ରାହୁଲଙ୍କ ଜୀବନ ପ୍ରତି ବିପଦ!:ପୁଣେ କୋର୍ଟରେ ଲିଖିତ ବୟାନ

ପୁଣେ କୋର୍ଟରେ ଲିଖିତ ବୟାନରେ କୁହାଯାଇଛି, ରାହୁଲ ଗାନ୍ଧୀଙ୍କର ନ୍ୟାୟପାଳିକା ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି, କିନ୍ତୁ କୋର୍ଟଙ୍କୁ ମନେ ରଖିବାକୁ ପଡିବ ଯେ, ମାମଲାର ଶୁଣାଣି ସମୟରେ ଚାପ ସୃଷ୍ଟି କରିବାର ପ୍ରୟାସ ହୋଇପାରେ..

ଅଦ୍ୟତନ ହୋଇଛି
Rahul's life in danger!: Statement written in Pune court

Rahul's life in danger!: Statement written in Pune court Photograph: (sambad.in)

ପୁଣେ: ପୁଣେର ଏକ ସ୍ୱତନ୍ତ୍ର କୋର୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଚାଲିଥିବା ଏକ ଫୌଜଦାରୀ ମାନହାନି ମାମଲାରେ, ବୁଧବାର ତାଙ୍କ ଆଇନଜୀବୀ ଏକ ଲିଖିତ ବୟାନ ଦାଖଲ କରି ତାଙ୍କ ସୁରକ୍ଷା ବିଷୟରେ ଗମ୍ଭୀର ଆଶଙ୍କା ପ୍ରକାଶ କରିଛନ୍ତି। ଏହି ମାମଲା ବିନାୟକ ଦାମୋଦର ସାଭରକରଙ୍କ ଉପରେ ରାହୁଲ ଗାନ୍ଧୀଙ୍କ କଥିତ ଅପମାନଜନକ ମନ୍ତବ୍ୟ ସହିତ ଜଡିତ।

ରାହୁଲ ଗାନ୍ଧୀଙ୍କ ଆଇନଜୀବୀ ମିଲିନ୍ଦ ପାୱାର କୋର୍ଟଙ୍କୁ କହିଥିଲେ ଯେ, ବିଜେପି ନେତା ବିଟ୍ଟୁ ରାହୁଲଙ୍କୁ ଆତଙ୍କବାଦୀ ବୋଲି କହିଥିଲେ ଯେତେବେଳେ ଅନ୍ୟ ଜଣେ ବିଜେପି ନେତା ତରବିନ୍ଦର ମାରୱାହ ଖୋଲାଖୋଲି ଧମକ ଦେଇଥିଲେ, ଯଦି ରାହୁଲ ଗାନ୍ଧୀ ଠିକ୍ ଭାବରେ ଆଚରଣ ନ କରନ୍ତି, ତେବେ ତାଙ୍କର ଦଶା ତାଙ୍କ  ଜେ‌ଜେମାଙ୍କ ପରି ହୋଇପାରେ।

ଅଧିକ ପଢ଼ନ୍ତୁ:ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଅଛନ୍ତି ଚନ୍ଦ୍ରବାବୁ ନାଇଡୁ: ଜଗନ ରେଡ୍ଡୀଙ୍କ ବଡ଼ ଦାବି

କୋର୍ଟରେ ଏହା ମଧ୍ୟ କୁହାଯାଇଛି, ଏହି ମାମଲାରେ ଅଭିଯୋଗକାରୀ ସତ୍ୟକି ସାଭରକର ଏବଂ ଗଡସେ ପରିବାର ମଧ୍ୟରେ ପାରିବାରିକ ସମ୍ପର୍କ ଅଛି। ସେ ତାଙ୍କ ପ୍ରଭାବର ଅପବ୍ୟବହାର କରିବାର ଆଶଙ୍କା ରହିଛି। ଆଇନଜୀବୀଙ୍କ ଅନୁଯାୟୀ, ଅଭିଯୋଗକାରୀଙ୍କ ପାରିବାରିକ ପୃଷ୍ଠଭୂମି ହିଂସାତ୍ମକ ଏବଂ ଅସାମ୍ବିଧାନିକ ପ୍ରବୃତ୍ତି ସହିତ ଜଡିତ୍।


ଏପରି ପରିସ୍ଥିତିରେ, ବର୍ତ୍ତମାନର ରାଜନୈତିକ ପରିବେଶରେ ରାହୁଲ ଗାନ୍ଧୀଙ୍କୁ କ୍ଷତି ପହଞ୍ଚାଇବା, ମିଥ୍ୟା ଭାବରେ ଫସାଇ ଦିଆଯିବା କିମ୍ବା କୌଣସି ପ୍ରକାରେ ଟାର୍ଗେଟ କରାଯିବାର ସମ୍ଭାବନା ରହିଛି। ଆଇନଜୀବୀ ଦାବି କରିଛନ୍ତି ଯେ, ଅଭିଯୋଗକାରୀ ବର୍ତ୍ତମାନର ରାଜନୈତିକ ପରିବେଶର ସୁଯୋଗ ନେଇ କୋର୍ଟଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବାର ଆଶଙ୍କା ମଧ୍ୟ ରହିଛି।

ଅଧିକ ପଢ଼ନ୍ତୁ:ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ଜାରି ପ୍ରକ୍ରିୟାର ଅବଧି ବୃଦ୍ଧି

Rahul Gandhi | Pune Court | Satyaki Savarkar | defamation case | Vinayak Damodar Savarkar 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe