ଅହମଦାବାଦ: ବିଳମ୍ବିତ ନ୍ୟାୟ କିଭଳି ନିରୀହ ଲୋକଙ୍କ ଜୀବନକୁ କାଳକୋଠରି ମଧ୍ୟରେ ଶେଷ କରିଦେଉଛି ତା’ର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟରେ। ଜଣେ ବ୍ୟକ୍ତି ୨୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ୩୦ ବର୍ଷ ଜେଲ୍ରେ ରହିଲେ। ବିଚାର ପ୍ରକ୍ରିୟାରେ ସେ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି। ହେଲେ ପରିତାପର ବିଷୟ ହେଉଛି, ଏହି ବ୍ୟକ୍ତି ଜଣକ ଜେଲ୍ରୁ ବାହାରିଥିଲେ ବି ନିଜ ଜୀବନକୁ ଟିକେ ଭଲ ଭାବେ ଜିଇଁ ପାରିଲେନି।
Excise Sports: ଅବକାରୀ ବିଭାଗରେ ଅନେକ ସଂସ୍କାର ଆସିବାକୁ ଯାଉଛି: ମନ୍ତ୍ରୀ
ଜେଲ୍ରୁ ମୁକୁଳିବାର ଦିନକ ପରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ପୁଲିସ କନେଷ୍ଟବଳ ବାବୁଭାଇ ପ୍ରଜାପତି। ଅହମଦାବାଦରେ ପୋଷ୍ଟିଂ ସମୟରେ ସେ ୨୦ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଦୁର୍ନୀତି ନିବାରଣ ଆଇନ ଅନୁସାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଏବଂ ୧୯୯୭ରେ ତାଙ୍କ ବିରୋଧରେ ସେସନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଥିଲା। ୨୦୦୨ରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ୍ ହୋଇଥିଲା। ୨୦୦୪ରେ ସେସନ୍ସ କୋର୍ଟ ପ୍ରଜାପତିଙ୍କୁ ୪ ବର୍ଷ ଜେଲ୍ଦଣ୍ଡ ଦେଇଥିଲେ ଏବଂ ୩ ହଜାର ଟଙ୍କା ଜରିମାନା କରିଥିଲେ। ପ୍ରଜାପତି ସେସନ୍ସ କୋର୍ଟଙ୍କ ନିଷ୍ପତ୍ତିକୁ ଗୁଜରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହାପରେ ତାଙ୍କ ଆବେଦନ ହାଇକୋର୍ଟରେ ୨୨ ବର୍ଷ ଧରି ପଡ଼ି ରହିଥିଲା।
Jeffrey Epstein: ଅନିଲଙ୍କ ପାଇଁ ସ୍ବିଡେନ୍ର ଡେଙ୍ଗା, ଗୋରା ଝିଅର ବ୍ୟବସ୍ଥା କରିବାକୁ ଏପ୍ଷ୍ଟିନ୍ଙ୍କ ପ୍ରସ୍ତାବ
ଗୁଜରାଟ ହାଇକୋର୍ଟ ଫେବ୍ରୁଆରି ୪ ତାରିଖରେ ପ୍ରଜାପତିଙ୍କୁ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟ କହିଛନ୍ତି, ବିଚାରଣ ପ୍ରକ୍ରିୟାରେ ପ୍ରଜାପତିଙ୍କ ବିରୋଧରେ ଥିବା ଅଭିଯୋଗ ପ୍ରମାଣିତ ହୋଇପାରିନି। ପ୍ରଜାପତିଙ୍କୁ ପ୍ରତିନିଧିତ୍ବ କରିଥିବା ଆଇନଜୀବୀ ନୀତିନ ଗାନ୍ଧୀ ହାଇକୋର୍ଟଙ୍କୁ କହିଥିଲେ ଯେ ଏହା କେବଳ ସନ୍ଦେହ ଆଧାରିତ। ଦୀର୍ଘ ଦିନର ଅପେକ୍ଷା ପରେ ନିଜ ସପକ୍ଷରେ ରାୟ ଆସିବା ପରେ ପ୍ରଜାପତି କହିଥିଲେ, ମୋ ଜୀବନରୁ କଳଙ୍କ ହଟିଗଲା। ଭଗବାନ ମୋତେ ନେଇଗଲେ ବି କିଛି ଦୁଃଖ ନାହିଁ। ତେବେ ଜେଲ୍ରୁ ମୁକୁଳିବାର ଦିନକ ପରେ ତାଙ୍କର ମୃତ୍ୟୁ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/08/dfgjdgjdgjcbn-2026-02-08-01-04-11.jpg)