PAK Army DG ISPR Winks Female Journalist: ମୁନିରଙ୍କ ପ୍ରିୟ ଅଧିକାରୀଙ୍କ ଲଜ୍ଜାଜନକ କାର୍ଯ୍ୟ: ମହିଳା ସାମ୍ବାଦିକଙ୍କୁ ଆଖି ମାରିଲେ, ଭିଡିଓ ଭାଇରାଲ୍

Advertisment

ପାକିସ୍ତାନର ଏକ ଭାଇରାଲ୍ ଭିଡିଓରେ ଡିଜି ଆଇଏସପିଆର ଲେଫ୍ଟନାଣ୍ଟ ଜେନେରାଲ ଅହମଦ ସରିଫ ଚୌଧୁରୀ ଏକ ପ୍ରେସ୍ ବ୍ରିଫିଂ ସମୟରେ ଜଣେ ମହିଳା ସାମ୍ବାଦିକଙ୍କୁ ଆଖି ମାରିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସୋସିଆଲ ମିଡିଆରେ କଡ଼ା ସମାଲୋଚନା କରାଯାଉଛି...

ପାକିସ୍ତାନର ଏକ ଭାଇରାଲ୍ ଭିଡିଓରେ ଡିଜି ଆଇଏସପିଆର ଲେଫ୍ଟନାଣ୍ଟ ଜେନେରାଲ ଅହମଦ ସରିଫ ଚୌଧୁରୀ ଏକ ପ୍ରେସ୍ ବ୍ରିଫିଂ ସମୟରେ ଜଣେ ମହିଳା ସାମ୍ବାଦିକଙ୍କୁ ଆଖି ମାରିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସୋସିଆଲ ମିଡିଆରେ କଡ଼ା ସମାଲୋଚନା କରାଯାଉଛି...

Shameful act of Munir's favorite officer: Winks at female journalist, video goes viral

Shameful act of Munir's favorite officer: Winks at female journalist, video goes viral Photograph: (sambad.in)

ଇସଲାମାବାଦ: ପାକିସ୍ତାନ ସେନା ଡିଜି ଆଇଏସପିଆର ଲେଫ୍ଟନାଣ୍ଟ୍ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଯେଉଁଥିରେ ସେ ଏକ ପ୍ରେସ୍ ବ୍ରିଫିଂ ସମୟରେ ଜଣେ ମହିଳା ସାମ୍ବାଦିକଙ୍କୁ ଆଖି ମାରିବା ଅଭିଯୋଗ କରାଯାଇଛି। ଭିଡିଓଟି ସାମ୍ନାକୁ ଆସିବା ପରେ, ଅନେକ ୟୁଜର ଏହାକୁ ଅଣପେସାଦାର ଏବଂ ଅତି ବିକୃତ ମାନସିକତା ବୋଲି କହି କଡ଼ା ସମାଲୋଚନା କରିଛନ୍ତି। 

ଅହମଦ ସରିଫ ଚୌଧୁରୀ ପାକିସ୍ତାନ ସେନାର ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ISPR)ର ମୁଖ୍ୟ। ରାଜନୈତିକ ଏବଂ ଆଞ୍ଚଳିକ ପ୍ରସଙ୍ଗରେ ସେ ପ୍ରାୟତଃ ମନ୍ତବ୍ୟ ଦିଅନ୍ତି। ତାଙ୍କୁ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ଜଣେ ଘନିଷ୍ଠ ସହଯୋଗୀ ଭାବରେ ମଧ୍ୟ ବିବେଚନା କରାଯାଏ। 

ଆହୁରି ପଢ଼ନ୍ତୁ:Trump's New Visa Rule: ଆମେରିକା ଯିବା ପୂର୍ବରୁ ଫେସବୁକ୍-ଇନଷ୍ଟାଗ୍ରାମ ପୋଷ୍ଟ୍ ଯାଞ୍ଚ୍ ହେବ: ଟ୍ରମ୍ପ୍‌ଙ୍କ ଅଜବ ଭିସା ଆଇନ

ଏକ ପ୍ରେସ୍ ବ୍ରିଫିଂ ସମୟରେ ମହିଳା ସାମ୍ବାଦିକଙ୍କୁ ଆଖି ମାରିଲେ

ଭାଇରାଲ୍ କ୍ଲିପରେ, ଜଣେ ମହିଳା ସାମ୍ବାଦିକ ଇମ୍ରାନ ଖାନଙ୍କ ବିଷୟରେ ଏକ ପ୍ରଶ୍ନ ପଚାରୁ ଥିବାର ଶୁଣାଯାଉଛି। ସାମ୍ବାଦିକ ପଚାରିଥିଲେ ଯେ, ଇମ୍ରାନ ଖାନଙ୍କୁ ଜାତୀୟ ସୁରକ୍ଷା ପାଇଁ ବିପଦ, ଦେଶ ବିରୋଧୀ  ଏବଂ ଦିଲ୍ଲୀର କାଠ କଣ୍ଢେଇ  ବୋଲି କହିବାରେ ନୂଆ କ'ଣ ଅଛି ଏବଂ କୌଣସି ଗୁରୁତ୍ୱପୂର୍ଣ୍ଣ ବିକାଶ ଆଶା କରାଯାଇପାରିବ କି? ପ୍ରଶ୍ନ ଶୁଣି, DG ISPR ଆଖି ମାରି ଉତ୍ତର ଦେଇଥିଲେ, ସେ କହିଥିଲେ ଏଥିରେ ଇମ୍ରାନ୍ ମାନସିକ ଭାବରେ ଅସୁସ୍ଥ ବୋଲି ମଧ୍ୟ ଯୋଡନ୍ତୁ। 

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

ଏହି ଭିଡିଓ ନେଇ  ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଛି। ଅନେକ କହିଛନ୍ତି ଯେ, ଏହା ସାମ୍ବାଦିକ ସମ୍ମିଳନୀ ଭଳି ଏକ ଆନୁଷ୍ଠାନିକ ମଞ୍ଚର ମର୍ଯ୍ୟାଦା ବିରୋଧରେ। କିଛି ୟୁଜର ମତ ଦେଇଛନ୍ତି ଯେ, ଡିଜି ଆଇଏସପିଆରଙ୍କ ଆଚରଣ ଅତି ନିମ୍ନ ଧରଣର। ଯେତେବେଳେ ଅନ୍ୟମାନେ ଏହାକୁ ଅଣପେସାଦାରବୋଲି କହିଛନ୍ତି ଏବଂ ପ୍ରଶ୍ନ କରିଛନ୍ତି ଯେ, ସେ ପ୍ରେସ୍‌କୁ ସମ୍ବୋଧିତ କରୁଛନ୍ତି ନା ଶସ୍ତା ଫ୍ଲର୍ଟ କରୁଛନ୍ତି। ସାମଗ୍ରିକ ଭାବରେ, ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ କରାଯାଇଛି। 

ଭାରତ ବିରୋଧରେ ବିଷ ଓଗାଳନ୍ତି

ଜେନେରାଲ ଅହମ୍ମଦ ସରିଫ ଚୌଧୁରୀଙ୍କ ପିତାଙ୍କର ଆତଙ୍କବାଦୀ ନେତା ଓସାମା ବିନ୍ ଲାଡେନଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ହୋଇଛି। ଚୌଧୁରୀ ମୁଖ୍ୟତଃ ଭାରତ ବିରୋଧୀ ମନ୍ତବ୍ୟ ଦେଇ ନିଜର ଖ୍ୟାତି ଅର୍ଜନ କରିଛନ୍ତି। ଅପରେସନ ସିନ୍ଦୂର ସମୟରେ, ସେ ଏକ ପ୍ରେସ୍ ବ୍ରିଫିଂରେ ପାଞ୍ଚଟି ଭାରତୀୟ ଲଢୁଆ ବିମାନକୁ ଖସାଇ ଦେଇଥିବା ମିଥ୍ୟା ଦାବି କରିଥିଲେ।

ଆହୁରି ପଢ଼ନ୍ତୁ:Deepavali's Addition To UNESCO List: ୟୁନେସ୍କୋର ଅମୂର୍ତ୍ତ ଐତିହ୍ୟ ତାଲିକାରେ ସାମିଲ ହେଲା ଦୀପାବଳି, ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ଏହା ସହିତ, ସେ ପ୍ରାୟତଃ ଭାରତ ବିରୋଧରେ ବିବାଦୀୟ ଏବଂ କଠୋର ମନ୍ତବ୍ୟ ଦିଅନ୍ତି, ଯାହା ସେ କେବଳ ଭାରତ ବିରୋଧୀ ରଣନୀତି ଉପରେ ଧ୍ୟାନ ଦେଉଥିବାର ଆଭାସ ଦେଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe