Aravalli Hills: ଯଦି ପ୍ରାଣ ହରାଏ ପର୍ବତମାଳା... ତେବେ କଣ ହେବ ସ୍ଥିତି ? ସୁରକ୍ଷା ପ୍ରାଚୀର ଧ୍ବଂସ ହେବା ପରେ ଦେଶ ଦେଖିବ ହା ହା କାର ! ଆରାବଳୀ ଭବିଷ୍ୟତ ଅନ୍ଧାର

Advertisment

ଆରାବଳୀକୁ ଏବେ ବଡ଼ ବିପଦ ମାଡ଼ିଆସୁଛି । ଆରାବଳୀ ପର୍ବତମାଳାର ଅସ୍ତିତ୍ୱକୁ ନେଇ ଦେଖାଦେଇଛି ସଙ୍କଟ । ଯଦି ନଷ୍ଟ ହୁଏ ଆରାବଳୀ ତାହେଲେ ଧ୍ୱଂସ ହୋଇଯିବ ଅନେକ ସ୍ଥାନ । ସେଇଥି ଲାଗି ତ ଏହାକୁ ବିରୋଧ କରି ଅନଲାଇନରେ ଆରମ୍ଭ ହୋଇଛି 'ସେଭ୍ ଆରାବଲୀ’ ଅଭିଯାନ ।

ଆରାବଳୀକୁ ଏବେ ବଡ଼ ବିପଦ ମାଡ଼ିଆସୁଛି । ଆରାବଳୀ ପର୍ବତମାଳାର ଅସ୍ତିତ୍ୱକୁ ନେଇ ଦେଖାଦେଇଛି ସଙ୍କଟ । ଯଦି ନଷ୍ଟ ହୁଏ ଆରାବଳୀ ତାହେଲେ ଧ୍ୱଂସ ହୋଇଯିବ ଅନେକ ସ୍ଥାନ । ସେଇଥି ଲାଗି ତ ଏହାକୁ ବିରୋଧ କରି ଅନଲାଇନରେ ଆରମ୍ଭ ହୋଇଛି 'ସେଭ୍ ଆରାବଲୀ’ ଅଭିଯାନ ।

aravalli

aravalli Photograph: (sambad.in)

ନୂଆଦିଲ୍ଲୀ: ଆରାବଳୀ- ଖାଲି ଏକ ପର୍ବତମାଳା ନୁହେଁ ବରଂ ନିଶ୍ୱାସ । ଇଏ ସୁରକ୍ଷାର ପ୍ରାଚୀର, ପ୍ରାକୃତିକ ସମ୍ପଦର ଗନ୍ତାଘର । ଯୋଗାଉଛି ପାଣି, ଦେଉଛି ପବନ । ଦିଲ୍ଲୀରୁ ହରିୟାଣା, ରାଜସ୍ଥାନରୁ ଗୁଜରାଟକୁ ବ୍ୟାପିଛି ଆରାବଳୀ । ହେଲେ ଆରାବଳୀକୁ ଏବେ ବଡ଼ ବିପଦ ମାଡ଼ିଆସୁଛି । ଆରାବଳୀ ପର୍ବତମାଳାର ଅସ୍ତିତ୍ୱକୁ ନେଇ ଦେଖାଦେଇଛି ସଙ୍କଟ । ଯଦି ନଷ୍ଟ ହୁଏ ଆରାବଳୀ ତାହେଲେ ଧ୍ୱଂସ ହୋଇଯିବ ଅନେକ ସ୍ଥାନ । ସେଇଥି ଲାଗି ତ ଏହାକୁ ବିରୋଧ କରି ଅନଲାଇନରେ ଆରମ୍ଭ ହୋଇଛି 'ସେଭ୍ ଆରାବଲୀ’ ଅଭିଯାନ ।

ଏହି ପର୍ବତମାଳା ନିକଟରେ ଖଣି ଖନନ ପାଇଁ ସୁପ୍ରିମକୋର୍ଟରେ ନିଟିସନ୍ ଦାଏର କରିଥିଲେ କେନ୍ଦ୍ର ସରକାର । ଏହାକୁ ନେଇ ଫଇସଲା ଶୁଣାଇଥିଲେ ସୁପ୍ରିମକୋର୍ଟ । ୧୦୦ ମିଟରୁ ଅଧିକ ଉଚ୍ଚତାର ପାହାଡ଼ିଆ କ୍ଷେତ୍ର ହିଁ ଆରାବଲୀର ଅଂଶ । କିନ୍ତୁ ୧୦୦ ମିଟରରୁ କମ୍ ଉଚ୍ଚତାର ପାହାଡ଼ ଆରାବଳୀର ଅଂଶ ନୁହେଁ । ଏହା ଅର୍ଥ ସେସବୁ ଅଞ୍ଚଳରେ ଖନନ ହେବ, ଜଙ୍ଗଲ ସଫା ହେବ, ନିର୍ମାଣ କାର୍ଯ୍ୟ ହେବ ଆହୁରି ଅନେକ କିଛି । ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ ।

ଆହୁରି ପଢନ୍ତୁ- Pakistan Movie: ପାକିସ୍ତାନରେ ସବୁଠାରୁ ଅଧିକ ଲୋକ ଦେଖୁଛନ୍ତି ଏହି ଭାରତୀୟ ଫିଲ୍ମ

G8X7sTIbkAEVxL-

ଉତ୍ତର ଭାରତର ସୁରକ୍ଷା କବଚ

ଦୁନିଆର ସବୁଠୁ ପୁରୁଣା ପର୍ବତମାଳା ଆରାବଳୀ ଉତ୍ତର ଭାରତର ଜୀବନରେଖା ଓ ସୁରକ୍ଷା କବଚ । ଯଦି ଆରାବଳୀ ନଷ୍ଟ ହୁଏ ତାହେଲେ ଏହାର ପ୍ରଭାବ ରାଜସ୍ଥାନ, ହରିୟାଣା, ଦିଲ୍ଲୀ ଉପରେ ପଡ଼ିବ । ଏହାସହ ଅସଂଖ୍ୟ ଜୀବଜନ୍ତୁ ନିଶ୍ଚିହ୍ନ ହୋଇଯିବେ । ଅଗଣିତ ବୃକ୍ଷଲତା ଲୋପ ପାଇଯିବେ । ଦିଲ୍ଲୀ ସମେତ ଉତ୍ତର ଭାରତ ମରୁଭୂମି ପାଲଟିଯିବ ।

ଆହୁରି ପଢନ୍ତୁ- Delhi Air Pollution: ଚାରିଆଡ଼େ ଧୂଆଁଧୂଆଁ... ଉତ୍କଟ ବାୟୁ ପ୍ରଦୂଷଣ ଓ ଘନ କୁହୁଡ଼ି ପାଇଁ ରୁନ୍ଧି ହେଲାଣି ରାଜଧାନୀ, ନାକେଦମ୍ ଦିଲ୍ଲୀବାସୀ

ମରୁଭୂମି ହୋଇଯିବ ଦିଲ୍ଲୀ  !

ଉତ୍ତର ଭାରତ ଓ ବିଶାଳ ଥାର ମରୁଭୁମି ମଝିରେ ପାଚେରୀ ହୋଇ ଛିଡ଼ା ହୋଇଛି ଆରାବଳୀ । ଥାର ମରୁଭୂମିର ଧୂଳିଝଡ଼କୁ ରୋକିବାର କାମ କରୁଛି ଆରାବଳୀ । କିନ୍ତୁ ଏହା ନଷ୍ଟ ହୋଇଗଲେ ଦିଲ୍ଲୀ ସମତେ ପୂରା ଉତ୍ତର ଭାରତ ବାଲିରେ ପୋତି ହୋଇଯିବ । ଚାଷ ଜମିବାଡ଼ି ସବୁ ବାଲି ଚରିଯିବ । କଲବଲ ହେବେ ଚାଷୀ । ଧୀରେ ଧୀରେ ପଡ଼ିବ ଅନାହାର , ଦୁର୍ବିକ୍ଷ ।

କମିଯିବ ବର୍ଷା, ମିଳିବନି ପାଣି 

ଆରାବଳୀ ପର୍ବତମାଳା ପବନର ଦିଗକୁ ପ୍ରଭାବିତ କରୁଛି । ଫଳରେ ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶରେ ବର୍ଷା ସମ୍ଭବ ହୋଇପାରୁଛି । ମାଟିରେ ଜଳୀୟ ଅଂଶ ରହିପାରୁଛି । ଯଦି ଆରାବଳୀ ନଷ୍ଟ ହୁଏ ତାହେଲେ ବର୍ଷା କମିଯିବ । ମାଟି ଶୁଖିଯିବ । ସବୁଠୁ କ୍ଷତିଗ୍ରସ୍ତ ହେବେ ଚାଷୀ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ, ଆରାବଳୀର ଚଟ୍ଟାଣ ପ୍ରାକୃତିକ ସ୍ପଞ୍ଜ ଭଳି କାମ କରୁଛି, ଯାହା ବର୍ଷା ଦିନେ ବର୍ଷା ଜଳକୁ ଶୋଷି ମାଟିର ତଳ ସ୍ତରକୁ ନେଇଯାଏ । ଫଳରେ ଭୂମିତଳ ଜଳ ପାଇବା ସମ୍ଭବ ହେଉଛି । ଫଳରେ ଦିଲ୍ଲୀ ଏନସିଆର, ରାଜସ୍ଥାନ, ହରିୟାଣାରେ ଲୋକେ ପାଣି ପାଉଛନ୍ତି । କିନ୍ତୁ ଯଦି ଆରାବଳୀ ନଷ୍ଟ ହୋଇଯାଏ ତାହେଲେ ଏସବୁ ଅଞ୍ଚଳରେ ପାଣି ପାଇଁ ହା ହା କାର ପଡ଼ିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe