putin in india
ନୂଆଦିଲ୍ଲୀ : ଭାରତରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) । ଗୁରୁବାର ସଂଧ୍ୟାରେ ତାଙ୍କ ସ୍ବତନ୍ତ୍ର ବିମାନ ନୂଆଦିଲ୍ଲୀର ପାଲାମୋ ବିମାନବନ୍ଦରରେ ଅବତରଣ କରିଥିଲା । ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଖୋଦ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୋଟୋକଲ ଭାଙ୍ଗି ତାଙ୍କୁ ସ୍ବାଗତ କରିଥିଲେ । ଏହି ଅବସରରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।
ଆହୁରି ପଢନ୍ତୁ : Vladimir Putin India Visit: ପୁଟିନଙ୍କୁ ପସନ୍ଦ ନୁହେଁ ଭାରତୀୟ ରୋଷେୟାଙ୍କ ଖାଦ୍ୟ ଓ ମସଲା
ଦିଲ୍ଲୀରେ ପହଞ୍ଚିବା ପରେ ରାତି ୮ଟାରେ ପୁଟିନଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ନୈଶ୍ୟଭୋଜି ପ୍ରଦାନ କରାଯିବ । ଏହା ପରେ ଆସନ୍ତା କାଲି ପୁଟିନ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଓ ପୁଟିନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ଏହି ଅବସରରେ ବିଭିନ୍ନ ଦ୍ବିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ବିଶେଷକରି ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ପ୍ରତିରକ୍ଷା ଚୁକ୍ତି ଉପରେ ବିଶ୍ବର ନଜର ରହିବ ।
ଆହୁରି ପଢନ୍ତୁ : Vladimir Putin : ମୋଦୀ ଚାପ ଆଗରେ ନଇଁବା ଲୋକ ନୁହନ୍ତି, ଭାରତ ଆସିବା ପୂର୍ବରୁ ପୁଟିନଙ୍କ ବଡ଼ ବୟାନ
Follow Us