ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀପଶ୍ଚିମବଙ୍ଗରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ନେଇ ତୃଣମୂଳ କଂଗ୍ରେସ (ଟିଏମ୍ସି) ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ଅଭିଯୋଗ କରିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନ ସହିତ ଆଘାତ ହୋଇଛି, ଏବଂ ଏହା କେବଳ ରାଷ୍ଟ୍ରପତିଙ୍କ ପାଇଁ ନୁହେଁ ବରଂ ଦେଶର ସମ୍ବିଧାନର ମଧ୍ୟ ଅପମାନ। ଏହା ଗଣତନ୍ତ୍ରର ମହାନ ପରମ୍ପରାକୁ ମଧ୍ୟ ଅପମାନିତ କରିଛି।
ଆହୁରି ପଢନ୍ତୁ: Trump Claims Iran: ସ୍କୁଲ ଆକ୍ରମଣ ପାଇଁ ଇରାନକୁ ଦାୟୀ କରି ଟ୍ରମ୍ପ କହିଲେ, ସେମାନେ କ୍ଷେପଣାସ୍ତ୍ର ଉତ୍କ୍ଷେପଣ କରିବା ଜାଣନ୍ତି ନାହିଁ
ପ୍ରଧାନମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାନ୍ତାଳ ସମ୍ପ୍ରଦାୟର ଏକ ପ୍ରମୁଖ ସାଂସ୍କୃତିକ ଉତ୍ସବରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ତାଙ୍କୁ ଉପଯୁକ୍ତ ସମ୍ମାନ ଦେବା ପରିବର୍ତ୍ତେ, ଟିଏମ୍ସି ଏହାକୁ ବର୍ଜନ କରିଥିଲା। ରାଷ୍ଟ୍ରପତି ନିଜେ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି। ସର୍ବଦା ସେମାନଙ୍କ ବିକାଶ ସ କଲ୍ୟାଣ ପାଇଁ ଚିନ୍ତିତ ଅଛନ୍ତି। ଏହା ସତ୍ତ୍ୱେ, ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ ପ୍ରତି ଗମ୍ଭୀରତା ଦେଖାଇ ନଥିଲେ।
ଆହୁରି ପଢନ୍ତୁ: International Women’s Day: ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମରେ ଅବ୍ୟବସ୍ଥା କରିଥିଲେ । ଗଣତନ୍ତ୍ରର ମହାନ ପରମ୍ପରାରେ, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସର୍ବୋଚ୍ଚ ସମ୍ମାନର ପ୍ରତୀକ। ତେଣୁ, ଯେକୌଣସି ରାଜନୈତିକ ମତଭେଦରୁ ଊର୍ଦ୍ଧ୍ୱକୁ ଉଠି ଏହି କାର୍ଯ୍ୟାଳୟର ମର୍ଯ୍ୟାଦା ବଜାୟ ରଖିବା ସମସ୍ତଙ୍କର ଦାୟିତ୍ୱ। ଟିଏମ୍ସି ସରକାର କ୍ଷମତାର ଅହଂକାରରେ ବୁଡ଼ି ରହିଛନ୍ତି। ଏପରି ଘଟଣା ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଦୁର୍ବଳ କରିଥାଏ। ରାଷ୍ଟ୍ରପତିଙ୍କ ପ୍ରତି କରାଯାଇଥବା ଅଣଦେଖାକୁ ଲୋକେ କେବେ ମଧ୍ୟ କ୍ଷମା କରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/08/08bbs_37_08032026_112-2026-03-08-15-57-17.jpg)