Advertisment

Rahul Gandhi: 'ସରକାରଙ୍କୁ ସତ୍ୟର ଆଇନା ଦେଖାଇବା ଅପରାଧ ନୁହେଁ, ଦେଶପ୍ରେମ'

Advertisment

ରାହୁଲ ଗାନ୍ଧୀ କହିଛନ୍ତି, ସରକାରଙ୍କୁ ସତ୍ୟର ଆଇନା ଦେଖାଇବା ଅପରାଧ ନୁହେଁ, ଦେଶପ୍ରେମ। ରାହୁଲ ତାଙ୍କ ସାଥୀ ଯୁବ କଂଗ୍ରେସ ସଦସ୍ୟଙ୍କୁ ଗର୍ବିତ ବୋଲି କହିଛନ୍ତି । ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆମର ଐତିହାସିକ ଐତିହ୍ୟ। ଏହା ଆମ ରକ୍ତରେ ଅଛି...

ରାହୁଲ ଗାନ୍ଧୀ କହିଛନ୍ତି, ସରକାରଙ୍କୁ ସତ୍ୟର ଆଇନା ଦେଖାଇବା ଅପରାଧ ନୁହେଁ, ଦେଶପ୍ରେମ। ରାହୁଲ ତାଙ୍କ ସାଥୀ ଯୁବ କଂଗ୍ରେସ ସଦସ୍ୟଙ୍କୁ ଗର୍ବିତ ବୋଲି କହିଛନ୍ତି । ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆମର ଐତିହାସିକ ଐତିହ୍ୟ। ଏହା ଆମ ରକ୍ତରେ ଅଛି...

New Project (1)

Rahul Gandhi Photograph: (google)

ନୂଆଦିଲ୍ଲୀ: ଏଆଇ ସମ୍ମିଟ୍ ପ୍ରତିବାଦରେ ଯୁବ କଂଗ୍ରେସ ସଭାପତି ଓ ଅନ୍ୟାନ୍ୟ କର୍ମୀଙ୍କ ଗିରଫଦାରୀକୁ ନେଇ ରାହୁଲ ଗାନ୍ଧୀ ତଥା ଅନ୍ୟ କଂଗ୍ରେସ ନେତା କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ସରକାରଙ୍କୁ ସତ୍ୟର ଆଇନା ଦେଖାଇବା ଅପରାଧ ନୁହେଁ, ଦେଶପ୍ରେମ। ରାହୁଲ ତାଙ୍କ ସାଥୀ ଯୁବ କଂଗ୍ରେସ ସଦସ୍ୟଙ୍କୁ ଗର୍ବିତ ବୋଲି କହିଛନ୍ତି।

ରାହୁଲ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆମର ଐତିହାସିକ ଐତିହ୍ୟ। ଏହା ଆମ ରକ୍ତରେ ଅଛି। ଏହା ପ୍ରତ୍ୟେକ ଭାରତୀୟଙ୍କ ଗଣତାନ୍ତ୍ରିକ ଅଧିକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, ମୁଁ ମୋର ସାଥୀ ଯୁବ କଂଗ୍ରେସ ସଦସ୍ୟମାନଙ୍କ ଉପରେ ଗର୍ବିତ ଯେଉଁମାନେ ନିର୍ଭୀକ ଭାବରେ ଜାତୀୟ ସ୍ୱାର୍ଥ ପାଇଁ ପ୍ରଧାନମନ୍ତ୍ରୀଙ୍କ ବିରୋଧଧରେ ସ୍ୱର ଉଠାଇଛନ୍ତି। ରାହୁଲ ପୁଣି ଥରେ ଆମେରିକା ସହିତ ବାଣିଜ୍ୟ ଚୁକ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଆମେରିକା ସହିତ ବାଣିଜ୍ୟ ଚୁକ୍ତି ଦେଶର ସ୍ୱାର୍ଥକୁ କ୍ଷୁର୍ଣ୍ଣ କରିଛି। ଏହି ଚୁକ୍ତି ଆମର ଚାଷୀ ଓ ବୟନ ଶିଳ୍ପକୁ କ୍ଷତି ପହଞ୍ଚାଇବ ତଥା ଆମର ତଥ୍ୟ ଆମେରିକାକୁ ହସ୍ତାନ୍ତର କରିବ। ଏହି ସତ୍ୟକୁ ଦେଶ ସମ୍ମୁଖରେ ପ୍ରକାଶ କରିବା ପାଇଁ ଯୁବ କଂଗ୍ରେସ ସଭାପତି ଉଦୟ ଭାନୁ ଚିବ ଏବଂ ଅନ୍ୟାନ୍ୟ ଆଇୱାଇସି ସହଯୋଗୀଙ୍କ ଗିରଫ ସରକାରଙ୍କ ଏକଛତ୍ରବାଦୀ ପ୍ରବୃତ୍ତି ତଥା କାପୁରୁଷତାର ପ୍ରମାଣ। କଂଗ୍ରେସ ଦଳ ଆଉ ମୁଁ ଆମର ସାହସୀ ସାଥୀମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛୁ।।ସତ୍ୟ ଓ ସମ୍ବିଧାନ ଆମ ସପକ୍ଷରେ ଅଛି।

ଆହୁରି ପଢନ୍ତୁ- Nuclear Weapons: ଆମେରିକା, ରୁଷ ଓ ଚୀନ୍ ପରମାଣୁ ଅସ୍ତ୍ର ନେଇ କରୁଛନ୍ତି ଗୁପ୍ତ ବୈଠକ

କଂଗ୍ରେସ ସାଂସଦ କେ.ସି. ଭେନୁଗୋପାଳ ସରକାରଙ୍କୁ କଡ଼ା ସମାଲୋଚନା କରି ଯୁବ କଂଗ୍ରେସ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି,ଭାରତୀୟ ଗଣତନ୍ତ୍ର ପାଇଁ ଏହା ଏକ ଅନ୍ଧାର ସମୟ, ଯେଉଁଠାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ଯୁବକମାନଙ୍କୁ ଜେଲ୍ ପଠାଯାଉଛି। 

ଯୁବ କଂଗ୍ରେସ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କ ଏକ୍ସ-ପୋଷ୍ଟରେ ସରକାରଙ୍କୁ ନିନ୍ଦା କରି କହିଛନ୍ତି, ଆଜିର ଯୁବପିଢ଼ି ଚାକିରି ପାଇଁ ହତାଶ। ଦେଶର ପରିବେଶ ଖରାପ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଆମେରିକା ନିକଟରେ ଆତ୍ମସମର୍ପଣ କରି ସମସ୍ତ ସର୍ତ୍ତ ଗ୍ରହଣ କରିଛନ୍ତି। ଯାହା ସମଗ୍ର ଦେଶକୁ ଲଜ୍ଜିତ କରିଛି। ବାସ୍ତବରେ, ଟ୍ରମ୍ପ ଆମକୁ ଦାସ କରୁଛନ୍ତି ଓ ବନ୍ଧନ ଶ୍ରମ ଆଡ଼କୁ ଠେଲି ଦେଉଛନ୍ତି। ଖାର୍ଗେ କହିଛନ୍ତି, କଂଗ୍ରେସ ଭୟଭୀତ ନୁହେଁ କି ଭୀରୁ ନୁହେଁ। ସରକାର ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ। ସେମାନେ ଆମର ଯୁବବର୍ଗମାନଙ୍କୁ, ଆମର ଯୁବ ନେତାମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। ଏହା କାମ କରିବ ନାହିଁ। ମୁଁ ଏହାକୁ ନିନ୍ଦା କରୁଛି। ଆମ ଦେଶର ଗଣତନ୍ତ୍ର ଓ ସମ୍ବିଧାନକୁ ସୁରକ୍ଷା ଦେବା ପାଇଁ ଆମେ ଯେକୌଣସି ବଳିଦାନ ଦେବୁ। ଯେଉଁମାନେ ଦେଶକୁ ବନ୍ଧକ ରଖିଛନ୍ତି ସେମାନଙ୍କ ବିରୋଧରେ ଆମେ ଲଢ଼ି ଆମର ସଂଘର୍ଷ ଜାରି ରଖିବୁ।

ଆହୁରି ପଢନ୍ତୁ- Rain: ଭୁବନେଶ୍ବରରେ କାଳବୈଶାଖୀ: ହୋର୍ଡିଂ ଭୁଶୁଡ଼ି ଜଣଙ୍କର ମୃତ୍ୟୁ, ଝଡ଼-ବର୍ଷାରେ ଗଛ ଭାଙ୍ଗିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe