Himachal Pradesh: ଗୀତର ତାଳେତାଳେ ଛାତ ଉପରେ ନାଚୁଥିଲେ, ଛାତ ଭୁଶୁଡ଼ିବାରୁ ସମସ୍ତେ ଗଳିପଡ଼ିଲେ… ଦୁର୍ଘଟଣାରେ ୪୦ ଆହତ

Advertisment

ବାଜୁଥିଲା ଗୀତ, ଝୁମୁଥିଲେ ସମସ୍ତେ । ଗୀତର ତାଳେ ତାଳେ ନାଚୁଥିଲା ପାଦ । ବାହାଘର ପାଇଁ ମାହୋଲ ଥିଲା ପୂରା ସରଗରମ । ସମସ୍ତେ ମଜା ମସ୍ତି ମୁଡରେ ଥିଲେ, ହେଲେ ହଠାତ୍ ଛାତ ଭୁଶୁଡ଼ି ପଡିବାରୁ ସବୁ ମଜା ସଜାରେ ବଦଳିଗଲା

ବାଜୁଥିଲା ଗୀତ, ଝୁମୁଥିଲେ ସମସ୍ତେ । ଗୀତର ତାଳେ ତାଳେ ନାଚୁଥିଲା ପାଦ । ବାହାଘର ପାଇଁ ମାହୋଲ ଥିଲା ପୂରା ସରଗରମ । ସମସ୍ତେ ମଜା ମସ୍ତି ମୁଡରେ ଥିଲେ, ହେଲେ ହଠାତ୍ ଛାତ ଭୁଶୁଡ଼ି ପଡିବାରୁ ସବୁ ମଜା ସଜାରେ ବଦଳିଗଲା

Roof collapsed

Roof collapsed Photograph: (sambad.in)

ସିମଲା: ବାଜୁଥିଲା ଗୀତ, ଝୁମୁଥିଲେ ସମସ୍ତେ । ଗୀତର ତାଳେ ତାଳେ ନାଚୁଥିଲା ପାଦ । ବାହାଘର ପାଇଁ ମାହୋଲ ଥିଲା ପୂରା ସରଗରମ । ସମସ୍ତେ ମଜା ମସ୍ତି ମୁଡରେ ଥିଲେ । ହେଲେ ହଠାତ୍ ଛାତ ଭୁଶୁଡ଼ି ପଡିବାରୁ ସବୁ ମଜା ସଜାରେ ବଦଳିଗଲା । ପାଖାପାଖି ୪୦ରୁ ଅଧିକ ଲୋକ ଆହତ ହେଲେ ।

ଆହୁରି ପଢନ୍ତୁ- Rashtriy Suheldev Sena(RSS): ସେନା ପରି ୟୁନିଫର୍ମ: କାନ୍ଧରେ ହଳଦିଆ ବ୍ୟାଜ୍ ହାତରେ ବାଡ଼ି: ରାଜଭରଙ୍କ ଆରଏସଏସ ସେନା

ଘଟଣାଟି ଘଟିଛି ହିମାଚଳ ପ୍ରଦେଶ ଚାମ୍ବା ଜିଲ୍ଲାରେ । ଏକ ବିବାହ ଉତ୍ସବରେ ସାମିଲ ଥିବା ସମ୍ପର୍କୀୟଙ୍କୁ ନେଇ ଘଟିଛି ଏମିତି ଘଟଣା । ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ବିବାହରେ ଏକ ଯାତ୍ରା ହୁଏ । ସ୍ଥାନୀୟ ପରମ୍ପରା ଅନୁସାରେ ଲୋକଗୀତରେ ଛାତ ଉପରେ ହିଁ ସମସ୍ତେ ନାଚନ୍ତି । ଏଠି ବି ସେହି ଉତ୍ସବ ପାଳନ ହେଉଥିଲା । ହେଲେ କ୍ଷମତା ଠାରୁ ଅଧିକ ଲୋକ ଛାତ ଉପରେ ଛିଡା ହୋଇଥିବାରୁ ଭୁସ୍ ଭାସ୍ ହୋଇ ଛାତ ଧସିଗଲା ଆଉ ସମସ୍ତେ ଆହତ ହେଲେ ।

ଆହୁରି ପଢନ୍ତୁ- Varanasi Stadium, Trishul Lights: ତ୍ରିଶୂଳରୁ ଆଲୋକ ପଡ଼ିବ, ପଡ଼ିଆରେ ମ୍ୟାଚ୍ ଖେଳାଯିବ… ଷ୍ଟାଡିୟମରେ କ୍ରୀଡ଼ା ଓ ଭକ୍ତିର ଝଲକ

ତେବେ ଦୁର୍ଘଟଣାରେ ୪୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe