President Poses With Pilot: ଇଏ ସେହି ଶିବାଙ୍ଗୀ, ଯାହାଙ୍କୁ ଗୁଳି କରି ଖସାଇଥିବା କହିଥିଲା ମିଛୁଆ ପାକିସ୍ତାନ

ଯୁଦ୍ଧ ବିମାନରେ ପ୍ରାୟ ୩୦ ମିନିଟ୍‌ ଧରି ଉଡ଼ାଣ ଶେଷ କରିବା ପରେ ଅମ୍ବାଲା ବାୟୁସେନା ଘାଟିରେ ସ୍କ୍ୱାଡ୍ରନ୍ ଲିଡର ଶିବାଙ୍ଗୀ ସିଂହଙ୍କ ସହ ଦେଖିବାକୁ ମିଳିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Untitled

www.indiatoday.in

ନୂଆଦିଲ୍ଳୀ: ବୁଧବାର ଦିନ ହରିୟାଣାର ଅମ୍ବାଲା ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନାର ରାଫେଲ ଯୁଦ୍ଧ ବିମାନରେ ଉଡ଼ାଣ ଭରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଯୁଦ୍ଧ ବିମାନରେ ପ୍ରାୟ ୩୦ ମିନିଟ୍‌ ଧରି ଉଡ଼ାଣ ଶେଷ କରିବା ପରେ ଅମ୍ବାଲା ବାୟୁସେନା ଘାଟିରେ ସ୍କ୍ୱାଡ୍ରନ୍ ଲିଡର ଶିବାଙ୍ଗୀ ସିଂହଙ୍କ ସହ ଦେଖିବାକୁ ମିଳିଛନ୍ତି ରାଷ୍ଟ୍ରପତି।

ମିଛୁଆ ପାକ୍‌ ଧରାପଡ଼ିଲା

ଇଏ ହେଉଛନ୍ତି ସେଇ ସ୍କ୍ୱାଡ୍ରନ୍ ଲିଡର ଶିବାଙ୍ଗୀ ଯାହାଙ୍କୁ ‘ଅପରେସନ୍ ସିନ୍ଦୂର’ ସମୟରେ ପାକିସ୍ତାନ ଗୁଳି କରି ଖସାଇଛି ବୋଲି ମିଥ୍ୟା ଦାବି କରିଥିଲା। ଶିବାଙ୍ଗୀଙ୍କ ସହ ମହାମହିମଙ୍ଗ ଫଟୋ ପୋଷ୍ଟ୍‌ ପାକିସ୍ତାନର ମୁଖା ଖୋଲିଛି। 

ଆହୁରି ପଢ଼ନ୍ତୁ: ଭୋଟ୍‌ ପାଇଁ ମୋଦୀ ମଞ୍ଚରେ ନାଚି ବି ପାରନ୍ତି

‘ଅପରେସନ୍‌ ସିନ୍ଦୂର’ରେ ଉଡ଼ାଇଥିଲେ ରାଫେଲ୍‌ 

ଏହି ମୁହୂର୍ତ୍ତଟି ପାକିସ୍ତାନର ମିଥ୍ୟା ଦାବିକୁ ପ୍ରଭାବଶାଳୀ ଭାବରେ ଖଣ୍ଡନ କରିଛି। ଭାରତୀୟ ବାୟୁସେନାର ଗୋଲଡେନ୍ ଆରୋଜ୍ ସ୍କ୍ୱାଡ୍ରନ୍ ର ସଦସ୍ୟ ଶିବାଙ୍ଗୀ ସିଂହ ପୂର୍ବରୁ ‘ଅପରେସନ୍ ସିନ୍ଦୂର’ ସମୟରେ ରାଫେଲ୍ ଉଡ଼ାଇଥିଲେ। ଚଳିତବର୍ଷ ମେ ମାସରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀର (POK) ରେ ନଅଟି ଆତଙ୍କବାଦୀ ଭିତ୍ତିଭୂମି ସ୍ଥଳ ଉପରେ ଭାରତର ବିମାନ ଆକ୍ରମଣ ସଫଳତାର ସହ ହୋଇଥିଲା। 

ବାରାଣସୀର ଏହି ୨୯ ବର୍ଷୀୟ ଅଧିକାରୀ ୨୦୧୭ ମସିହାରେ ବାୟୁସେନାର ଦ୍ୱିତୀୟ ବ୍ୟାଚ୍ ମହିଳା ଲଢ଼ୁଆ ପାଇଲଟ୍‌ଙ୍କ ଅଂଶ ଭାବରେ ଯୋଗ ଦେଇଥିଲେ। ୨୦୨୦ ମସିହାରେ ରାଫେଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବା ପୂର୍ବରୁ, ଶିବାଙ୍ଗୀ ସିଂହ ମିଗ୍-୨୧ ବାଇସନ୍ ଉଡ଼ାଇଥିଲେ।

ଆହୁରି ପଢ଼ନ୍ତୁ: ତିନି ବର୍ଷ ଧରି ଗୁଲାମ ଗୌସ୍ ଦିୱାନୀଙ୍କୁ ଡେଟ୍ କରୁଥିବା କ୍ରିଷ୍ଟଲ୍‌ଙ୍କର ହେଲା ବ୍ରେକ୍‌-ଅପ୍‌

ନିକଟରେ ସମ୍ମାନିତ ହୋଇଛନ୍ତି

ନିକଟରେ ତାମିଲନାଡୁର ତାମ୍ବରମରେ ଥିବା ଫ୍ଲାଇଂ ଇନଷ୍ଟ୍ରକ୍ଟରସ୍ ସ୍କୁଲରେ ସିଂହଙ୍କୁ ଆଇଏଏଫ୍ ଟ୍ରେନିଂ କମାଣ୍ଡର ଏସଏଏସଓ ଏୟାର ମାର୍ଶାଲ ତେଜବୀର ସିଂହ ସମ୍ମାନିତ କରିଥିଲେ। ଅକ୍ଟୋବର ୯, ୨୦୨୫ରେ ତାଙ୍କୁ ଯୋଗ୍ୟ ଫ୍ଲାଇଂ ଇନଷ୍ଟ୍ରକ୍ଟର (QFI) ବ୍ୟାଜ୍ ଅର୍ଜନ କରିବା ପାଇଁ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା।

ମୁଖ୍ୟ ଖବର ପାଲଟିଥିଲେ ଶିବାଙ୍ଗୀ

ଭାରତୀୟ ରାଫେଲ ସମେତ ଅନେକ ଲଢ଼ୁଆ ବିମାନକୁ ପାକିସ୍ତାନ ହରାଇଛି ବୋଲି ପାକିସ୍ତାନର ମିଥ୍ୟା ଦାବି ମଧ୍ୟରେ ‘ଅପରେସନ ସିନ୍ଦୂର’ ସମୟରେ ସିଂହଙ୍କ ନାମ ମୁଖ୍ୟ ଖବର ପାଲଟିଥିଲା।

president | Droupadi Murmu | Squadron Leader | rafale 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe