତା ଅଲ୍ଲୀ ଖେମିନିଙ୍କୁ ହତ୍ୟା କରିଥିବା ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ପ୍ରତିଶୋଧ ନେବାକୁ ଇରାନ ସଂଯୁକ୍ତ ଆରବ ଏମିରେଟ୍ସର ଅନେକ ପ୍ରଦେଶକୁ ଟାର୍ଗେଟ୍ କରିବା ପରେ ୟୁଏଇ ଏହି ମନ୍ତବ୍ୟ ଦେଇଛି। ଶନିବାର ଇରାନର କ୍ଷେପଣାସ୍ତ୍ର ଆବୁଧାବିର ଦକ୍ଷିଣ ଭାଗରେ ଥିବା ଅଲ୍-ଧର୍ଫା ଆମେରିକା ଘାଟିକୁ ଧକ୍କା ଦେଇଥିଲା। ଅଲ୍ ଧର୍ଫା ବ୍ୟତୀତ ଆବୁଧାବିର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟ ସେହି ଦିନ ଇରାନର କ୍ଷେପଣାସ୍ତ୍ର ଦ୍ୱାରା ଦୋହଲି ଯାଇଥିଲା।

ଆହୁରି ପଢନ୍ତୁ: Cricket: ଜିମ୍ବାୱେକୁ ହରାଇ ଲଗାତାର ୭ ମ୍ୟାଚ୍‌ ଜିିତିଲା ଦକ୍ଷିଣ ଆଫ୍ରିକା

ରାତିସାରା ଇରାନ ପ୍ରତିଶୋଧ ପରାୟଣ ଆକ୍ରମଣ ଜାରି ରଖିଥିବା ବେଳେ ଐତିହାସିକ ବୁର୍ଜ ଅଲ ଆରବ ହୋଟେଲ ଗୁରୁତର କ୍ଷତିଗ୍ରସ୍ତ ହୋଇଛି। କେବଳ ୟୁଏଇ ନୁହେଁ, ଅନ୍ୟ କେତେକ ଉପସାଗରୀୟ ଦେଶ ମଧ୍ୟ ଇରାନର କ୍ଷେପଣାସ୍ତ୍ର ମାଡ଼ର ଶିକାର ହୋଇଥିଲେ। ରବିବାର ଦୁବାଇ ଓ କତରର ରାଜଧାନୀ ଦୋହାରେ ପ୍ରଚଣ୍ଡ ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ଇସଲାମିକ୍ ରିପବ୍ଲିକ୍ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣର ଜବାବରେ ପଡୋଶୀ ଗଲ୍ଫ ଦେଶଗୁଡିକ ଉପରେ ଇରାନ ଦାଉ ସାଧିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ ବୋଲି ୟୁଏଇ ରାଷ୍ଟ୍ରପତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe