Vladimir Putin : ଶେଷ ହେଲା ପୁଟିନଙ୍କ ଚର୍ଚ୍ଚିତ ଭାରତ ଗସ୍ତ

Advertisment

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଶେଷ ହୋଇଛି । ରାଷ୍ଟ୍ରପତି ଭବନରେ ତାଙ୍କ ସମ୍ମାନରେ ଆୟୋଜିତ ରାତ୍ରଭୋଜନରେ ଯୋଗ ଦେବା ପରେ ସେ ରୁଷ ଫେରିଯାଇଛନ୍ତି । ଏୟାରପୋର୍ଟରେ ତାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ବିଦାୟ ଜଣାଇଥିଲେ ।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଶେଷ ହୋଇଛି । ରାଷ୍ଟ୍ରପତି ଭବନରେ ତାଙ୍କ ସମ୍ମାନରେ ଆୟୋଜିତ ରାତ୍ରଭୋଜନରେ ଯୋଗ ଦେବା ପରେ ସେ ରୁଷ ଫେରିଯାଇଛନ୍ତି । ଏୟାରପୋର୍ଟରେ ତାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ବିଦାୟ ଜଣାଇଥିଲେ ।

putin

vladimir putin

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ(Vladimir Putin )ଙ୍କ ଭାରତ ଗସ୍ତ ଶେଷ ହୋଇଛି । ରାଷ୍ଟ୍ରପତି ଭବନରେ ତାଙ୍କ ସମ୍ମାନରେ ଆୟୋଜିତ ରାତ୍ରଭୋଜନରେ ଯୋଗ ଦେବା ପରେ ସେ ରୁଷ ଫେରିଯାଇଛନ୍ତି । ଏୟାରପୋର୍ଟରେ ତାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ବିଦାୟ ଜଣାଇଥିଲେ ।

ଥିଲା ସାରା ବିଶ୍ବର ନଜର 

ପୁଟିନଙ୍କ ଏହି ଗସ୍ତ ଉପରେ ସାରା ବିଶ୍ବର ନଜର ଥିଲା । କାରଣ ୟୁକ୍ରେନ ଯୁଦ୍ଧ ଶେଷ ପାଇଁ ପୁଟିନଙ୍କ ଉପରେ ପାଶ୍ଚାତ୍ୟ ଜଗତର ଚାପ ରହିଛି । ସେହିପରି ରୁଷ ସହ ସମ୍ପର୍କକୁ ନେଇ ଭାରତକୁ ଟାର୍ଗେଟ କରୁଛନ୍ତି ଆମେରିକା ଓ ୟୁରୋପୀୟ ଦେଶ । ଏସବୁ ଚାପ ମଧ୍ୟର ଭାରତ ଓ ରୁଷ ନିଜର ପୁରୁଣା ବନ୍ଧୁତାକୁ ବଜାୟ ରଖିଛନ୍ତି । ତେବେ ଭାରତର ଏପରି ରୁଷ ପ୍ରୀତି ପଛରେ ଟ୍ରମ୍ପଙ୍କ ଭାରତ ବିଦ୍ବେଷ, ଟାରିଫ ଓ ପାକିସ୍ତାନ ସପକ୍ଷବାଦୀ ନୀତିକୁ ଦାୟୀ କରାଯାଉଛି । 

ଆହୁରି ପଢନ୍ତୁ : Indigo Flight Disruption : ବ୍ୟାପକ ଅବ୍ୟବସ୍ଥା ପାଇଁ କ୍ଷମା ମାଗିଲା ଇଣ୍ଡିଗୋ

ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟାରେ ଦିଲ୍ଲୀରେ ପହଞ୍ଚିଥିଲେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ପ୍ରୋଟୋକଲ ଭାଙ୍ଗି ପୁଟିନଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ। ଏଥିପାଇଁ ପୁଟିନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ଏବେ ଭ୍ଲାଦିମିର ପୁଟିନ ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରି ଦିଲ୍ଲୀରୁ ପ୍ରସ୍ଥାନ କରିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ତାଙ୍କୁ ବିମାନବନ୍ଦରରେ ବିଦାୟ ଦେଇଥିଲେ।

ଆହୁରି ପଢନ୍ତୁ : Shashi Tharoor: କୌଣସି ଭୁଲ ଧାରଣାରେ ରହିବା ଉଚିତ୍ ନୁହେଁ; ପୁଟିନଙ୍କ ଭାରତ ଗସ୍ତକୁ ନେଇ କଂଗ୍ରେସ ନେତା ଉଲ୍ଲସିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe