Narendra Modi : ଆସାମକୁ ପୂର୍ବ-ପାକିସ୍ତାନ କରିବାକୁ ଚକ୍ରାନ୍ତ ହୋଇଥିଲା : ମୋଦୀ

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର (ଡିସେମ୍ବର ୧୯, ୨୦୨୫) ଦିନ ଆସାମର ଗୌହାଟିରେ ଏକ ସମାବେଶକୁ ସମ୍ବୋଧିତ କରି କଂଗ୍ରେସ ଦଳକୁ ଟାର୍ଗେଟ କରିଥିଲେ। ସେ କଂଗ୍ରେସ ଉପରେ ଏକ ବଡ଼ ଆରୋପ ଲଗାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର (ଡିସେମ୍ବର ୧୯, ୨୦୨୫) ଦିନ ଆସାମର ଗୌହାଟିରେ ଏକ ସମାବେଶକୁ ସମ୍ବୋଧିତ କରି କଂଗ୍ରେସ ଦଳକୁ ଟାର୍ଗେଟ କରିଥିଲେ। ସେ କଂଗ୍ରେସ ଉପରେ ଏକ ବଡ଼ ଆରୋପ ଲଗାଇଛନ୍ତି ।

modi

Narendra Modi : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର (ଡିସେମ୍ବର ୧୯, ୨୦୨୫) ଦିନ ଆସାମର ଗୌହାଟିରେ ଏକ ସମାବେଶକୁ ସମ୍ବୋଧିତ କରି କଂଗ୍ରେସ ଦଳକୁ ଟାର୍ଗେଟ କରିଥିଲେ। ସେ କଂଗ୍ରେସ ଉପରେ ଏକ ବଡ଼ ଆରୋପ ଲଗାଇଛନ୍ତି ।  ସେ କହିଥିଲେ ଯେ ଆସାମ ଏବଂ ଉତ୍ତର-ପୂର୍ବର ବିକାଶ କଂଗ୍ରେସ ସରକାରଗୁଡ଼ିକର ଏଜେଣ୍ଡାରେ ନଥିଲା, ବରଂ ଆସାମକୁ ପୂର୍ବ-ପାକିସ୍ତାନର ଅଂଶ କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିଲା । 

ଆହୁରି ପଢନ୍ତୁ : T-20 ବିଶ୍ବକପ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା, ବାଦ ପଡ଼ିଲେ ଗିଲ

ସେ କହିଥିଲେ, "କଂଗ୍ରେସ ସରକାରରେ ଥିବା ଲୋକମାନେ କହୁଥିଲେ, 'ଆସାମ ଏବଂ ଉତ୍ତର-ପୂର୍ବକୁ କିଏ ଯାଏ?' ସେମାନେ ଭାବୁଥିଲେ ଯେ ଆସାମ ଏବଂ ଉତ୍ତର-ପୂର୍ବକୁ ଆଧୁନିକ ବିମାନବନ୍ଦର, ଉନ୍ନତ ରେଳପଥ ଏବଂ ରାଜପଥର ଆବଶ୍ୟକତା ନାହିଁ। ଏହି ଚିନ୍ତାଧାରା ଯୋଗୁଁ, କଂଗ୍ରେସ ଦଶନ୍ଧି ଧରି ଏହି ସମଗ୍ର ଅଞ୍ଚଳକୁ ଅବହେଳା କରିଥିଲା। ଦଶନ୍ଧି ଧରି କଂଗ୍ରେସ କରିଥିବା ଭୁଲଗୁଡ଼ିକୁ ମୋଦୀ ସୁଧାରି ଚାଲିଛି । ମୋ ପାଇଁ ଆସାମର ବିକାଶ ଏକ ଜରୁରୀ ଆବଶ୍ୟକତା ଓ ଏକ ଉତ୍ତରଦାୟିତ୍ବ“ ।

ଆହୁରି ପଢନ୍ତୁ : Raid: ଯୁବ ବ୍ୟବସାୟୀଙ୍କ ଘରେ ମାରାଥନ ଚଢ଼ଉ

ବାଂଲାଦେଶର ଷଡ଼ଯନ୍ତ୍ର 

ବାଂଲାଦେଶରେ ଏବେ ହିଂସା ଚାଲିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ବେଶ ଗୁରୁତ୍ବ ବହନ କରୁଛି। କାରଣ ବାଂଲାଦେଶର ନେତାମାନେ ବାରମ୍ବାର ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଭାରତରୁ ଅଲଗା କରିବାକୁ ଧମକ ଦେଉଛନ୍ତି । ଏପରିକି ସେମାନେ ଭାରତର ସିଲିଗୁଡ଼ି କରିଡର ବା ଚିକେନ ନେକକୁ କାଟି ଦେବାକୁ ଧମକ ଦେଉଛନ୍ତି । ଜଣେ ବିଦ୍ରୋହୀ ନେତା ଧମକ ଦେଇଛନ୍ତି ଯେ ଭାରତର ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ବାଂଲାଦେଶରେ ଆଶ୍ରୟ ଦିଆଯିବ । ଏପରି ସ୍ଥିତିରେ ଭାରତ ସରକାର ଉତ୍ତରପୂର୍ବରେ ଭିତ୍ତିଭୂମିର ବିକାଶ କରିବା ସହ ସେନା ଉପସ୍ଥିତି ବଢାଇଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe