Special debate in Lok Sabha: ଲୋକସଭାରେ ସ୍ବତନ୍ତ୍ର ଆଲୋଚନା: କଂଗ୍ରେସ ‘ବନ୍ଦେ ମାତରମ୍‌’କୁ ଖଣ୍ଡଖଣ୍ଡ କରିଥିଲା

Advertisment

ଲୋକସଭାରେ  ଆଜି ‘ବନ୍ଦେ ମାତରମ୍’ ଉପରେ ସ୍ବତନ୍ତ୍ର ଆଲୋଚନାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଓ ଜବାହରଲାଲ ନେହରୁଙ୍କୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ଜାତୀୟ ଗୀତକୁ ‘ଟୁକଡେ ଟୁକଡ଼େ’ ବା ଖଣ୍ଡ ଖଣ୍ଡ କରିଛି।

ଲୋକସଭାରେ  ଆଜି ‘ବନ୍ଦେ ମାତରମ୍’ ଉପରେ ସ୍ବତନ୍ତ୍ର ଆଲୋଚନାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଓ ଜବାହରଲାଲ ନେହରୁଙ୍କୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ଜାତୀୟ ଗୀତକୁ ‘ଟୁକଡେ ଟୁକଡ଼େ’ ବା ଖଣ୍ଡ ଖଣ୍ଡ କରିଛି।

modi

ନୂଆଦିଲ୍ଲୀ: ଲୋକସଭାରେ  ଆଜି ‘ବନ୍ଦେ ମାତରମ୍’ ଉପରେ ସ୍ବତନ୍ତ୍ର ଆଲୋଚନାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଓ ଜବାହରଲାଲ ନେହରୁଙ୍କୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ଜାତୀୟ ଗୀତକୁ ‘ଟୁକଡେ ଟୁକଡ଼େ’ ବା ଖଣ୍ଡ ଖଣ୍ଡ କରିଛି। ନେହରୁ ଦାବି କରିଥିଲେ ଯେ ବନ୍ଦେ ମାତରମ୍ ମୁସଲମାନଙ୍କୁ ଉତ୍ତେଜିତ କରିପାରେ। 

Elephant Herd's Terror: ୩୦ ଟିକିଆ ହାତୀ ପଲ ଲକ୍ଷାଧିକ ଟଙ୍କାର ଫସଲ ଓ ପନିପରିବା ଚାଷ ନଷ୍ଟ କଲେ

ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଗତ ଶତାବ୍ଦୀରେ କିଛି ଶକ୍ତି ଭାରତର ଜାତୀୟ ଗୀତ ପ୍ରତି ବିଶ୍ୱାସଘାତକତା କରିଥିଲେ। କିଏ ଏହା କରିଛି ତାହା ଆମର ପରବର୍ତ୍ତୀ ପିଢ଼ିକୁ ଜଣାଇବା ଆମର କର୍ତ୍ତବ୍ୟ। ୧୯୩୭ ମସିହାରେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ନେତୃତ୍ୱରେ ମୁସଲିମ୍ ଲିଗ୍ ବନ୍ଦେ ମାତରମ୍ ବିରୋଧରେ ଏକ ଅଭିଯାନ ଚଳାଇଥିଲା। କିନ୍ତୁ କଂଗ୍ରେସ ଓ ଜବାହରଲାଲ ନେହରୁ ସେମାନଙ୍କୁ ବିରୋଧ କରିବା ପରିବର୍ତ୍ତେ ବନ୍ଦେ ମାତରମ୍‌ ଉପରେ ଅନୁଧ୍ୟାନ ଆରମ୍ଭ କରିଥିଲେ। ପରେ ପଣ୍ଡିତ ନେହରୁ ସୁଭାଷ ଚନ୍ଦ୍ର ବୋଷଙ୍କୁ ଏକ ଚିଠି ଲେଖି କହିଥିଲେ ଯେ, ସେ ବନ୍ଦେ ମାତରମ୍‌ର ପୃଷ୍ଠଭୂମି ପଢ଼ିଛନ୍ତି। ସେ ଜିନ୍ନାଙ୍କ ସହ ଏକମତ ଯେ ଏହା ମୁସଲମାନମାନଙ୍କୁ ଉତ୍ତେଜିତ ଓ ବିରକ୍ତ କରିପାରେ। ଏହାପରେ କଂଗ୍ରେସ ବନ୍ଦେ ମାତରମ୍‌କୁ ଖଣ୍ଡିତ କରିଥିଲା। 

ନେହରୁ କହିଥିଲେ ଗୀତ ମୁସଲମାନଙ୍କୁ ଉତ୍ତେଜିତ କରିବ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ବନ୍ଦେ ମାତରମ୍‌ର ୫୦ ବର୍ଷ ପୂରଣ ହେଲା, ସେତେବେଳେ ଭାରତ ଇଂରେଜମାନଙ୍କ ଶାସନ ଅଧୀନରେ ଥିଲା। ଯେତେବେଳେ ଏହା ୧୦୦ ବର୍ଷ ପୂରଣ କଲା, ସେତେବେଳେ ଭାରତ ଜରୁରିକାଳୀନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ସେହି ସମୟରେ ଦେଶପ୍ରେମୀମାନଙ୍କୁ କାରାଗାରରେ ବନ୍ଦୀ କରାଯାଇଥିଲା। ବନ୍ଦେ ମାତରମ୍‌ର ୧୫୦ ବର୍ଷ ସେହି ଗୌରବ ଓ ଆମର ଅତୀତର ସେହି ମହାନ ଅଂଶକୁ ପୁନଃସ୍ଥାପିତ କରିବାର ଏକ ସୁଯୋଗ। ଏହି ଗୀତ ଆମକୁ ୧୯୪୭ରେ ସ୍ୱାଧୀନତା ହାସଲ କରିବା ପାଇଁ ପ୍ରେରଣା ଦେଇଥିଲା ବୋଲି ମୋଦୀ କହିଛନ୍ତି।

Goa Nightclub Fire : ଇଣ୍ଡିଗୋ ବିମାନରେ ବିଦେଶ ଫେରାର ହୋଇଗଲେ ଗୋଆ ନାଇଟକ୍ଲବ ମାଲିକ

ନଭେମ୍ବର ୧୮୭୫ରେ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଲିଖିତ ଏହି ଗୀତକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜିନ୍ନାଙ୍କ ବିରୋଧ ସତ୍ତ୍ବେ ନେତାମାନେ ସ୍ୱାଧୀନତା ସଂଗ୍ରାମରେ ଏହି ଗୀତର ମହତ୍ତ୍ୱକୁ ସ୍ୱୀକାର କରିଥିଲେ। ତେବେ କଂଗ୍ରେସ ମୁସଲମାନଙ୍କ ଭାବନାକୁ ସମ୍ମାନ ଦେଇ ଏହାକୁ ପ୍ରଥମ ଦୁଇଟି ପଦରେ ସୀମିତ ରଖି ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲା। ୧୯୫୧ ମସିହାରେ ଏହି ଦୁଇଟି ପଦକୁ ଭାରତର ଜାତୀୟ ଗୀତ ଘୋଷଣା କରାଯାଇଥିଲା, ଯେତେବେଳେ କି ହିନ୍ଦୁ ଦେବତାଙ୍କ ଉପରେ ଥିବା ଅବଶିଷ୍ଟ ଛଅଟି ପଦକୁ ବାଦ୍ ଦିଆଯାଇଥିଲା। ଆସନ୍ତାକାଲି ଏହା ଉପରେ ରାଜ୍ୟସଭାରେ ଆଲୋଚନା ହେବ। ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଉକ୍ତ ବିତର୍କ ଆରମ୍ଭ କରିବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe