ଭାରତ-ଆମେରିକା ମଧ୍ୟରେ ତିକ୍ତତା ବୃଦ୍ଧି ପାଇଁ ରୁଷିଆର ଯୋଜନା

Advertisment

ଭବିଷ୍ୟତରେ ରୁଷିଆକୁ ନେଇ ଭାରତ ଏବଂ ଆମେରିକା ମଧ୍ୟରେ ତିକ୍ତତା ବୃଦ୍ଧି ପାଇପାରେ। ୟୁକ୍ରେନ ଯୁଦ୍ଧରେ ରୁଷିଆକୁ ଦୁର୍ବଳ କରିବା ପାଇଁ ଆମେରିକା ଅନେକ ନୂଆ ପ୍ରତିବନ୍ଧକ ଲଗାଇଛି। କିନ୍ତୁ ଏହା ସତ୍ତ୍ୱେ ରୁଷିଆ ଭାରତକୁ ତେଲ ପଠାଉଛି। ତେବେ ମାର୍ଚ୍ଚରୁ ତେଲ ଆଣିବ ନାହିଁ ବୋଲି ଭାରତ କହିଛି...

ଭବିଷ୍ୟତରେ ରୁଷିଆକୁ ନେଇ ଭାରତ ଏବଂ ଆମେରିକା ମଧ୍ୟରେ ତିକ୍ତତା ବୃଦ୍ଧି ପାଇପାରେ। ୟୁକ୍ରେନ ଯୁଦ୍ଧରେ ରୁଷିଆକୁ ଦୁର୍ବଳ କରିବା ପାଇଁ ଆମେରିକା ଅନେକ ନୂଆ ପ୍ରତିବନ୍ଧକ ଲଗାଇଛି। କିନ୍ତୁ ଏହା ସତ୍ତ୍ୱେ ରୁଷିଆ ଭାରତକୁ ତେଲ ପଠାଉଛି। ତେବେ ମାର୍ଚ୍ଚରୁ ତେଲ ଆଣିବ ନାହିଁ ବୋଲି ଭାରତ କହିଛି...

Russia plans to escalate tensions between India and the US

Russia plans to escalate tensions between India and the US Photograph: (sambad.in)

ମସ୍କୋ: ୟୁକ୍ରେନ ଯୁଦ୍ଧକୁ ଦୃଷ୍ଟିରେ ରଖି ଆମେରିକାର ଜୋ ବାଇଡେନ ପ୍ରଶାସନ କ୍ଷମତାରୁ ଯିବା ପୂର୍ବରୁ ରୁଷିଆ ଉପରେ ଲାଗିଥିବା ପ୍ରତିବନ୍ଧକକୁ କଡାକଡି କରିଥିଲେ। ରୁଷିଆ ତେଲ ରପ୍ତାନି ଉପରେ ଆମେରିକା ଅନେକ ନୂଆ ପ୍ରତିବନ୍ଧକ ଲଗାଇଛି, ଯାହା ଭାରତ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି।  ଏହା ପରେ ମଧ୍ୟ ରୁଷିଆ ଭାରତକୁ ୫ ତେଲ ଟ୍ୟାଙ୍କର୍ ପଠାଇଛି।

ଆମେରିକା ଦ୍ୱାରା କଳା ତାଲିକାଭୁକ୍ତ ଏହି ରୁଷିଆ ଟ୍ୟାଙ୍କର ଗୁଡ଼ିକ ଭାରତ ପାଇଁ ଏକ ସଙ୍କଟ ସୃଷ୍ଟି କରିପାରେ ବୋଲି କୁହାଯାଉଛି। ଭାରତ ପୂର୍ବରୁ କହିଥିଲା ​​ଯେ, ଯଦି ଜାନୁଆରି ୧୦ ପୂର୍ବରୁ ଜାହାଜରେ କୌଣସି ତେଲ ଲୋଡ୍ ହୋଇଥାଏ, ତେବେ ଏହାକୁ ଭାରତୀୟ ବନ୍ଦରରେ ଅନଲୋଡ୍ କରିବାକୁ ଅନୁମତି ଦିଆଯିବ। ରୁଷିଆ ପଠାଉଥିବା ନୂତନ ‌ତୈଳ ଟ୍ୟାଙ୍କର୍ ଭାରତ ଦେଇଥିବା ରିହାତିର ଅତିରିକ୍ତ।

ବାଇଡେନ କ୍ଷମତାରୁ ଯିବା ପୂର୍ବରୁ ଆମେରିକାର ଟ୍ରେଜେରୀ ବିଭାଗ ଜାନୁଆରି ୧୦ ରେ ରୁଷିଆ ବିରୋଧରେ କଟକଣା ଘୋଷଣା କରିଥିଲେ। ରୁଷିଆର ୫ ତେଲ ଟ୍ୟାଙ୍କର୍ ଏହି ଦିନ ପରେ ଭାରତ ମୁହାଁ ହୋଇଥିବା କୁହାଯାଉଛି।  

ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ରୁଷିଆର ଏହି ପଦକ୍ଷେପ ଉଭୟ ମସ୍କୋ ଏବଂ ନୂଆଦିଲ୍ଲୀର ପରୀକ୍ଷା କରିବ। ପାଶ୍ଚାତ୍ୟ ଦେଶମାନେ ମଧ୍ୟ ଏହା ଉପରେ ନଜର ରଖିଛନ୍ତି, ଯେଉଁମାନେ ୟୁକ୍ରେନ ପ୍ରସଙ୍ଗରେ ରୁଷିଆକୁ  ଦୁର୍ବଳ କରିବାକୁ ଚାହୁଁଛନ୍ତି। ଆମେରିକାର ଏହି ପ୍ରତିବନ୍ଧକ ସତ୍ତ୍ବେ ରୁଷିଆ ବିଶେଷ ପ୍ରଭାବିତ ହୋଇନାହିଁ ଏବଂ ତୈଳ ଯୋଗାଣ ଜାରି ରଖିଛି। ସୁଏଜ୍ କେନାଲ ଦେଇ ରୁଷିଆ ତେଲ ଭାରତକୁ ଆସୁଛି।

ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷିଆ ପାଇଁ ତୈଳ ବିକ୍ରି ଏକ ଲାଇଫ୍ ଲାଇନ୍ ପାଲଟିଛି। ଅନେକ ବିଶ୍ଳେଷକ କହିଛନ୍ତି ଯେ, ଆମେରିକାର କାର୍ଯ୍ୟ ତୈଳ ଯୋଗାଣ ଉପରେ ନକାରାତ୍ମକ ପ୍ରଭାବ ପକାଇବ। ଏହି ସମୟରେ, ରଏଟର୍ସ ରିପୋର୍ଟ କରିଛି ଯେ, ମାର୍ଚ୍ଚ ପାଇଁ ଚୀନ୍ ଏବଂ ଭାରତ ରୁଷିଆର ତେଲ କ୍ରୟକୁ ବନ୍ଦ କରି ଦେଇଛନ୍ତି। ଏହା ପଛର କାରଣ ହେଉଛି ରୁଷିଆର ପ୍ରତିବନ୍ଧକ ଯୋଗୁ ଜାହାଜ ପରିବହନ ମୂଲ୍ୟ ବହୁତ ଅଧିକ ହୋଇଯାଉଛି।  ଏହାପୂର୍ବରୁ ଆମେରିକାର ଟ୍ରେଜେରୀ ବିଭାଗ ୧୮୩ ରୁଷିଆ ଜାହାଜକୁ ଟାର୍ଗେଟ କରି ଅନେକ କଠୋର ପ୍ରତିବନ୍ଧକ ଲଗାଇଥିଲା।

ଅଧିକ ପଢ଼ନ୍ତୁ: ଭାରତକୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ବିକ୍ରି କରିବାକୁ ଚାପ ପକାଉଛନ୍ତି ଟ୍ରମ୍ପ

ଆମେରିକା ଚାହୁଁଛି ରୁଷିଆର ଆୟ ହ୍ରାସ ହେଉ ଯାହା ଦ୍ବାରା ଏହା ବୁଝାମଣା ଟେବୁଲକୁ ଆସିପାରିବ। କ୍ଷମତା ଗ୍ରହଣ କରିବା ପରଠାରୁ ଡୋନାଲ୍ଡ ଟ୍ରମ୍ପ ଆଲୋଚନା ପାଇଁ ଭ୍ଲାଡିମିର ପୁଟିନଙ୍କ ଉପରେ ଚାପ ବୃଦ୍ଧି କରିଛନ୍ତି। ଟ୍ରମ୍ପଙ୍କୁ ଭେଟିବାକୁ ସେ ପ୍ରସ୍ତୁତ ବୋଲି ପୁଟିନ କହିଛନ୍ତି। ଟ୍ରମ୍ପ ରୁଷିଆକୁ ମଧ୍ୟ ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଯଦି ପୁଟିନ ବୁଝାମଣା କରିବାକୁ ପ୍ରସ୍ତୁତ ନୁହଁନ୍ତି ତେବେ ସେ ରୁଷିଆ ବିରୋଧରେ ଆହୁରି କଠୋର କଟକଣା ଲାଗୁ କରିବେ।

ଏହାପୂର୍ବରୁ ଟ୍ରମ୍ପ ନିର୍ବାଚନରେ ​​ପ୍ରତିଶ୍ରୁତି ଦେଇଥିଲେ ଯେ, ଯଦି ସେ କ୍ଷମତାକୁ ଆସନ୍ତି ତେବେ ସେ ୟୁକ୍ରେନ ଯୁଦ୍ଧ ବନ୍ଦ କରିବେ। ଏହି ବିଷୟରେ ଟ୍ରମ୍ପଙ୍କ ଉପରେ ମଧ୍ୟ ଚାପ ରହିଛି। ଅନେକ ବିଶ୍ଳେଷକ କହିଛନ୍ତି ଯେ, ଯଦି ଭାରତ ରୁଷିଆର ତେଲ ନିଏ, ତେବେ ଏଭଳି ପଦକ୍ଷେପ ଦ୍ବାରା  ଆମେରିକା ସହ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ।

ଅଧିକ ପଢ଼ନ୍ତୁ: ଗୌତମଙ୍କୁ ପିଚ୍ ବିଷୟରେ କିଛି ଜଣାନାହିଁ, କ୍ରିକେଟକୁ ନେଇ ତାଙ୍କ ଜ୍ଞାନ କମ୍: ମନୋଜ ତିୱାରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe