ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନର ଦ୍ବିତୀୟ ଚରଣ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ବିରୋଧୀ ଦଳ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ହଟେଇବାକୁ ନେଇ ପ୍ରସ୍ତାବ ଆଣିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳମାନେ ଇରାନ ଯୁଦ୍ଧ, ଏପ୍ଷ୍ଟିନ୍ ଫାଇଲ, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ମୋଦୀ ସରକାରଙ୍କୁ ଆକ୍ରମଣ କରିବାକୁୁ ଚେଷ୍ଟା କରିବେ। ବଜେଟ୍ ଅଧିବେଶନର ଦ୍ବିତୀୟ ଚରଣ ଏପ୍ରିଲ ୨ ତାରିଖରେ ଶେଷ ହେବ। ଆଗକୁ ତାମିଲନାଡ଼ୁ, କେରଳ, ପୁଡୁଚେରୀ, ଆସାମ ଓ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ବିଜେପି ବିରୋଧୀଙ୍କ ମୁକାବିଲା ପାଇଁ ସଂସଦୀୟ ମଞ୍ଚର ବ୍ୟବହାର କରିବ। ତେବେ ବିଜେପି ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମରେ ଅବ୍ୟବସ୍ଥାକୁ ନେଇ ଆକ୍ରାମକ ହୋଇଛି। ତୃଣମୂଳ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିବାବେଳେ ପଶ୍ଚିମବଙ୍ଗ ସରକାର ମଧ୍ୟ ଏହାର ଜବାବ ଦେଇଛନ୍ତି। କେନ୍ଦ୍ର ସରକାର କଂଗ୍ରେସ ବିଶେଷକରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବାକୁ ଯୋଜନାରେ ରହିଛି।
ଆହୁରି ପଢନ୍ତୁ:
🔴 LIVE News Updates 2026 March 8: ନ୍ୟୁଜିଲାଣ୍ଡ ବିପକ୍ଷରେ ଈଶାନ କିଶନଙ୍କ ଅର୍ଦ୍ଧଶତକ; ଆମେରିକୀୟ ଦୂତାବାସ ନିକଟରେ ଶକ୍ତିଶାଳୀ ବିସ୍ଫୋରଣଅନ୍ୟପକ୍ଷରେ ବିରୋଧୀ ଦଳ ପଶ୍ଚିମ ଏସିଆ ସ୍ଥିତି, ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ଆକ୍ରମଣ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ରାଏଲ ଗସ୍ତ, ଆୟାତୋଲ୍ଲା ଅଲି ଖେମିନିଙ୍କ ହତ୍ୟାର ନିନ୍ଦା କରିବାରେ ବିଳମ୍ବ, ଏଲ୍ପିଜି ଦର ବୃଦ୍ଧି ନେଇ ସରକାରଙ୍କ ବିରୋଧ ଆକ୍ରମଣ ଶାଣିତ କରିବାକୁ ସୋମବାର ବୈଠକ ଡାକିଛନ୍ତି। ତେବେ ଏହି ଅଧିବେଶନରେ ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଆଣିବାକୁ ଥିବା ପ୍ରସ୍ତାବ ସବୁଠୁ ଗୁରୁତ୍ବପୂର୍ଣ୍ଣ ରହିଛି।
ଆହୁରି ପଢନ୍ତୁ: KG George: ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ହିରୋ କେଜି ଜର୍ଜଙ୍କ ପରଲୋକ
ରାହୁଲ ଗାନ୍ଧୀ ଓ ଅନ୍ୟ ବିରୋଧୀ ଦଳ ନେତାଙ୍କୁ ସଂସଦରେ କହିବାକୁ ନଦେବା, ସାଂସଦଙ୍କୁ ନିଲମ୍ବନ କରିବା, ମହିଳା ସାଂସଦ ମୋଦୀଙ୍କୁ ଆକ୍ରମଣ କରିବା ଅଭିଯୋଗ ଓ ସରକାରଙ୍କ ସବୁ କଥାରେ ସମର୍ଥନ କରିବାକୁ ନେଇ ବିର୍ଲାଙ୍କ ବିରୋଧରେ ବିରୋଧୀ ପ୍ରସ୍ତାବ ଆଣିବେ। ଗତ ଫେବ୍ରୁଆରି ୧୦ ତାରିଖରେ ବିରୋଧୀ ଏନେଇ ନୋଟିସ ଦେବାପରଠାରୁ ବିର୍ଲା ଲୋକସଭାରେ ଅଧ୍ୟକ୍ଷତା କରିବାରୁ ନିଜକୁ ଦୂରେଇ ରଖିଛନ୍ତି। ଅପରପକ୍ଷେ ଜାନୁଆରି ୨୮ରେ ଆରମ୍ଭ ହୋଇଥିବା ବଜେଟ ଅଧିବେଶନ ପ୍ରଥମ ଚରଣ ଫେବ୍ରୁଆରି ୧୩ ତାରିଖରେ ଶେଷ ହୋଇଥିଲା।
Follow Us