Putin warned George Bush: ଜର୍ଜ ବୁଶ୍‌ଙ୍କୁ ସତର୍କ କରାଇଥିଲେ ପୁଟିନ: ପାକ୍‌ ପରମାଣୁ ଅସ୍ତ୍ର ବିଶ୍ବ ପାଇଁ ବିପଦ

Advertisment

ପାକିସ୍ତାନର ପରମାଣୁ ଅସ୍ତ୍ର ବିଶ୍ବ ପାଇଁ ବିପଜ୍ଜନକ ଏବଂ ଏଥିପାଇଁ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି ୨୪ ବର୍ଷ ତଳେ  ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ  ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌ଙ୍କୁ ଚେତାଇ ଦେଇଥିଲେ।

ପାକିସ୍ତାନର ପରମାଣୁ ଅସ୍ତ୍ର ବିଶ୍ବ ପାଇଁ ବିପଜ୍ଜନକ ଏବଂ ଏଥିପାଇଁ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି ୨୪ ବର୍ଷ ତଳେ  ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ  ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌ଙ୍କୁ ଚେତାଇ ଦେଇଥିଲେ।

dagdadggad

ମସ୍କୋ: ପାକିସ୍ତାନର ପରମାଣୁ ଅସ୍ତ୍ର ବିଶ୍ବ ପାଇଁ ବିପଜ୍ଜନକ ଏବଂ ଏଥିପାଇଁ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି ୨୪ ବର୍ଷ ତଳେ  ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ  ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌ଙ୍କୁ ଚେତାଇ ଦେଇଥିଲେ। ପୁଟିନ ଓ ବୁଶ୍‌ଙ୍କ ମଧ୍ୟରେ ୨୦୦୧ରୁ ୨୦୦୮ ପର୍ଯ୍ୟନ୍ତ ହୋଇଥିବା ଗୋପନୀୟ କଥାବାର୍ତ୍ତାର କେତେକ  ରେକର୍ଡ ଏବେ ପ୍ରକାଶ ପାଇଛି। ଏଥିରେ ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ର ଓ ରାଜନୈତିକ ଅସ୍ଥିରତା ଉପରେ ଉଭୟ ନେତା ଗଭୀର ଚିନ୍ତା ପ୍ରକାଶ କରିଥିଲେ।  

Additional Security Deposit: ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କଲା କଂଗ୍ରେସ

ପାକିସ୍ତାନ ‘ଗଣତନ୍ତ୍ରହୀନ ସେନା ଶାସନ’ରେ ପରିଚାଳିତ

୨୦୦୧ ଜୁନ୍ ୧୬ରେ ସ୍ଲୋଭେନିଆର ବ୍ରଡୋ କ୍ୟାଷ୍ଟଲ୍‌ରେ ହୋଇଥିବା ପ୍ରଥମ ବ୍ୟକ୍ତିଗତ ବୈଠକରେ ପୁଟିନ ବୁଶ୍‌ଙ୍କୁ କହିଥିଲେ, ‘ମୁଁ ପାକିସ୍ତାନ ବିଷୟରେ ଚିନ୍ତିତ। ଏହା କେବଳ ପରମାଣୁ ଅସ୍ତ୍ର ଥିବା ଏକ ସୈନିକ ଶାସନ। ସେଠାରେ ଗଣତନ୍ତ୍ର ବୋଲି କିଛି ନାହିଁ, ତଥାପି ପଶ୍ଚିମ ଦେଶଗୁଡ଼ିକ ଏହାର ସମାଲୋଚନା କରନ୍ତି ନାହିଁ।’  ପାକିସ୍ତାନର ତତ୍କାଳୀନ ସେନା ଶାସକ ପର୍‌ଭେଜ ମୁଶରଫ୍‌ଙ୍କ ଶାସନକୁ ସିଧାସଳଖ ଟାର୍ଗେଟ କରି ପୁଟିନ ଏହା କହିଥିଲେ।  

Fire: ନିଆଁରେ ଜଳିଗଲା ଘର, ସର୍ଟସର୍କିଟରୁ ଭୟଙ୍କର ଅଗ୍ନିକାଣ୍ଡ: ପୋଡ଼ି ପାଉଁଶ ବର୍ଷକର ପରିଶ୍ରମ ଓ ଆସବାବପତ୍ର...

ଇରାନର ପରମାଣୁ କାର୍ଯ୍ୟକ୍ରମରେ ପାକିସ୍ତାନର ଭୂମିକା  ନେଇ ମଧ୍ୟ ପୁଟିନ ଚିନ୍ତାବ୍ୟକ୍ତ କରିଥିଲେ।  ବୁଶ୍ ପୁଟିନଙ୍କ ଉଦ୍‌ବେଗକୁ ସମର୍ଥନ କରି କହିଥିଲେ, ଏହା ଆମକୁ ମଧ୍ୟ ଚିନ୍ତିତ କରୁଛି।  ସେ ମୁଶରଫ୍‌ଙ୍କ ସହ କଥା ହୋଇଥିବା କହି ପରମାଣୁ ବିଜ୍ଞାନୀ ଏକ୍ୟୁ ଖାନ୍‌ଙ୍କୁ ଗୃହବନ୍ଦୀ କରାଯାଇଥିବା ଉଲ୍ଲେଖ କରିଥିଲେ, କିନ୍ତୁ ଇରାନ ଓ ଉତ୍ତର କୋରିଆକୁ  ପାକିସ୍ତାନ ଦ୍ବାରା ପରମାଣୁ ପ୍ରଯୁକ୍ତି ହସ୍ତାନ୍ତର ଉପରେ ଚିନ୍ତା ପ୍ରକାଶ କରିଥିଲେ। ୨୦୦୪ରେ ଏକ୍ୟୁ ଖାନ୍‌ଙ୍କ ବିଶ୍ୱବ୍ୟାପୀ ପରମାଣୁ କଳାବଜାର ସଂପର୍କିତ ତଥ୍ୟ ସ୍ୱୀକାର ପରେ ଏହି ଚିନ୍ତା ଆହୁରି ବଢ଼ିଥିଲା। ସେତେବେଳେ ଉଭୟ ନେତା ପାକିସ୍ତାନର ସେନା ନିୟନ୍ତ୍ରଣାଧୀନ ପରମାଣୁ କାର୍ଯ୍ୟକ୍ରମକୁ ବିଶ୍ୱ ସୁରକ୍ଷା ପାଇଁ ବଡ଼ ବିପଦ ଭାବେ ଦେଖିବା ବେଳେ  ଏବେ ଏହା ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥିତିରେ ରହିଛି। ପାକିସ୍ତାନର ଅସ୍ଥିରତା ଓ ଅତି ଖରାପ ପରମାଣୁ ରେକର୍ଡ ଉପରେ ବହୁବର୍ଷ ଧରି  ଭାରତ ପ୍ରକାଶ କରିଆସୁଥିବା ଉଦ୍‌ବେଗକୁ ଏ ବାବଦ ରିପୋର୍ଟ ଏବେ ପୁନଃ ପ୍ରମାଣିତ ‌କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe