RSS worker shot dead by unidentified assailants Photograph: (sambad.in)
ଚଣ୍ଡିଗଡ଼: ପଞ୍ଜାବରେ ଏକ ବଡ଼ ଘଟଣା ଘଟିଛି। ଅଜ୍ଞାତ ଆକ୍ରମଣକାରୀମାନେ ଫିରୋଜପୁରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)କର୍ମୀଙ୍କୁ ଗୁଳି କରିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଆକ୍ରମଣ ପରେ ଆରଏସଏସ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
ଘରକୁ ଫେରୁଥିବା ସମୟରେ RSS କର୍ମୀଙ୍କ ଉପରେ ଆକ୍ରମଣ କରାଯାଇଥିଲା। ହତ୍ୟା କରାଯାଇଥିବା RSS କର୍ମୀଙ୍କ ନାମ ନବୀନ ଆରୋରା। ଏହି ଚାଞ୍ଚଲ୍ୟକର ଘଟଣା ପରେ ସରକାର ଏବଂ ପ୍ରଶାସନ ସକ୍ରିୟ ହୋଇପଡ଼ିଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି।
ଆହୁରି ପଢ଼ନ୍ତୁ:Delhi car blast Update: ଦିଲ୍ଲୀ କାର ବିସ୍ଫୋରଣ ମାମଲାରେ ଆଉ ଏକ ଏଫଆଇଆର, ଆଲ ଫଲାହ ବିଶ୍ୱବିଦ୍ୟାଳୟର ୮ ପ୍ରଫେସରଙ୍କ ଇସ୍ତଫା
ସିସିଟିଭି ଫୁଟେଜ ଯାଞ୍ଚ୍
ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଫିରୋଜପୁର ଏସଏସପି ଭୂପିନ୍ଦର ସିଂହ ଏବଂ ବିଧାୟକ ରଣବୀର ସିଂହ ଭୁଲ୍ଲର ଆକ୍ରମଣକାରୀଙ୍କୁ ଶୀଘ୍ର ଧରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ନବୀନ ଆରୋରାଙ୍କ ସ୍ୱର୍ଗତ ଜେଜେବାପା ଦିନନାଥ ଫିରୋଜପୁର ସହରରେ ଆରଏସଏସ ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ।
ସ୍ବତନ୍ତ ଟିମ୍ ଗଠନ
ନବୀନଙ୍କ ବାପା ମଧ୍ୟ ଆରଏସଏସ ସହିତ ଜଡିତ। ପୁଲିସ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ୍ କରୁଛି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ସ୍ବତନ୍ତ ଟିମ୍ ଗଠନ କରାଯାଇଛି। ଏସଏସପି କହିଛନ୍ତି, ପୁଲିସ ଟିମ୍ ଆକ୍ରମଣକାରୀଙ୍କୁ ଶୀଘ୍ର ଗିରଫ କରିବାକୁ ସକ୍ଷମ ହେବେ।
ଏହା ସହିତ, କେରଳରେ ଆଗାମୀ ପୌର ସଂସ୍ଥା ନିର୍ବାଚନ ପାଇଁ ବିଜେପିରୁ ଟିକେଟ୍ ନମିଳିବା ପରେ ଜଣେ RSS କର୍ମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ଆନନ୍ଦ କେ. ଥାମ୍ପି। ସେ ତିରୁବନନ୍ତପୁରମ କର୍ପୋରେସନ ଅନ୍ତର୍ଗତ ତ୍ରିକନ୍ନାପୁରମ ୱାର୍ଡର ବାସିନ୍ଦା। ପୁଲିସ ପକ୍ଷରୁ ଏନେଇ ତଦନ୍ତ ଜାରି ରହିଛି।
Follow Us