Sri Lanka Photograph: (SAMBAD.IN)
କଲମ୍ଵୋ: ଆମେରିକା ଆକ୍ରମଣ ଆଶଙ୍କା ମଧ୍ୟରେ ଶ୍ରୀଲଙ୍କା ତ୍ରିଙ୍କୋମାଲି ବନ୍ଦରରେ ଇରାନୀ ନୌସେନା ଜାହାଜ ''ଆଇଆରଆଇଏନଏସ୍ ବୁଶେହର''କୁ ଆଶ୍ରୟ ଦେଇଛି। ରାଷ୍ଟ୍ରପତି ଏହାକୁ ମାନବିକତା ଦୃଷ୍ଟିରୁ ନିଆଯାଇଥିବା ଏକ ସ୍ୱାଧୀନ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଛନ୍ତି। ଏହି ନିଷ୍ପତ୍ତି ଏପରି ଏକ ସମୟରେ ନିଆଯାଇଛି ଯେତେବେଳେ ଆମେରିକାର ଆକ୍ରମଣରେ ୮୭ ଜଣ ଇରାନୀ ନାବିକ ପ୍ରାଣ ହରାଇଛନ୍ତି। ଶ୍ରୀଲଙ୍କା ସ୍ପଷ୍ଟ କରିଛି ଯେ ଏହା ତାର ନିରପେକ୍ଷ ନୀତି ବଜାୟ ରଖି ମାନବିକ ମୂଲ୍ୟବୋଧକୁ ପ୍ରାଥମିକତା ଦେଉଛି।
ଶ୍ରୀଲଙ୍କାରେ କରିବେ ପ୍ରବେଶ
ଏହି ଜାହାଜରେ ମୋଟ ୨୦୮ ଜଣ ଲୋକ ଅଛନ୍ତି, ଯେଉଁଥିରେ ୫୩ ଜଣ ଅଧିକାରୀ, ୮୪ ଜଣ କ୍ୟାଡେଟ୍ ଓ ୭୧ ଜଣ ଅନ୍ୟ ନାବିକ ଅଛନ୍ତି, ଯେଉଁମାନଙ୍କୁ ଶ୍ରୀଲଙ୍କାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି। ଏହି ନିଷ୍ପତ୍ତି ପାଇଁ ଶ୍ରୀଲଙ୍କା ଅଜାଣତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ରୋଧର ଶିକାର ହୋଇପାରେ, କିନ୍ତୁ ଏହାକୁ ଖାତିର ନକରି ଶ୍ରୀଲଙ୍କା ରାଷ୍ଟ୍ରପତି ଦିସାନାୟକେ, ଯୁଦ୍ଧରେ କୌଣସି ନିର୍ଦ୍ଦୋଷ ନାଗରିକ କିମ୍ବା ନାବିକଙ୍କୁ ହତ୍ୟା କରାଯିବା ଉଚିତ୍ ନୁହେଁ, ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋସି କହିଛନ୍ତି। ଶ୍ରୀଲଙ୍କା ଏହାର ସ୍ୱାଧୀନ ବୈଦେଶିକ ନୀତିକୁ ରକ୍ଷା କରିବ ଓ ମାନବିକ ସଙ୍କଟ ସମୟରେ ଚାପରେ ପଛକୁ ହଟିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଆହୁରି ପଢନ୍ତୁ - Market: ସେୟାର ବଜାର ଉପରେ ଯୁଦ୍ଧର ପ୍ରଭାବ; ସେନ୍ସେକ୍ସ ୧୦୯୭ ପଏଣ୍ଟ୍ ଖସିଲା
Follow Us