smriti-mandhana-says-wedding Photograph: (@sambad.in)
ମୁମ୍ବାଇ: ଗାୟକ ପଲାଶ ମୁଛଲ ଏବଂ କ୍ରିକେଟର ସ୍ମୃତି ମନ୍ଧାନାଙ୍କ ବିବାହକୁ ନେଇ ଅନେକ ପ୍ରକାର ଗୁଜବ ଉଠୁଛି। ଗତ ନଭେମ୍ବର ୨୩ ତାରିଖରେ ପଲାଶ ମୁଛଲ ଓ ସ୍ମୃତି ମନ୍ଧାନା ବିବାହ ବନ୍ଧନରେ ବାନ୍ଧି ହୋଇଥାଆନ୍ତେ । କିନ୍ତୁ ସେହିଦିନ ରାତିରେ ସ୍ମୃତି ମନ୍ଧାନାଙ୍କ ବାପା ଅସୁସ୍ଥ ହୋଇପଡ଼ିଥିଲେ। ଏଥିସହିତ ପଲାଶଙ୍କର ବି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ଯେଉଁକାରଣରୁ ଉଭୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବିବାହକୁ ସ୍ଥଗିତ ରଖିବାତକୁ ପଡ଼ିଥିଲା।
ସ୍ଥଗିତ ରହିଲା ବିବାହ
ବିବାହ ସ୍ଥଗିତ ହେବାପରେ ପଲାଶଙ୍କର ଜଣେ କୋରିଓଗ୍ରାଫରଙ୍କ ସହ ସମ୍ପର୍କ ଥିବା ନେଇ ଏକ ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏଭଳି ସମୟରେ ସ୍ମୃତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ସମସ୍ତ ବିବାହ ପୋଷ୍ଟ ଡିଲିଟ୍ କରିଦେବା ପରେ ଦୁହିଁଙ୍କ ସମ୍ପର୍କକୁ ନେଇ ଆଲୋଚନା ତୀବ୍ର ହୋଇଛି।
ବିବାହକୁ ନେଇ ଚାଲିଛି ଅନେକ କଳ୍ପନାଜଳ୍ପନା
ରବିବାର ସ୍ମୃତି ପଲାଶ ମୁଛଲଙ୍କ ସହିତ ତାଙ୍କ ବିବାହ ସ୍ଥଗିତ ରଖିବା ସମ୍ପର୍କରେ ଏକ ଅପଡେଟ୍ ପ୍ରଦାନ କରିଛନ୍ତି। ମନ୍ଧାନା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ "ବିବାହ ବାତିଲ ହୋଇଛି। ଗତ କିଛି ସପ୍ତାହ ଧରି, ମୋ ଜୀବନ ବିଷୟରେ ଅନେକ କଳ୍ପନାଜଳ୍ପନା ଚାଲିଛି। ଆପଣମାନଙ୍କୁ ସ୍ପଷ୍ଟ ଭାବେ କହିବାକୁ ଚାହେଁ କି ମୁଁ ଜଣେ ସ୍ବାଭିମାନୀ ବ୍ୟକ୍ତି। ମୋ ସ୍ବାଭିମାନକୁ ଆଞ୍ଚ ଆସିଲା ଭଳି କାମ ମୋତେ ଆଦୌ ଭଲ ଲାଗେ ନାହିଁ।
/filters:format(webp)/sambad/media/media_files/2025/12/07/0a11da54-a692-4115-a7f3-acc0fc7bb611-2025-12-07-16-13-52.jpg)
ଅଧିକପଢ଼ନ୍ତୁ:ଇଣ୍ଡିଗୋ ସଙ୍କଟରେ ଭାରତୀୟ ରେଳବାଇର ସହାୟତା
ପୁନଃଚ୍ଛେଦ ପକାଇବାର ସମୟ ଆସିଯାଇଛି
ବର୍ତ୍ତମାନ ସମୟ ଆସିଯାଇଛି କଥାକୁ ଏହି ଠାରେ ହିଁ ପୁନଃଚ୍ଛେଦ ପକାଇ ଦେବା। ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ସମୟରେ ଉଭୟ ପରିବାରର ଗୋପନୀୟତାକୁ ସମ୍ମାନ ଦିଅନ୍ତୁ ଏବଂ ଆମକୁ ନିଜନିଜ ଜୀବନରେ ଆଗକୁ ବଢ଼ିବାକୁ ଦିଅନ୍ତୁ। ମୁଁ ବିଶ୍ୱାସ କରେ ଯେ ଆମ ସମସ୍ତଙ୍କ ପଛରେ ଏକ ମହାନ ଉଦ୍ଦେଶ୍ୟ ରହିଛି। ଏହି ଉଦ୍ଦେଶ୍ୟକୁ କିପରି ପୂରା କରିବା ସେ ଦିଗରେ ଆଗକୁ ବଢ଼ିବା ଉଚିତ। ମୋର ସର୍ବଦା ଉଦ୍ଦେଶ୍ୟ ଥାଏ ମୁଁ କିପରି ମୋୁ ଦେଶକୁ ସର୍ବୋଚ୍ଚ ସ୍ତରରେ ପ୍ରତିନିଧିତ୍ୱ କରିବି। ଆପଣଙ୍କ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଆଗକୁ ବଢ଼ିବାର ସମୟ ଆସିଛି।"
ଅଧିକପଢ଼ନ୍ତୁ:ବୃଦ୍ଧ ହୋଇଯାଇଥିଲେ ବି ସୁସ୍ଥ ଥିବା ପର୍ଯ୍ୟନ୍ତ ଲୋକଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଉଥିବି
Follow Us