ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୁଇଦିନିଆ ଭାରତ ଗସ୍ତ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ସାକ୍ଷାତ ପ୍ରସଙ୍ଗରେ କେନ୍ଦ୍ର ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବିଦେଶୀ ରାଷ୍ଟ୍ରମୁଖ୍ୟ ଓ ଉଚ୍ଚସ୍ତରୀୟ ଅତିଥିଙ୍କୁ ବିରୋଧୀ ଦଳ ନେତାଙ୍କ ସହ ଦେଖା କରିବାକୁ ଅନୁମତି ଦିଆଯାଉନାହିଁ। ଏହା କେନ୍ଦ୍ରର ଅସୁରକ୍ଷିତ ଭାବନାକୁ ପ୍ରତିଫଳିତ କରୁଛି ବୋଲି ରାହୁଲ କହିଛନ୍ତି।
ରାହୁଲ କହିଛନ୍ତି, ‘ଏହା ଅତ୍ୟନ୍ତ ଲଜ୍ଜାଜନକ ଯେ ଭାରତ ସରକାର ବିଦେଶୀ ଅତିଥିଙ୍କୁ ଲୋକସଭା ବିରୋଧୀ ଦଳ ନେତାଙ୍କ ସହ ଦେଖା କରିବାକୁ ଅନୁମତି ଦେଉ ନାହାନ୍ତି।
ଭାରତରେ ଏହାକୁ ରୋକାଯାଉଛି। ଏହା ଦେଶର ଛବିକୁ କ୍ଷତି କରୁଛି ବୋଲି ରାହୁଲ କହିଛନ୍ତି। ଅନ୍ୟପକ୍ଷରେ ସରକାର ସ୍ପଷ୍ଟ କରିଛନ୍ତି ଯେ ଗସ୍ତ ସମୟରେ କାହାକୁ ଭେଟିବା ସଂପୂର୍ଣ୍ଣ ଭାବେ ଅତିଥିଙ୍କ ଇଚ୍ଛାଧୀନ। ଜେଡିୟୁ ନେତା କେସି ତ୍ୟାଗୀ ମଧ୍ୟ ରାହୁଲଙ୍କୁ ଜବାବ ଦେଇ କହିଛନ୍ତି, ପ୍ରୋଟୋକଲ ଅନୁଯାୟୀ ବିଦେଶୀ ରାଷ୍ଟ୍ରମୁଖ୍ୟ କାହାକୁ ଭେଟିବା ସଂପର୍କରେ ନିଜେ ହିଁ ସ୍ଥିର କରନ୍ତି। କୌଣସି ଭାରତୀୟ ନେତା ତାଙ୍କୁ ଭେଟିବାକୁ ଚାହୁଥିଲେ, ସେମାନେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କିମ୍ବା ସମ୍ପୃକ୍ତ ଦୂତାବାସ ମାଧ୍ୟମରେ ନିଯୁକ୍ତି ପାଇଁ ଅନୁରୋଧ କରିବା ଆବଶ୍ୟକ। ରାହୁଲ ଗାନ୍ଧୀ ଏଥିମଧ୍ୟରୁ କେଉଁ ପଦ୍ଧତି ଅନୁସରଣ କରିଛନ୍ତି ବୋଲି ତ୍ୟାଗୀ ପ୍ରଶ୍ନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/05/untitled-19-2025-12-05-06-02-01.jpg)