winter session: ଶୀତ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ: ଏସ୍‌ଆଇଆର୍‌ ଉପରେ ଆଲୋଚନା ଦାବିରେ ବିରୋଧୀଙ୍କ ପ୍ରତିବାଦ ଆଜି

ସଂସଦର ଶୀତକାଳୀନ ଅଧିବେଶନ ଆଜି ଆରମ୍ଭ ହୋଇଛି। ପ୍ରଥମ ଦିନରୁ ସରକାରୀ ଓ ବିରୋଧୀ ଦଳ ସଦସ୍ୟ ମୁହାଁମୁହିଁ ହୋଇଛନ୍ତି। ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ଏବଂ ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲ୍‌ଓ)ଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଆଲୋଚନା....

fshfsffhfhsxv

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆଜି ଆରମ୍ଭ ହୋଇଛି। ପ୍ରଥମ ଦିନରୁ ସରକାରୀ ଓ ବିରୋଧୀ ଦଳ ସଦସ୍ୟ ମୁହାଁମୁହିଁ ହୋଇଛନ୍ତି। ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ଏବଂ ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲ୍‌ଓ)ଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ସଦସ୍ୟମାନେ ପ୍ରଥମ ଦିନରୁ ଦାବି କରିଛନ୍ତି। ଲୋକସଭାରେ ବାଚସ୍ପତି ଓମ୍‌ ବିର୍ଲାଙ୍କ ବାରମ୍ବାର ନିବେଦନ ସତ୍ତ୍ବେ ବିରୋଧୀ ସାଂସଦମାନେ ସେମାନଙ୍କ ପ୍ରତିବାଦ ଜାରି ରଖିବାରୁ ସେ ଗୃହକୁ ପ୍ରଥମେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ମଧ୍ୟାହ୍ନରେ ସଦସ୍ୟମାନେ ପୂର୍ବ ଭଳି ଆଚରଣ ଜାରି ରଖିବାରୁ ବାଚସ୍ପତି ଲୋକସଭାକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁତଲବୀ ଘୋଷଣା କରିଥିଲେ। ‌ସ୍ଲୋଗାନ୍‌ ଓ ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆଜି କେନ୍ଦ୍ରୀୟ ଉତ୍ପାଦ (ସଂଶୋଧନ) ବିଲ୍‌ ୨୦୨୫, ସ୍ବାସ୍ଥ୍ୟ ସୁରକ୍ଷା ଏବଂ ଜାତୀୟ ସୁରକ୍ଷା ସେସ୍‌ ବିଲ୍‌ ୨୦୨୫, ମଣିପୁର ସାମଗ୍ରୀ ଓ ସେବା ଟିକସ (ଦ୍ବିତୀୟ ସଂଶୋଧନ) ବିଲ୍‌ ୨୦୨୫ ଆଗତ କରିଥିଲେ। ଏଥିସହିତ ଜନ ବିଶ୍ବାସ (ସଂଶୋଧନ) ବିଲ୍ ୨୦୨୫ ଉପରେ ସିଲେକ୍ଟ କମିଟିର ରିପୋର୍ଟ ଉପସ୍ଥାପନ ପାଇଁ ସମୟସୀମା ଚଳିତ ଅଧିବେଶନର ଦ୍ବିତୀୟ ସପ୍ତାହର ଶେଷ ଦିନ ପର୍ଯ୍ୟନ୍ତ ବଢ଼ାଯାଇଛି। ସେହିଭଳି ଦେବାଳିଆ କୋଡ୍‌(ସଂଶୋଧନ) ବିଲ୍ ୨୦୨୫ ଉପରେ ସିଲେକ୍ଟ କମିଟିର ରିପୋର୍ଟ ଉପସ୍ଥାପନ ପାଇଁ ଚଳିତ ଅଧିବେଶନର ଶେଷ ଦିନ ପର୍ଯ୍ୟନ୍ତ ସମୟ ଦିଆଯାଇଛି। 

Missing return home: ୧୦ ବର୍ଷ ତଳେ ବାପା ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବା ବେଳେ ନିଖୋଜ ଥିବା ଦୁଇ ଛୋଟ ପୁଅ ଝିଅଙ୍କ ସନ୍ଧାନ

ଏସ୍‌ଆଇଆର୍‌ ଉପରେ ଆଲୋଚନା ଦାବିରେ ବିରୋଧୀଙ୍କ ପ୍ରତିବାଦ ଆଜି
ଚଳିତ ସପ୍ତାହରେ ବନ୍ଦେ ମାତରମ୍‌ ଉପରେ ୧୦ ଘଣ୍ଟା ଆଲୋଚନା

Sanchar Sathi APP: ନୂଆ ସ୍ମାର୍ଟଫୋନରେ ସଞ୍ଚାରସାଥୀ ଆପ୍ ରହିବ, ସରକାରଙ୍କ ନିର୍ଦ୍ଦେଶ

ଅନ୍ୟପକ୍ଷରେ ନବନିର୍ବାଚିତ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ରାଜ୍ୟସଭାରେ ଆଜି ଅଧ୍ୟକ୍ଷତା କରିଥିଲେ। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ଏବଂ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ତାଙ୍କୁ ସ୍ବାଗତ କରିଥିଲେ। ରାଧାକ୍ରିଷ୍ଣନ ଏକ ସାଧାରଣ ପୃଷ୍ଠଭୂମିରୁ ଆସି ଦେଶର ଉପରାଷ୍ଟ୍ରପତି ହୋଇଛନ୍ତି। ଏହା ଭାରତୀୟ ଗଣତନ୍ତ୍ରର ପ୍ରକୃତ ଶକ୍ତିକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଉଭୟ ଗୃହରେ ଆଜି ଦିବଂଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହିତ ଆଇସିସି ମହିଳା ବିଶ୍ବକପ ୨୦୨୫, ଦୃଷ୍ଟିହୀନ ମହିଳା ଟି୨୦ ବିଶ୍ବକପ୍‌ ଏବଂ ବିଶ୍ବକପ୍‌ କବାଡ଼ି-୨୦୨୫ ପ୍ରତିଯୋଗିତାରେ ଭାରତୀୟ ଦଳ ଜିତିଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ଜାତୀୟ ଗାନ ‘ବନ୍ଦେ ମାତରମ୍‌’କୁ ୧୫୦ ବର୍ଷ ପୂରଣ ହୋଇଥିବାରୁ ଚଳିତ ସପ୍ତାହରେ ଏହା ଉପରେ ସ୍ବତନ୍ତ୍ର ବିତର୍କ ହେବ। ଏହା ସମ୍ଭବତଃ ଗୁରୁବାର କିମ୍ବା ଶୁକ୍ରବାର ହୋଇପାରେ। ଏଥିପାଇଁ ୧୦ ଘଣ୍ଟା ସମୟ ରଖାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe