Delhi Rain, Cold Wave: ଥଣ୍ଡାରେ ଥରୁଛନ୍ତି ରାଜଧାନୀବାସୀ: ହାଲୁକା ବର୍ଷାରେ ଭିଜିଲା ଦିଲ୍ଲୀ, ଏପଟେ ପ୍ରବଳ ଜାଡ଼... ସେପଟେ ବର୍ଷାମାଡ଼

Advertisment

ଏପଟେ ପ୍ରବଳ ଜାଡ଼, ସେପଟେ ବର୍ଷାର ମାଡ଼ । ଥଣ୍ଡାରେ ଥରୁଛନ୍ତି ରାଜଧାନୀବାସୀ । ଆଜି ସକାଳେ ସକାଳେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବର୍ଷା ହେବା କାରଣରୁ ବାଦଲରେ ଢାଙ୍କି ହେଇଛି ପୂରା ରାଜଧାନୀ । ଆକାଶ ମେଘାଚ୍ଛନ୍ନ ରହିଛି...

ଏପଟେ ପ୍ରବଳ ଜାଡ଼, ସେପଟେ ବର୍ଷାର ମାଡ଼ । ଥଣ୍ଡାରେ ଥରୁଛନ୍ତି ରାଜଧାନୀବାସୀ । ଆଜି ସକାଳେ ସକାଳେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବର୍ଷା ହେବା କାରଣରୁ ବାଦଲରେ ଢାଙ୍କି ହେଇଛି ପୂରା ରାଜଧାନୀ । ଆକାଶ ମେଘାଚ୍ଛନ୍ନ ରହିଛି...

rain in delhi

rain in delhi Photograph: (sambad.in)

ନୂଆଦିଲ୍ଲୀ: ଏପଟେ ପ୍ରବଳ ଜାଡ଼, ସେପଟେ ବର୍ଷାର ମାଡ଼ । ଥଣ୍ଡାରେ ଥରୁଛନ୍ତି ରାଜଧାନୀବାସୀ । ଆଜି ସକାଳେ ସକାଳେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବର୍ଷା ହେବା କାରଣରୁ ବାଦଲରେ ଢାଙ୍କି ହେଇଛି ପୂରା ରାଜଧାନୀ । ଆକାଶ ମେଘାଚ୍ଛନ୍ନ ରହିଛି । ଜନଜୀବନ ଗୋଟେ ପ୍ରକାର ଜାଡ଼ ଯାତନାରେ ଛଟପଟ ହେଉଛି । ଆଜି ସକାଳେ ଦିଲ୍ଲୀରେ ହାଲୁକା ବର୍ଷା ଯୋଗୁଁ ତାପମାତ୍ରା ପ୍ରାୟ ୬ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଥିଲା ଏବଂ ଥଣ୍ଡା ବଢିଥିଲା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ଏବଂ ସର୍ବାଧିକ ତାପମାତ୍ରା ୧୭ ଡିଗ୍ରୀ ସେଲସିୟସ ରହିବ ବୋଲି ଆଶା କରାଯାଉଛି।

ଆହୁରି ପଢନ୍ତୁ- Man Jumps From Saket Court Building: କାମର ଚାପ ସହିନପାରି ଜୀବନ ହାରିଲେ ଦିବ୍ୟାଙ୍ଗ

ରାଜଧାନୀ ଦିଲ୍ଲୀରେ ପ୍ରବଳ ଥଣ୍ଡା ଯୋଗୁଁ ଆଜିକାଲି ପ୍ରବଳ ଶୀତ ଅନୁଭୂତ ହେଉଛି। ଶୁକ୍ରବାର ସକାଳେ ଅନେକ ଅଞ୍ଚଳରେ ହାଲୁକା ବର୍ଷା ହୋଇଥିଲା, ଯାହା ପାଗକୁ ଆହୁରି ବିଗାଡ଼ି ଦେଇଛି । ମହାମାୟା ଫ୍ଲାଏଓଭର, ଅକ୍ଷରଧାମ ସମେତ ଦିଲ୍ଲୀ-ନୋଏଡାର ଅନେକ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି । ଆକାଶ ମେଘୁଆ ରହିଛି ଏବଂ ତାପମାତ୍ରା ଖସିଛି । ଗତ କିଛି ଦିନ ଧରି, ଦିଲ୍ଲୀ, ୟୁପି, ପଞ୍ଜାବ, ହରିୟାଣା ସମେତ ଉତ୍ତର ଭାରତର ରାଜ୍ୟଗୁଡ଼ିକରେ ପ୍ରବଳ ଶୀତ ଜାରି ରହିଛି। 

ଆହୁରି ପଢନ୍ତୁ- India Difficulty WTC ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍: କଷ୍ଟକର ହୋଇପାରେ ଭାରତର ଫାଇନାଲ ରାସ୍ତା

ସେପଟେ ପାଣିପାଗ ବିଭାଗ ଆଗାମୀ ୫ରୁ ୭ ଦିନ ପାଇଁ ଉତ୍ତର-ପଶ୍ଚିମ ଭାରତ ଏବଂ ବିହାରରେ ଘନ କୁହୁଡ଼ି ହେବାର ପୂର୍ବାନୁମାନ କରିଛି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଉତ୍ତର-ପୂର୍ବ, ମଧ୍ୟ ଭାରତ, ପଶ୍ଚିମବଙ୍ଗ ଏବଂ ସିକିମର କିଛି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । କୁହୁଡି ପାଇଁ ଦେଖାଯିବନି ରାସ୍ତାଘାଟ, ତେଣୁ ଗାଡ଼ି ଚାଳକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ହାଲୁକା ବର୍ଷା କାରଣରୁ ପ୍ରଦୂଷଣ ହ୍ରାସ ହେବ ବୋଲି ଆଶା କରାଯାଉଛି। ତଥାପି, ବର୍ତ୍ତମାନ ପାଇଁ ଶୀତ ଲହରୀ ଜାରି ରହିବ ଏବଂ ଥଣ୍ଡାରୁ ମୁକ୍ତି ପାଇବାର କୌଣସି ସମ୍ଭାବନା ନାହିଁ ବୋଲି କହିଛି ପାଣିପାଗ ବିଭାଗ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe