Rahul Gandhi: ବାୟୁ ପ୍ରଦୂଷଣ ଉପରେ ଆଲୋଚନା ଦାବି କଲେ ରାହୁଲ

Advertisment

ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହର ଗୁଡ଼ିକରେ ଏବେ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଥିବା ବେଳେ  ଆଜି ଲୋକସଭାରେ ବିରୋଧୀ ଦଳ ନେତା  ରାହୁଲ ଗାନ୍ଧୀ ପ୍ରଦୂଷଣ ଉପରେ ଆଲୋଚନା ଦାବି କରିଛନ୍ତି।

ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହର ଗୁଡ଼ିକରେ ଏବେ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଥିବା ବେଳେ  ଆଜି ଲୋକସଭାରେ ବିରୋଧୀ ଦଳ ନେତା  ରାହୁଲ ଗାନ୍ଧୀ ପ୍ରଦୂଷଣ ଉପରେ ଆଲୋଚନା ଦାବି କରିଛନ୍ତି।

rahul gandhi

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହର ଗୁଡ଼ିକରେ ଏବେ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଥିବା ବେଳେ  ଆଜି ଲୋକସଭାରେ ବିରୋଧୀ ଦଳ ନେତା  ରାହୁଲ ଗାନ୍ଧୀ ପ୍ରଦୂଷଣ ଉପରେ ଆଲୋଚନା ଦାବି କରିଛନ୍ତି। ଶୂନ୍ୟକାଳରେ ରାହୁଲ ଆଜି ଏହି ପ୍ରସଙ୍ଗ ଉଠାଇଛନ୍ତି।  ଉକ୍ତ ପ୍ରସଙ୍ଗରେ ସରକାର ଏବଂ ବିରୋଧୀ ଦଳ କେହି କାହା ଉପରେ ଦୋଷ ନଲଦି ସମସ୍ୟାର ସମାଧାନ ବାହାର କରିବାପାଇଁ ମିଳିତ ଭାବେ କାମ କରିବା ଉପରେ ରାହୁଲ ଗୁରୁତ୍ବାରୋପ କରିଛନ୍ତି। ସେ କହିଛନ୍ତି, ଆଗାମୀ ୫-୧୦ ବର୍ଷ ମଧ୍ୟରେ ଉକ୍ତ ପ୍ରସଙ୍ଗକୁ ‌କିଭଳି ଭାବେ ନିୟନ୍ତ୍ରଣ କରିହେବ ସେ ଦିଗରେ ଆଲୋଚନା କରି ଏକ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କଲେ ଭଲହେବ।   ବାୟୁ ପ୍ରଦୂଷଣ ଏକ ଜାତୀୟ ବିପର୍ଯ୍ୟୟରେ ପରିଣତ ହୋଇଛି ଯେଉଁଥିପାଇଁ ଏକ ବିସ୍ତୃତ ଏବଂ ତତ୍କାଳ ଜାତୀୟ ଆକ୍ସନ୍‌ ପ୍ଲାନ୍‌ର ଆବଶ୍ୟକତା ରହିଛି।  ଲକ୍ଷଲକ୍ଷ ଶିଶୁ ଫୁସ୍‌ଫୁସ୍‌ ଜନିତ ରୋଗରେ ପଡ଼ୁଛନ୍ତି ଏବଂ ସେମାନଙ୍କ ଭବିଷ୍ୟତ ନଷ୍ଟ ହୋଇଯାଉଛି।

Education And Health: ଭଦ୍ରକରେ ପ୍ରତିଷ୍ଠା ହେବ ବିଶ୍ବବିଦ୍ୟାଳୟ, ମେଡିକାଲ କଲେଜ୍‌!

ବୟସ୍କ ମାନେ ନିଶ୍ବାସ ନେଇପାରୁନାହାନ୍ତି ଏବଂ ପ୍ରଦୂଷଣ କ୍ୟାନ୍‌ସରର ମଧ୍ୟ କାରଣ ହେଉଛି। ତେଣୁ ଉଭୟ ସରକାର ଏବଂ ବିରୋଧୀ ଦଳ ଏଦିଗରେ ମିଳିମିଶି କାମ କରିବା ଉଚିତ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ରାହୁଲ ପୁଣି ଥରେ ଗୁରୁତ୍ବାରୋପ କରି କହିଛନ୍ତି ଯେ ଆଲୋଚନା ସମୟରେ କେହି କାହା ଉପରେ ଦୋଷ ନଲଦି ଆଗକୁ କେଉଁ ପଦକ୍ଷେପ ଗ୍ରହଣ କରିହେବ ତା’ଉପରେ ଗୁରୁତ୍ବ ଦେବା ଉଚିତ। ରାହୁଲ କହିଛନ୍ତି, ସରକାର ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ଏକ ଯୋଜନା ପ୍ରସ୍ତୁତ କରିବା ଉଚିତ ଏବଂ ବିରୋଧୀ ଦଳମାନେ ଏହାକୁ ସମର୍ଥନ କରିବେ।  ଅନ୍ୟପକ୍ଷେ ରାହୁଲଙ୍କର ଏହି ଦାବି ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଜବାବ ରଖିଛନ୍ତି।  ସରକାର ଉକ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।   

Remember 25: ମନେରହିବ ୨୫: ଆକର୍ଷଣ ନୁହେଁ, ଆଲୋଚନାରେ ପର୍ଯ୍ୟଟନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe