ରୁଷିଆର ବିପଜ୍ଜନକ ଖେଳ!: ୨୧ ହଜାର ୟୁକ୍ରେନୀୟ ପିଲାଙ୍କୁ ଅପହରଣ କରି ଯୁଦ୍ଧକୁ ପଠାଇବାକୁ ପ୍ରସ୍ତୁତି

୨୧ ହଜାର ୟୁକ୍ରେନୀୟ ପିଲାଙ୍କୁ ଅପହରଣ କରି ଯୁଦ୍ଧକୁ ପଠାଇବାକୁ ରୁଷିଆ ପକ୍ଷରୁ ପ୍ରସ୍ତୁତି କରାଯାଉଛି। ରାଷ୍ଟ୍ରପତି ଜେଲେନ୍ସକି କିଛି ଦିନ ତଳେ କହିଥିଲେ ୧୧,୦୦୦ ପିଲାଙ୍କୁ ଚିହ୍ନଟ କରାଯାଇଛି ଯେଉଁମାନଙ୍କୁ ବଳପୂର୍ବକ ରୁଷିଆ ଉଠାଇ ନେଇଛି...

Russia's dangerous game!: Preparing to kidnap 21,000 Ukrainian children and send them to war

Russia's dangerous game!: Preparing to kidnap 21,000 Ukrainian children and send them to war Photograph: (sambad.in)

କିଭ୍/ମସ୍କୋ:ୟୁକ୍ରେନର ସୁରକ୍ଷା ଏଜେନ୍ସି (ଏସବିୟୁ) କହିଛି ଯେ, ଯୁଦ୍ଧ ଆରମ୍ଭ ହେବା ପରଠାରୁ, ରୁଷିଆ ପ୍ରାୟ ୨୧ ହଜାର ୟୁକ୍ରେନୀୟ ପିଲାଙ୍କୁ ଅପହରଣ କରିଛି। ଅଭିଯୋଗ ହେଉଛି ଯେ, ଏହି ପିଲାମାନଙ୍କୁ ବିଭିନ୍ନ ସ୍ଥାନରେ ରଖାଯାଇଛି ଏବଂ ସେମାନଙ୍କ ନିଜ ଦେଶ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧରେ ବ୍ୟବହାର କରିବା ପାଇଁ ସେମାନଙ୍କର ବ୍ରେନୱାସ୍ କରାଯାଉଛି।

ୟେଲ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ଗୋଷ୍ଠୀ ସାର୍ବଜନୀନ ଡାଟାବେସ୍ ଏବଂ ସୋସିଆଲ ମିଡିଆ ପୋଷ୍ଟ ସାହାଯ୍ୟରେ ୮,୪୦୦ ରୁ ଅଧିକ ପିଲାଙ୍କୁ ଚିହ୍ନଟ କରିଛନ୍ତି ଯେଉଁମାନଙ୍କୁ ୟୁକ୍ରେନରୁ ରୁଷିଆକୁ ଯୋଜନାବଦ୍ଧ ଭାବରେ ନିଆଯାଇଥିଲା। ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସକି ପୂର୍ବରୁ କହିଛନ୍ତି, ତାଙ୍କ ପାଖରେ ଅତି କମରେ ୧୧,୦୦୦ପିଲାଙ୍କ ନାମ ପଞ୍ଜିକୃତ ଅଛି ଯେଉଁମାନଙ୍କୁ ବଳପୂର୍ବକ ରୁଷିଆ ଉଠାଇ ନେଇଛି।

ଏସବିୟୁ ପ୍ରାୟ ୧୫୦ଟି ଏପରି ସ୍ଥାନ ବିଷୟରେ ସୂଚନା ପାଇଛି ଯେଉଁଠାରେ ଏହି ପିଲାମାନଙ୍କୁ ଶିବିରରେ ରଖାଯାଇଛି କିମ୍ବା ତଥାକଥିତ ପୋଷ୍ୟ ପରିବାରକୁ ପଠାଯାଇଛି। ଏହି ପିଲାମାନଙ୍କ ମଧ୍ୟରୁ କିଛିଙ୍କୁ ସାମରିକ ବିଦ୍ୟାଳୟରେ ମଧ୍ୟ ନାମ ଲେଖାଯାଇଛି। ଏପର୍ଯ୍ୟନ୍ତ ରୁଷିଆ କେବଳ ୧୨,୦୦ ୟୁକ୍ରେନୀୟ ପିଲାଙ୍କୁ ସ୍ୱଦେଶ ଫେରାଇ ଆଣିଛି।

ୟୁକ୍ରେନୀୟ ପିଲାମାନଙ୍କ ଅପହରଣକୁ ଜାତିସଂଘ (ୟୁଏନ) ପୂର୍ବରୁ ଯୁଦ୍ଧ ଅପରାଧ ଘୋଷଣା କରିସାରିଛି। ନେଦରଲ୍ୟାଣ୍ଡର ହେଗରେ ଅବସ୍ଥିତ ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି) ପୁଟିନଙ୍କୁ 'ଯୁଦ୍ଧ ଅପରାଧୀ' ବିବେଚନା କରି ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି।

ଅଧିକ ପଢ଼ନ୍ତୁ:ପ୍ରେମ, ବିପ୍ଳବ ଏବଂ ତ୍ୟାଗର ଏକ ରହସ୍ୟମୟ କାହାଣୀ: ଟାଇପିଷ୍ଟଙ୍କ ପ୍ରେମରେ ପଡ଼ିଥିଲେ ନେତାଜୀ

ଗତ କିଛି ମାସ ମଧ୍ୟରେ, ଜେଲେନସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ଆଲୋଚନା ସମୟରେ ଅନେକ ଥର ନିଖୋଜ ପିଲାମାନଙ୍କ ପ୍ରସଙ୍ଗ ଉଠାଇଥିଲେ। ଚଳିତ ବର୍ଷ ମେ’ ମାସରେ, ଆମେରିକୀୟ ସିନେଟ୍ ସଦସ୍ୟଙ୍କ ଏକ ଗୋଷ୍ଠୀ ମଧ୍ୟ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ ଯେ, ସମସ୍ତ ୟୁକ୍ରେନୀୟ ପିଲାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ ହେବା ପରେ ହିଁ ରୁଷିଆ ସହିତ ଯେକୌଣସି ଶାନ୍ତି ଚୁକ୍ତି ଚୂଡ଼ାନ୍ତ ହେବା ଉଚିତ୍।

ଯୁଦ୍ଧ ଆରମ୍ଭ ହେବା ପରଠାରୁ, ପ୍ରାୟ ୫୦ ଲକ୍ଷ ୟୁକ୍ରେନୀୟ ପିଲା ନିଜ ଘର ଛାଡି ପଳାୟନ କରିଛନ୍ତି। ଏହା ସେମାନଙ୍କ ଶିକ୍ଷା ଏବଂ ମୌଳିକ ଅଧିକାରକୁ ଗମ୍ଭୀର ଭାବରେ ପ୍ରଭାବିତ କରିଛି। ୧.୬ ଲକ୍ଷ ପିଲା ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ସେମାନେ ୟୁକ୍ରେନର ସେହି ଅଞ୍ଚଳରେ ରହୁଛନ୍ତି ଯାହା ବର୍ତ୍ତମାନ ରୁଷିଆ ଦଖଲରେ ରହିଛି।

ସୂଚନାଯୋଗ୍ୟ, ରୁଷିଆ ୟୁକ୍ରେନର ପ୍ରାୟ ୨୦ ପ୍ରତିଶତ ଅଞ୍ଚଳ ଅର୍ଥାତ୍ ପ୍ରାୟ ୧,୧୪,୫୦୦ ବର୍ଗ କିଲୋମିଟର ଦଖଲ କରିସାରିଛି । ଏଥିରେ କ୍ରିମିଆ, ଡୋନେଟସ୍କ, ଲୁହାନସ୍କ, ଖେରସନ ଏବଂ ଜାପୋରିଝିଆ ଭଳି ଅଞ୍ଚଳ ରହିଛି।

ଅଧିକ ପଢ଼ନ୍ତୁ:ବନ୍ଧୁକ ସଂସ୍କୃତି ୫୦ ବର୍ଷରେ ନେଲାଣି ୧୫ ଲକ୍ଷରୁ ଅଧିକ ଜୀବନ: ୩୩ କୋଟି ଆମେରିକା ନାଗରିକଙ୍କ ପାଖରେ ୪୦ କୋଟିରୁ ଉର୍ଦ୍ଧ୍ବ ବନ୍ଧୁକ

Russia | Ukraine | donald-trump | volodymyr-zelensky | vladimir-putin | USA 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe