ଜମ୍ମୁ-କଶ୍ମୀରରେ ୨୦ ହଜାରରେ ବିକ୍ରି ହେଉଛନ୍ତି ରୋହିଙ୍ଗ୍ୟା କନ୍ୟା

ଜମ୍ମୁ-କଶ୍ମୀରରେ କନ୍ୟା କିଣାଯାଉଛି। ରୋହିଙ୍ଗ୍ୟା ଶରଣାର୍ଥୀଙ୍କ କନ୍ୟାଙ୍କୁ ଭଲ ଜୀବନର ପ୍ରଲୋଭନ ଦେଖାଇ ଜବରଦସ୍ତ ବିକ୍ରି କରାଯାଉଛି। ଗୋଟିଏ ଦିନ ପୂର୍ବରୁ କୋଲକାତାର ରେଳବାଇ ପୁଲିସ ଦୁଇ ଝିଅଙ୍କ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ସେ ଝିଅମାନଙ୍କୁ କଶ୍ମୀରକୁ ନେବାକୁ ଯୋଜନା କରୁଥିଲେ...

ଅଦ୍ୟତନ ହୋଇଛି
Rohingya girls are being sold for 20 thousand in Jammu and Kashmir

Rohingya girls are being sold for 20 thousand in Jammu and Kashmir Photograph: (sambad.in)

ଶ୍ରୀନଗର:   ଦୀର୍ଘ ଦିନ ଧରି ଜମ୍ମୁ-କଶ୍ମୀରରେ  କନ୍ୟା ବିକ୍ରିର ଏକ ବଡ଼ ରାକେଟ ଜାରି ରହିଛି। ପ୍ରଥମେ ବାଂଲାଦେଶରୁ ଏବଂ ବର୍ତ୍ତମାନ ମିଆଁମାରରୁ ମଧ୍ୟ ରୋହିଙ୍ଗ୍ୟା ଝିଅମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଏବଂ  ଲୋଭନୀୟ ସ୍ୱପ୍ନ ଦେଖାଇ ଏଠାକୁ ଅଣାଯାଉଛି। ପରେ ଝିଅମାନଙ୍କୁ ତାଙ୍କ ବୟସର ଦୁଇଗୁଣା ବଡ଼ ବୟସର ବ୍ୟକ୍ତିଙ୍କ ସହ ବିବାହ କରି ଦିଆଯାଉଛି। କନ୍ୟାଙ୍କୁ  ୨୦,୦୦୦ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି।

କେବଳ ଏତିକି ନୁହେଁ ଜମ୍ମୁ-କଶ୍ମୀରରେ ବିବାହ ହୋଇ ପାରୁ ନଥିବା ମାନସିକ ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ବେଆଇନ ଭାବେ କନ୍ୟା କିଣା ଯାଉଛି।  ୨୦୨୪ ଡିସେମ୍ବର  ମାସରେ ଜମ୍ମୁ-କଶ୍ମୀର ପୁଲିସ ଏଭଳି ଅନେକ ନେଟୱାର୍କ ଚିହ୍ନଟ କରିଥିଲା। ​​କେତେକ ସଂସ୍ଥା ଏନଜିଓଙ୍କ ନାମରେ ଏଭଳି କନ୍ୟା ବିକ୍ରି କାର୍ଯ୍ୟ କରୁଥିବା ଜଣାପଡ଼ିଥିଲା।

ପ୍ରଶାସନ ଅନୁଯାୟୀ, ଡିସେମ୍ବର ୨୦୨୪ ସୁଦ୍ଧା ଅତି କମରେ ୨୪ଜଣ ରୋହିଙ୍ଗ୍ୟା ବାଳିକା ଜମ୍ମୁରେ ଏବଂ ୧୨୪ ଜଣ କଶ୍ମୀରରେ କନ୍ୟା ବିକ୍ରି ରାକେଟ ମାଧ୍ୟମରେ ବୟସ୍କ ଲୋକଙ୍କୁ ବିବାହ   କରିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ ଜମ୍ମୁ-କଶ୍ମୀର ପାଇଁ ଏହା ଏକ ବିପଜ୍ଜନକ ପରିସ୍ଥିତି ହୋଇପାରେ। ପାକିସ୍ତାନ ଏହାର ଫାଇଦା ନେଇପାରେ।

ଜଣାପଡ଼ିଛି ୫୨ ବର୍ଷିୟ  ଜଣେ ବ୍ୟକ୍ତିଙ୍କ ପରିବାର  ଦୀର୍ଘ ଦିନ ଧରି ବିବାହ ପାଇଁ ତାଙ୍କ ଲାଗି ଝିଅ ଖୋଜୁଥିଲେ।  କିନ୍ତୁ କନ୍ୟା ପାଉ ନଥିଲେ।  କାରଣ ସେ  ମାନସିକ ଦି ବ୍ୟାଙ୍ଗ ଥିଲେ।  ସେ ନିଜେ ଉଠି ପାଣି ପିଇବାକୁ ଅକ୍ଷମ। ହଠାତ୍ ଦିନେ ସ୍ଥାନୀୟ ଲୋକ ଜାଣିବାକୁ ପାଇଲେ ଯେ, ସେ ବିବାହ କରିଛନ୍ତି। ଦେଖାଗଲାଝିଅଟି ଜଣେ ରୋହିଙ୍ଗ୍ୟା। କେହି ଜଣେ  ତାଙ୍କୁ ୨୦,୦୦୦ଟଙ୍କାରେ ବିକ୍ରି କରିଥିଲେ।  ଜମ୍ମୁ-କଶ୍ମୀରରେ ଏଭଳି ଅନେକ ମାମଲା ଦେଖିବାକୁ ମିଳୁଛି।

ଏହାର ଗୋଟିଏ ଦିନ ପୂର୍ବରୁ କୋଲକାତାର ରେଳବାଇ ପୁଲିସ ଅବଦୁଲ ରହମାନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ସେ ବାଂଲାଦେଶର ଜଣେ ରୋହିଙ୍ଗ୍ୟା ମୁସଲମାନ ଏବଂ ଦୀର୍ଘ ବର୍ଷ ଧରି କଶ୍ମୀରରେ ଶ୍ରମିକ ଭାବରେ କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ସହିତ ପ୍ରାୟ ୧୨ ବର୍ଷ ବୟସର ଦୁଇ ଝିଅ ଥିଲେ।  ତାଙ୍କୁ ସେ କଶ୍ମୀରକୁ ନେଇ ଯାଉଥିଲେ। ପୁଲିସ ଏ ବିଷୟରେ ଜାଣିବାକୁ ପାଇଥିଲା। ପ୍ରତିଦିନ ଏହିପରି ଅନେକ ରୋହିଙ୍ଗ୍ୟା ବାଳିକାଙ୍କୁ ଜମ୍ମୁ-କଶ୍ମୀର ସମେତ ଦେଶର ଅନେକ ରାଜ୍ୟକୁ ବେଆଇନ ଭାବେ ଅଣାଯାଉଛି ଏବଂ ସେମାନଙ୍କ ଇଛା ବିରୁଦ୍ଧରେ ସେମାନଙ୍କୁ ଜବରଦସ୍ତ କନ୍ୟା ଭାବେ ବିକ୍ରି କରାଯାଉଛି।

୧୫ ବର୍ଷ ପୂର୍ବେ ଜମ୍ମୁରେ ୨୦୦ ରୋହିଙ୍ଗ୍ୟା ମୁସଲମାନ ଥିଲେ।
ବର୍ତ୍ତମାନ ୧୧,୦୦ ରୁ ଅଧିକ ରୋହିଙ୍ଗ୍ୟା ଥିବା ବୋଲି ଆକଳନ କରାଯାଇଛି।
ସେନା ଶିବିର, ରେଳ ଷ୍ଟେସନ୍, ପୁଲିସ୍ ଲାଇନ ଭଳି ସମ୍ବେଦନଶୀଳ ଅଞ୍ଚଳ ନିକଟରେ ସେମାନଙ୍କର ବସତି ମଧ୍ୟ ରହିଛି।
ମାନବ ଚାଲାଣ, ନିଶା କାରବାର ତଥା ଅନ୍ୟାନ୍ୟ ଅପରାଧରେ ରୋହିଙ୍ଗ୍ୟାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି।
ଜମ୍ମୁ-କଶ୍ମୀରରେ ବୃଦ୍ଧି ପାଉଥିବା ରୋହିଙ୍ଗ୍ୟାଙ୍କ  ସଂଖ୍ୟା  ଦ୍ବାରା ପାକିସ୍ତାନ ଲାଭ ଉଠାଇ ପାରିବ ବୋଲି କୁହାଯାଉଛି।


ଅନେକ ଝିଅ ଭଲ ଜୀବନ ସନ୍ଧାନରେ ନିଜ ଜୀବନକୁ ସବୁଦିନ ପାଇଁ ନର୍କରେ ପରିଣତ କରୁଛନ୍ତି। ଏନଜିଓଙ୍କ ନାମରେ  ରାକେଟଗୁଡ଼ିକ ବାଂଲାଦେଶ ଏବଂ ମିଆଁମାରର ରୋହିଙ୍ଗ୍ୟା ବସ୍ତିରେ ଝିଅମାନଙ୍କୁ ଚିହ୍ନଟ କରନ୍ତି। ସେମାନେ ଛୋଟ  ଝିଅମାନଙ୍କ ଉପରେ ଅଧିକ ଧ୍ୟାନ ଦିଅନ୍ତି। ସେମାନଙ୍କୁ  ପ୍ରତାରିତ କରାନ୍ତି ଯେ, ସେମାନେ କୋଲକାତା, ଗୁଆହାଟି ଭଳି ସହରରେ କାମ ପାଇବେ। ତା’ପରେ ସେମାନଙ୍କୁ ବସ୍ ଟ୍ରେନ୍ ମାଧ୍ୟମରେ ଗୁପ୍ତ ଭାବରେ ଜମ୍ମୁ-କଶ୍ମୀର କିମ୍ବା ଅନ୍ୟ ରାଜ୍ୟକୁ ନିଆଯାଏ।  ତା’ପରେ  ସେମାନଙ୍କୁ କନ୍ୟା ଭାବେ ବିକ୍ରି କରାଯାଇଥାଏ ।

ମାନବ ଚାଲାଣରେ ନିୟୋଜିତ ଲୋକମାନେ ସବୁଆଡେ ବ୍ୟାପିଛନ୍ତି। ବିଶେଷକରି ଯେଉଁଠାରେ ରୋହିଙ୍ଗ୍ୟା ମୁସଲମାନମାନଙ୍କର ବସତି ଅଛି ସେଠାରେ ଏଭଳି ଅପରାଧୀଙ୍କ ସଂଖ୍ୟା ଅଧିକ । ଅପରାଧୀମାନେ ପଶ୍ଚିମବଙ୍ଗ, ଆସାମ ଏବଂ ତ୍ରିପୁରା ଦେଇ ବେଆଇନ ଭାବେ ରୋହିଙ୍ଗ୍ୟା ଝିଅମାନଙ୍କୁ ଭାରତ ଆଣିଥାନ୍ତି। ତା’ପରେ  ସେମାନଙ୍କୁ ଦେଶର ବିଭିନ୍ନ ରାଜ୍ୟକୁ ପଠାଉଥିବା ଅଭିଯୋଗ ହେଉଛି। ନିକଟରେ ଆସାମ ପୂଲିସ ଏ ସମ୍ପର୍କରେ ଉଦ୍‌ବେଗ ପ୍ରକାଶ କରିଥିଲା। ପୁଲିସର ସୂଚନାନୁସାରେ, ରୋହିଙ୍ଗ୍ୟା ଝିଅମାନେ ଜମ୍ମୁ-କଶ୍ମୀର, ଦିଲ୍ଲୀ, ଚେନ୍ନାଇ, ହାଇଦ୍ରାବାଦ ଏବଂ କେରଳକୁ ପଠାଯାଉଛି।

ରୋହିଙ୍ଗ୍ୟା ମୁସଲମାନମାନେ ରାସନ କାର୍ଡ ଠାରୁ ଆରମ୍ଭ କରି ଆଧାର କାର୍ଡ ପର୍ଯ୍ୟନ୍ତ ସବୁକିଛି ପାଇଛନ୍ତି। ରୋହିଙ୍ଗ୍ୟାମାନେ ନିଜ ଝିଅମାନଙ୍କୁ ବିବାହ କରାଇ ଜମ୍ମୁ-କଶ୍ମୀରର ନାଗରିକତ୍ୱ ହାସଲ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଗତ ଡିସେମ୍ବରରେ ପୁଲିସ ଜମ୍ମୁରେ ୬୧ରୁ ଅଧିକ ଆଧାର କାର୍ଡ ଏବଂ କଶ୍ମୀରରେ ୯୭ ଆଧାର କାର୍ଡ ଜବତ କରିଛି। ଏହି ସମସ୍ତ ଆଧାର କାର୍ଡ ବେଆଇନ ଭାବେ ତିଆରି କରାଯାଇଥିଲା । ଜମ୍ମୁ-କଶ୍ମୀରର ପୂର୍ବତନ ଡିଜିପି ଏସ୍ ପି ​ବୈଦଙ୍କ ଅନୁଯାୟୀ ରୋହିଙ୍ଗ୍ୟା ଝିଅମାନଙ୍କର ସ୍ଥାନୀୟ ଲୋକଙ୍କ ସହ ବିବାହ ଦୀର୍ଘ ଦିନ ଧରି ଚାଲିଆସୁଛି। କଶ୍ମୀର ଅପେକ୍ଷା ଜମ୍ମୁରେ ଏହା ଅଧିକ ଦେଖାଯାଉଛି।

ସେ କହିଛନ୍ତି ଯେ , ଏହି ପରିସ୍ଥିତି ଠିକ୍ ନୁହେଁ। ଆମେ ସେମାନଙ୍କୁ ଫେରାଇବା ଉଚିତ୍। ସେ କହିଛନ୍ତି, ଭାରତ ଏକ ଧର୍ମଶାଳା ନୁହେଁ। ଜମ୍ମୁ-କଶ୍ମୀରରେ ରୋହିଙ୍ଗ୍ୟାଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ଠିକ୍ ନୁହେଁ । ଆମେରିକା ଏବଂ ୟୁରୋପ ଭଳି ଭାରତ ମଧ୍ୟ କଠୋର ପଦକ୍ଷେପ  ନେବା ଉଚିତ୍। ବିଶେଷକରି ୟୁଏନଏଚଆରସିର ହସ୍ତକ୍ଷେପ ସମ୍ପୂର୍ଣ୍ଣ ବନ୍ଦ ହେବା ଜରୁରୀ।

ବାଂଲାଦେଶ ଏବଂ ମିଆଁମାରରେ ରୋହିଙ୍ଗ୍ୟା ମୁସଲମାନମାନଙ୍କ ଅବସ୍ଥା ଭଲ ନୁହେଁ। ସାମ୍ପ୍ରତିକ ରାଜନୈତିକ ସଙ୍କଟ ପରେ ପରିସ୍ଥିତି ଆହୁରି ଖରାପ ହୋଇଯାଇଛି। ଏପରି ପରିସ୍ଥିତିରେ, ଏକ ଭଲ ଜୀବନ ସନ୍ଧାନରେ, ରୋହିଙ୍ଗ୍ୟା ମହିଳାମାନେ ଏକ ଜାଲରେ ଫସି ରହିଛନ୍ତି। ଯେଉଁଥିରୁ ସେମାନଙ୍କୁ ବାହାରିବା ପାଇଁ କଷ୍ଟକର ହୋଇପଡୁଛି।  ଏକ ରିପୋର୍ଟରେ ଅଲ-ଜଜିରା ଏପରି କିଛି ମହିଳାଙ୍କ ଦୁଃଖ  ପ୍ରକାଶ  କରିଥିଲା।

ଅଧିକ ପଢ଼ନ୍ତୁ: ହାଇଦ୍ରାବାଦର ବାସିନ୍ଦା ରବି‌ ତେଜାଙ୍କୁ ଆମେରିକାରେ ଗୁଳି କରି ହତ୍ୟା

ଜଣେ ମହିଳା କୁହନ୍ତି, ତାଙ୍କୁ କୁହାଯାଇଥିଲା ଯେ, ସେ  ପଶ୍ଚିମବଙ୍ଗରେ ଚାକିରି ପାଇବେ। ତା’ପରେ ତାଙ୍କୁ ବସ୍ ଏବଂ ଟ୍ରେନରେ ଏକ ଦୀର୍ଘ ଯାତ୍ରା କରି କଶ୍ମୀରକୁ ଆଣାଯାଇଥିଲା। ସେ ତାଙ୍କ ବୟସ ଠାରୁ ତିନି ଗୁଣା ବଡ଼ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। 

ସୂଚନାଯୋଗ୍ୟ, ୨୦୦୯ ମସିହାରେ ପ୍ରଥମ ଥର ପାଇଁ ରୋହିଙ୍ଗ୍ୟା ଜମ୍ମୁ-କଶ୍ମୀରକୁ ଆସିବା ଆରମ୍ଭ କରିଥିଲେ।  ଭାରତରେ  ସେମାନଙ୍କ ସଂଖ୍ୟା ପୂର୍ବରୁ ୨୦୦ ଥିଲା।  ବର୍ତ୍ତମାନ ୫୦,୦୦୦ ଅତିକ୍ରମ କରିଛି। କେବଳ ଜମ୍ମୁ-କଶ୍ମୀରରେ ୧୧,୦୦୦ରୁ ଅଧିକ ରୋହିଙ୍ଗ୍ୟା ଅଛନ୍ତି। ଜମ୍ମୁ-କଶ୍ମୀରରେ ବସବାସ କରୁଥିବା ପ୍ରଥମ ରୋହିଙ୍ଗ୍ୟା ହେଉଛନ୍ତି ସୟଦ ହୁସେନ୍, ଯିଏକି ଏଠାରେ ୨୦୦୯ମସିହାରେ ରାଜ୍ୟ ସରକାରଙ୍କ ଦ୍ବାରା ଥଇଥାନ ହୋଇଥିଲେ। ଦିଲ୍ଲୀ, ହରିୟାଣା, ଆସାମ, ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ରୋହିଙ୍ଗ୍ୟାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ନିଜ ନାଗରିକଙ୍କ ଉପରେ ‌ଗୁଳି ବର୍ଷା କରୁଛି ପାକିସ୍ତାନୀ ସେନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe