ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଏବଂ ସୁକମା ସୀମାନ୍ତରେ ଆଜି ପୁଣି ସୁରକ୍ଷା ବାହିନୀର ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୩ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଗତ ୬ ତାରିଖରେ ନକ୍ସଲ ଆକ୍ରମଣରେ ୮ ଜଣ ଡିଆରଜି ଯବାନ ସହିଦ ହୋଇଥିବା ବେଳେ ଜଣେ ଡ୍ରାଇଭର ମଧ୍ୟ ମୃତ୍ୟୁବରଣ କରିଥିଲେ। ଏହାର ଜବାବରେ ଯବାନ ୩ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି।
ଏହି ଖବର ପଢ଼ନ୍ତୁ: ନକ୍ସଲଙ୍କ ଭୟଙ୍କର ପାଲଟା ଆକ୍ରମଣ: ୮ ଯବାନ ସହିଦ
ଗୁଇନ୍ଦା ସୂତ୍ରରୁ ଖବର ପାଇ ସୁକମା ଏବଂ ବିଜାପୁର ଜିଲ୍ଲା ପୁଲିସ ସମେତ ଡିଆରଜି, ସିଆରପିଏଫ ଯବାନ ସୀମାନ୍ତ ଜଂଗଲରେ ସର୍ଚ୍ଚ ଅପରେସନ୍ କରିଥିଲେ। ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଘାଇଲା ଯବାନ ନକ୍ସଲଙ୍କୁ ମାରିବା ପାଇଁ ଏକ ପ୍ରକାର ଉଗ୍ରରୂପ ନେଇଥିଲେ। ଜଂଗଲରେ ଏବେ ବି ଯବାନ ସର୍ଚ୍ଚ ଅପରେସନ ଜୋରଦାର କରିଛନ୍ତି। ସର୍ଚ୍ଚ ଅପରେସନ ବେଳେ ୩ ଜଣ ନକ୍ସଲଙ୍କର ମୃତଦେହ ଜବତ କରାଯାଇଛି। ଏଥିସହ ବନ୍ଧୁକ ଏବଂ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।
ଏହି ଖବର ପଢ଼ନ୍ତୁ: ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ୧୭ ଜଣଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି
ସୁକମା ଏବଂ ବିଜାପୁର ଜିଲ୍ଲା ପୁଲିସ ସମେତ ଡିଆରଜି, ସିଆରପିଏଫ ଯବାନ ସୀମାନ୍ତ ଜଂଗଲରେ ସର୍ଚ୍ଚ ଅପରେସନ୍ କରିଥିଲେ। ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଶେଷରେ ନକ୍ସଲଙ୍କ ଟାର୍ଗେଟ୍ ବିଫଳ ହୋଇଥିଲା।
ଏହି ଖବର ପଢ଼ନ୍ତୁ: ଯୋଜନାର ୨୪ ଘଣ୍ଟା ମଧ୍ୟରେ ସହଦେବଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ: ଡିସିପି
ସେହିପରି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ବିଜାପୁର ଜିଲ୍ଲାର ଆବାପାଲ୍ଲୀ ଥାନା ଅନ୍ତର୍ଗତ ମୁରଦଣ୍ଡା ଗ୍ରାମ୍ୟ ଜଂଗଲରେ ଦୁଇଟି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ଏହି ରାସ୍ତାରେ ସର୍ଚ୍ଚ ଅପରେସନ କରୁଥିବା ୨୨୯ ସିଆରପିଏଫ ବାଟାଲିୟନର ଯବାନ ତୁରନ୍ତ ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରିଥିଲେ। ବିସ୍ଫୋରଣ ଏତେ ଜବରଦସ୍ତ ଥିଲା ଯେ ଗାଡିକୁ ୨୦ରୁ ୩୦ ଫୁଟ ଉପରକୁ ସହଜରେ ଉଡାଇପାରିଥାନ୍ତା ବୋଲି କୁହାଯାଇଛି। ଯବାନ ଉଚିତ ସମୟରେ ମାଓବାଦୀଙ୍କ ଏକ ବଡ ଯୋଜନାକୁ ପଣ୍ଡ କରିଛି।
ଏହି ଖବର ପଢ଼ନ୍ତୁ: ଓଡ଼ିଶାର ଦାର୍ଜିଲିଂରେ ଶୀତର ପ୍ରକୋପ: ତାପମାତ୍ରା ୫.୨ଡିଗ୍ରି, ଥରୁଛନ୍ତି ଲୋକେ