Advertisment

Pakistan: ପ୍ରତିଶୋଧ: ୧୫ ପାକିସ୍ତାନୀ ପୋଷ୍ଟ୍‌ ଦଖଲ କଲା ତାଲିବାନ, ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି

Advertisment

ବିବାଦୀୟ ଡୁରାଣ୍ଡ ଲାଇନ୍‌ ସୀମାରେ ଆଫଗାନିସ୍ତାନର ତାଲିବାନ ପ୍ରଶାସନ ପକ୍ଷରୁ ପାକିସ୍ତାନୀ ସେନା ବିରୋଧରେ ଆଜି ରାତିରେ ଏକ  ବଡ଼ଧରଣର ପ୍ରତିଶୋଧମୂଳକ ସାମରିକ ଅଭିଯାନ ଆରମ୍ଭ ହୋଇଛି।

ବିବାଦୀୟ ଡୁରାଣ୍ଡ ଲାଇନ୍‌ ସୀମାରେ ଆଫଗାନିସ୍ତାନର ତାଲିବାନ ପ୍ରଶାସନ ପକ୍ଷରୁ ପାକିସ୍ତାନୀ ସେନା ବିରୋଧରେ ଆଜି ରାତିରେ ଏକ  ବଡ଼ଧରଣର ପ୍ରତିଶୋଧମୂଳକ ସାମରିକ ଅଭିଯାନ ଆରମ୍ଭ ହୋଇଛି।

fhsfhfhxbv

କାବୁଲ/ଇସଲାମାବାଦ: ବିବାଦୀୟ ଡୁରାଣ୍ଡ ଲାଇନ୍‌ ସୀମାରେ ଆଫଗାନିସ୍ତାନର ତାଲିବାନ ପ୍ରଶାସନ ପକ୍ଷରୁ ପାକିସ୍ତାନୀ ସେନା ବିରୋଧରେ ଆଜି ରାତିରେ ଏକ  ବଡ଼ଧରଣର ପ୍ରତିଶୋଧମୂଳକ ସାମରିକ ଅଭିଯାନ ଆରମ୍ଭ ହୋଇଛି। ଏହି ଆକ୍ରମଣ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଚରମ ସୀମାରେ ପହଞ୍ଚାଇଛି। ତାଲିବାନ ମୁଖପାତ୍ର  ହମିଦୁଲ୍ଲା ଫିତ୍ରାତ ‘ଏକ୍ସ’ରେ ସୂଚନା ଦେଇଛନ୍ତି ଯେ ଆଫଗାନିସ୍ତାନ ସେନା ପାକିସ୍ତାନର ୧୫ଟି ସୀମାନ୍ତ ପୋଷ୍ଟ୍‌କୁ ନିଜ ଦଖଲକୁ ନେଇଛି। ନିକଟରେ ପାକିସ୍ତାନର ବିମାନ ଆକ୍ରମଣର ଏହା କଡ଼ା ଜବାବ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୪୦  ପାକିସ୍ତାନୀ ସୈନ୍ୟ ନିହତ ହୋଇଥିବା ବେଳେ କିଛି ସୈନ୍ୟଙ୍କୁ ବନ୍ଦୀ କରାଯାଇଛି ବୋଲି ସେ ଦାବି କରିଛନ୍ତି। ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ନଙ୍ଗରହାର ଏବଂ କୁନାର ପ୍ରଦେଶରେ ରାତିଅଧିଆ କାର୍ଯ୍ୟାନୁଷ୍ଠାନ ପାଇଁ  ସ୍ବତନ୍ତ୍ର ଲେଜର୍‌ ୟୁନିଟ୍  ମୁତୟନ କରାଯାଇଥିଲା। 

Mill: ମଣ୍ଡି ଓ ମିଲ୍‌ରେ ଅସହ୍ୟ ହେଲା ନିର୍ଯାତନା: ୩ ଦିନ ଅଖିଆଅପିଆ ରହି ଆଖି ବୁଜିଲେ, ପ୍ରଶାସନିକ ଅଧିକାରୀଙ୍କ ତନାଘନା

ଆଫ୍‌ଗାନ ମୁଖପାତ୍ର ଫିତ୍ରାତ କହିଛନ୍ତି, କୁନାର ପ୍ରଦେଶର ମୁନାୱାର ଜିଲ୍ଲାର ଘାସି କାଣ୍ଡୋ ଅଞ୍ଚଳର ତିନିଟି ପୋଷ୍ଟ, ନରି ଜିଲ୍ଲାର ବାରିକୋଟ ଏବଂ ଡୋକାଲାମ ଅଞ୍ଚଳରେ ଦୁଇଟି ପୋଷ୍ଟ ଦଖଲ କରାଯାଇଛି। ନଙ୍ଗରହାର ପ୍ରଦେଶର ଦୁର ବାବା ଜିଲ୍ଲାର ପାଞ୍ଚଟି ପୋଷ୍ଟ ଏବଂ ଗୋଷ୍ଟେ ଜିଲ୍ଲାର ଦୁଇଟି ପୋଷ୍ଟ ତାଲିବାନ ନିୟନ୍ତ୍ରଣକୁ ଯାଇଛି।  ଆଫଗାନିସ୍ତାନ ମୁଜାହିଦ୍ଦିନ ଦ୍ୱାରା ୧୩ଟି ମୃତଦେହ ଉଦ୍ଧାର କରାଯାଇଛି। ଫିତ୍ରାତ ଦାବି କରିଛନ୍ତି ଯେ ତାଲିବାନ ଯୋଦ୍ଧାମାନେ କୁନାର ଓ ନଙ୍ଗରହାର ପ୍ରଦେଶର ଏକାଧିକ ସୀମା ସ୍ଥାନକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି ଏବଂ ବହୁ କ୍ଷୟକ୍ଷତି ଘଟାଇଛନ୍ତି, ଯଦିଓ ଏହି ସଂଖ୍ୟା ସ୍ୱାଧୀନ ଭାବରେ ଯାଞ୍ଚ କରାଯାଇ ପାରିନାହିଁ। ଆଫଗାନିସ୍ତାନ ଘୋଷଣାର କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ପାକିସ୍ତାନ ସେନା ଜାରି କରିନାହିଁ। ତେବେ ପାକିସ୍ତାନର ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଦୁଇଜଣ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି ଯେ ଉତ୍ତର-ପଶ୍ଚିମ ଖାଇବର ପଖତୁନଖ୍ୱା ପ୍ରଦେଶର ଆଫଗାନିସ୍ତାନ ସୀମାରେ ମୁତୟନ ହୋଇଥିବା ସୈନ୍ୟମାନେ ଏହାର ପ୍ରତିଶୋଧ ନେଉଛନ୍ତି। ସେମାନେ କହିଛନ୍ତି ଯେ ପାକିସ୍ତାନୀ ସୈନ୍ୟବାହିନୀ ମଧ୍ୟ ଆଫଗାନିସ୍ତାନର କିଛି ଅଂଚଳକୁ ଟାର୍ଗେଟ କରିଛନ୍ତି। ଖାଇବର ପଖତୁନଖ୍ୱାର ଏକାଧିକ ସେକ୍ଟରରେ ଗୁଳି ବିନିମୟ ଜାରି ରହିଛି। ମିଳିତ ଜାତିସଂଘ ଏହି ସୀମାନ୍ତ ସଂଘର୍ଷରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛି। ବର୍ତ୍ତମାନ ସୀମାରେ ବାଣିଜ୍ୟ ବନ୍ଦ ରହିବା ସହ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି।

Government construction work stopped: ସରକାରୀ ନିର୍ମାଣ କାମ ବନ୍ଦ: ମାର୍ଚ୍ଚ ୩୧ ସୁଦ୍ଧା ବହୁ ପ୍ରକଳ୍ପ କାମ ସରିବନି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe