Public discontent: ଇରାନରେ ସର୍ବୋଚ୍ଚ ନେତାଙ୍କ ବିରୋଧରେ ଜନ ଅସନ୍ତୋଷ ତେଜୁଛି

Advertisment

ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଇରାନରେ ସ୍ଥିତି ଦିନକୁ ଦିନ ଅତ୍ୟନ୍ତ ବିଗିଡ଼ିବାରେ ଲାଗିଛି।  ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖେମିନିଙ୍କ ବିରୋଧରେ ଜନ ଅସନ୍ତୋଷ ତେଜୁଛି। ଦେଶର ୩୧ ପ୍ରଦେଶରୁ....

ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଇରାନରେ ସ୍ଥିତି ଦିନକୁ ଦିନ ଅତ୍ୟନ୍ତ ବିଗିଡ଼ିବାରେ ଲାଗିଛି।  ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖେମିନିଙ୍କ ବିରୋଧରେ ଜନ ଅସନ୍ତୋଷ ତେଜୁଛି। ଦେଶର ୩୧ ପ୍ରଦେଶରୁ....

Untitled-15

ତେହରାନ :  ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଇରାନରେ ସ୍ଥିତି ଦିନକୁ ଦିନ ଅତ୍ୟନ୍ତ ବିଗିଡ଼ିବାରେ ଲାଗିଛି।  ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖେମିନିଙ୍କ ବିରୋଧରେ ଜନ ଅସନ୍ତୋଷ ତେଜୁଛି। ଦେଶର ୩୧ ପ୍ରଦେଶରୁ ୨୧ଟିରେ ଖେମିନିଙ୍କ ବିରୋଧରେ ବିବାଦ ଘନେଇଛି ଏବଂ ବଡ଼ ଧରଣର ବିଦ୍ରୋହ ମୁଣ୍ଡ ଟେକିଛି।  ଗୁରୁବାର ଦିନ ରିଭୋଲ୍ୟୁସନାରି ଗାର୍ଡର ଜଣେ ଭଲ୍ୟୁଣ୍ଟିୟରଙ୍କ ସମେତ ୨ ଜଣଙ୍କର ଇରାନର ପଶ୍ଚିମ ପ୍ର‌ଦେଶରେ ଖରାପ୍‌ ଆର୍ଥିକ ସ୍ଥିତି ବିରୋଧରେ ଆନ୍ଦୋଳନ ସମୟରେ ମୃତ୍ୟୁ ହୋଇଛି। ଗତ ସପ୍ତାହାନ୍ତରୁ ଏହି  ଆନ୍ଦୋଳନ ଚାଲିଥିବାବେଳେ ପ୍ରଥମ ଥର ପାଇଁ ଆଜି ୩ ଜଣଙ୍କର ମୃତ୍ୟୁ ହୋଇଛି।

Disappointed: ଅବଢ଼ା ନ ପାଇ ନିରାଶ

  ଆନ୍ଦୋଳନକାରୀ ମଧ୍ୟ ପଥର ମାଡ଼ କରିଛନ୍ତି ଏବଂ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି।    ବୁଧବାର ରାତିରେ  ଜଣେ ୨୧ ବର୍ଷୀୟ  ଭଲ୍ୟୁଣ୍ଟିୟରଙ୍କ ମୃତ୍ୟୁ ପରେ ଭୟ ସୃଷ୍ଟି ହୋଇଛି ଯେ ଇରାନ ସରକାର ଆନ୍ଦୋଳନ ସ୍ଥଳରେ ଏହାର କାର୍ଯ୍ୟାନୁଷ୍ଠାନକୁ ତୀବ୍ର କରିବ।  ରାଜଧାନୀ ତେହରାନରେ ଆନ୍ଦୋଳନ ମନ୍ଥର ହୋଇଥିବା ବେଳେ ଏହା ଅନ୍ୟ ପ୍ରଦେଶରେ ଅଧିକ ଦୃଢ଼ ହୋଇଛି।  ଆନ୍ଦୋଳନ ସମୟରେ ୧୩ ଜଣ ବିଦ୍ରୋହୀ ଏବଂ ଜଣେ ପୁଲିସ ଆହତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଇରାନ ମୁଦ୍ରା ରିଆଲ ଡଲାର ତୁଳନାରେ ଇତିହାସରେ ସବୁଠାରୁ କମ୍‌ ରହିଛି।  ଏଥିସହ ମୁଦ୍ରାସ୍ଫୀତି ୪୨ ପ୍ରତିଶତ ବୃଦ୍ଧି ପାଇଛି।  ‌ତେହରାନର ପରମାଣୁ କାର୍ଯ୍ୟକ୍ରମ ପାଇଁ ଏହା ଉପରେ ଆମେରିକା ଏବଂ ପାଶ୍ଚାତ୍ୟ କଟକଣା ବଢ଼ିଥିବାରୁ ଇରାନର ଅର୍ଥନୀତି ଏବେ ସଂଘର୍ଷ କରୁଛି।

9,000 tourists: ଖଣ୍ଡଗିରି-ଉଦୟଗିରି ବୁଲିଲେ ୯ହଜାର ପର୍ଯ୍ୟଟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe