Advertisment

Kumble's Big Claim: ଦଳରେ କୋହିଲି ଓ ରୋହିତଙ୍କ ସ୍ଥାନ ପୁରଣ କରିବା ସହଜ ନୁହେଁ : କୁମ୍ବଲେ

Advertisment

କୁମ୍ବଲେ କହିଛନ୍ତି ଯେ ଭାରତୀୟ ଦଳରେ ବିରାଟ କୋହିଲି ଓ ରୋହିତ ଶର୍ମାଙ୍କ ସ୍ଥାନ ପୁରଣ କରିବା ସହଜ ନୁହେଁ। କିନ୍ତୁ ଗୋଟିଏ ପ୍ରକାରେ କହିଲେ ସଂଜୁ ସାମସନ୍‌ ଉଭୟଙ୍କ ଏକ ମିଶ୍ରଣ। ଯେତେବେଳେ ୱିକେଟ୍‌ ବଞ୍ଚାଇରଖି ସତର୍କତାର ସହ ଖେଳିବାର ଆବଶ୍ୟକତା ଥାଏ ସେତେବେଳେ ସେ କୋହଲିଙ୍କ ପରି ଖେଳୁଛନ୍ତି।

କୁମ୍ବଲେ କହିଛନ୍ତି ଯେ ଭାରତୀୟ ଦଳରେ ବିରାଟ କୋହିଲି ଓ ରୋହିତ ଶର୍ମାଙ୍କ ସ୍ଥାନ ପୁରଣ କରିବା ସହଜ ନୁହେଁ। କିନ୍ତୁ ଗୋଟିଏ ପ୍ରକାରେ କହିଲେ ସଂଜୁ ସାମସନ୍‌ ଉଭୟଙ୍କ ଏକ ମିଶ୍ରଣ। ଯେତେବେଳେ ୱିକେଟ୍‌ ବଞ୍ଚାଇରଖି ସତର୍କତାର ସହ ଖେଳିବାର ଆବଶ୍ୟକତା ଥାଏ ସେତେବେଳେ ସେ କୋହଲିଙ୍କ ପରି ଖେଳୁଛନ୍ତି।

356346

Photograph: (@SAMBAD.IN)

ବେଙ୍ଗାଲୁରୁ: ଭାରତୀୟ ଦଳର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜୟ ପରେ ସଂଜୁ ସାମସନ୍‌ଙ୍କୁ ପ୍ରସଂଶା କରିଛନ୍ତି ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ। ସେ ସଂଜୁଙ୍କୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମିଶ୍ରଣ ବୋଲି କହିଛନ୍ତି। କୁମ୍ବଲେ କହିଛନ୍ତି ଯେ ଭାରତୀୟ ଦଳରେ ବିରାଟ କୋହିଲି ଓ ରୋହିତ ଶର୍ମାଙ୍କ ସ୍ଥାନ ପୁରଣ କରିବା ସହଜ ନୁହେଁ। କିନ୍ତୁ ଗୋଟିଏ ପ୍ରକାରେ କହିଲେ ସଂଜୁ ସାମସନ୍‌ ଉଭୟଙ୍କ ଏକ ମିଶ୍ରଣ। ଯେତେବେଳେ ୱିକେଟ୍‌ ବଞ୍ଚାଇରଖି ସତର୍କତାର ସହ ଖେଳିବାର ଆବଶ୍ୟକତା ଥାଏ ସେତେବେଳେ ସେ କୋହଲିଙ୍କ ପରି ଖେଳୁଛନ୍ତି। ଆଉ ଯେତେବେଳେ ପାଓ୍ବାରପ୍ଲେରେ ରୋହିତଙ୍କ ପରି ବିସ୍ଫୋରକ ବ୍ୟାଟିଂ କରିବାକୁ ପଡ଼େ ସେ ସେପରି କରିଥାନ୍ତି।

ଅଧିକପଢ଼ନ୍ତୁ:ସ୍ପିଡ ବାଇକ ଧକ୍କାରେ ସରକାରୀ ଆୟୁର୍ବେଦିକ କଲେଜ ଛାତ୍ରୀଙ୍କ ମୃତ୍ୟୁ

ସଂଜୁ ସତର୍କତାର ସହ  କୋହଲିଙ୍କ ପରି ଖେଳୁଛନ୍ତି

ବିଶ୍ବକପ୍‌ର ପ୍ରାରମ୍ଭିକ ମ୍ୟାଚ୍‌ ଗୁଡ଼ିକରେ ଦଳରୁ ବାଦ୍‌ ପଡ଼ିଥିବା ସଂଜୁଙ୍କୁ ଗୁରୁତ୍ବପୂର୍ଣ୍ଣ ସୁପର-୮ ପର୍ଯ୍ୟାୟରେ ଜିମ୍ବାଓ୍ବେ ବିପକ୍ଷ ମ୍ୟାଚ୍‌ରେ ସାମିଲ କରାଯାଇଥିଲା। ତେବେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୯୭ ରନ୍‌ର ପାଳି ଖେଳି ସେ ଭାରତର ସେମିଫାଇନାଲ୍‌ ରାସ୍ତା ଖୋଲିଦେଇଥିଲେ। ଏହି ମ୍ୟାଚ୍‌ରେ ଭାରତ ୧୯୬ ରନ୍‌ ପରି ଏକ ବଡ଼ ଲକ୍ଷ୍ୟର ପିଛା କରୁଥିବା ସମୟରେ ସେ ସତର୍କତାର ସହ ବ୍ୟାଟିଂ କରି ଅପରାଜିତ ୯୭ ରନ୍‌ କରିଥିଲେ । ସେହିପରି ସେମିଫାଇନାଲ୍‌ ଓ ଫାଇନାଲ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା ଓ ଉଭୟ ମ୍ୟାଚ୍‌ରେ ସେ ବିସ୍ଫୋରକ ବ୍ୟାଟିଂ କରି ୮୯ ରନ୍‌ ଲେଖାଏଁ କରିଥିଲେ।

ଅଧିକପଢ଼ନ୍ତୁ:ଇରାନ ସ୍କୁଲ ଉପରେ ଆକ୍ରମଣ ଘଟଣା: ଇସ୍ରାଏଲ ନୁହେଁ, ଆମେରିକାର ଟୋମହକ୍ କ୍ଷେପଣାସ୍ତ୍ର ରଚିଥିଲା ତାଣ୍ଡବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe