Rail Accident : ୨୦୧୪-୧୫ରେ ରେଳ ଦୁର୍ଘଟଣା ସଂଖ୍ୟା ୧୩୫ ଥିବାବେଳେ ୨୦୨୫-୨୬ରେ ଏପର୍ଯ୍ୟନ୍ତ ୧୧କୁ ହ୍ରାସ ପାଇଛି : ବୈଷ୍ଣବ

Advertisment

ରେଳ ଚଳାଚଳ କ୍ଷେତ୍ରରେ ନିରାପତ୍ତା ବୃଦ୍ଧି ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହାର ଫଳସ୍ବରୂପ  ୨୦୧୪-୧୫ରେ ରେଳ ଦୁର୍ଘଟଣା ସଂଖ୍ୟା ୧୩୫ ଥିବାବେଳେ ୨୦୨୪-୨୫ ସୁଦ୍ଧା ଏହା ୩୧କୁ ହ୍ରାସ ପାଇଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ।

ରେଳ ଚଳାଚଳ କ୍ଷେତ୍ରରେ ନିରାପତ୍ତା ବୃଦ୍ଧି ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହାର ଫଳସ୍ବରୂପ  ୨୦୧୪-୧୫ରେ ରେଳ ଦୁର୍ଘଟଣା ସଂଖ୍ୟା ୧୩୫ ଥିବାବେଳେ ୨୦୨୪-୨୫ ସୁଦ୍ଧା ଏହା ୩୧କୁ ହ୍ରାସ ପାଇଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ।

Untitled-18

railway annual accidents reduce

ନୂଆଦିଲ୍ଲୀ : ରେଳ ଚଳାଚଳ କ୍ଷେତ୍ରରେ ନିରାପତ୍ତା ବୃଦ୍ଧି ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହାର ଫଳସ୍ବରୂପ  ୨୦୧୪-୧୫ରେ ରେଳ ଦୁର୍ଘଟଣା ସଂଖ୍ୟା ୧୩୫ ଥିବାବେଳେ ୨୦୨୪-୨୫ ସୁଦ୍ଧା ଏହା ୩୧କୁ ହ୍ରାସ ପାଇଛି । ସେହିପରି ୨୦୦୪-୧୪ ମଧ୍ୟରେ ମୋଟ ୧୭୧୧ଟି ରେଳ ଦୁର୍ଘଟଣା ହୋଇଥିଲା ଅର୍ଥାତ ବାର୍ଷିକ ହାରାହାରି ୧୭୧ଟି ଦୁର୍ଘଟଣା ହୋଇଥିଲା । ଏହା ୨୦୨୪-୨୫ ସୁଦ୍ଧା ଏହା ୩୧କୁ ଓ ୨୦୨୫-୨୬ରେ ନଭେମ୍ବର ସୁଦ୍ଧା ମାତ୍ର ୧୧କୁ ହ୍ରାସ ପାଇଛି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ରାଜ୍ୟସଭାରେ ସୂଚନା ଦେଇଛନ୍ତି । 

ଆହୁରି ପଢନ୍ତୁ : Ban Discounts Electricity Bills: ବିଦ୍ୟୁତ କର୍ମଚାରୀମାନଙ୍କୁ ଲାଗିଲା ଝଟକା: ଦେବାକୁ ପଡ଼ିବ ସମ୍ପୂର୍ଣ୍ଣ ବିଲ୍

ସେ କହିଛନ୍ତି ଯେ ଭାରତୀୟ ରେଳ ପକ୍ଷରୁ ନିରାପତ୍ତା ସମ୍ପର୍କିତ କାର୍ଯ୍ୟରେ ବ୍ୟୟ ବିଗତ ବର୍ଷମାନଙ୍କରେ ଉଲ୍ଲେଖନୀୟଭାବେ ବୃଦ୍ଧି ପାଇଛି । ୨୦୧୩-୧୪ରେ ତାହା ୩୯,୪୬୩ କୋଟି ଟଙ୍କା ଥିବାବେଳେ ୨୦୨୫-୨୬ରେ ତାହା ୧,୧୬,୪୭୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । 

ଆହୁରି ପଢନ୍ତୁ : Ram Temple Plan in West Bengal:ବାବ୍ରି ମସଜିଦ ପରେ ପଶ୍ଚିମବଙ୍ଗରେ ରାମ ମନ୍ଦିର ନିର୍ମାଣ ଘୋଷଣା କଲେ ବିଜେପି ନେତା

ମାନବୀୟ ତ୍ରୁଟି ଯୋଗୁଁ ହେଉଥିବା ଦୁର୍ଘଟଣାକୁ ହ୍ରାସ କରିବା ପାଇଁ, ୩୧ ଅକ୍ଟୋବର ୨୦୨୫ ସୁଦ୍ଧା ୬୬୫୬ଟି ଷ୍ଟେସନରେ ପଏଣ୍ଟ ଏବଂ ସିଗନାଲଗୁଡ଼ିକର କେନ୍ଦ୍ରୀକୃତ କାର୍ଯ୍ୟ ସହିତ ବୈଦ୍ୟୁତିକ/ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ ସ୍ଥାପନ କରାଯାଇଛି। ଲେଭଲ୍ କ୍ରସିଂ ଗେଟରେ ସୁରକ୍ଷା ବୃଦ୍ଧି କରିବା ପାଇଁ, ୩୧ ଅକ୍ଟୋବର ୨୦୨୫ ସୁଦ୍ଧା ୧୦,୦୯୮ଟି ଲେଭଲ୍ କ୍ରସିଂ ଗେଟରେ ଇଣ୍ଟରଲକିଂ ସ୍ଥାପନ କରାଯାଇଛି । ସେହିପରି କବଚ ସିଷ୍ଟମକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଉଛି ବୋଲି ସେ କହିଛନ୍ତି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe