ନୂଆଦିଲ୍ଲୀ: ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ସଂଘର୍ଷ ଲାଗି ରହିଥିବାବେଳେ ସୋମବାର ଦୁଇ ଦେଶର ସୀମାରେ ରହିଥିବା ଭଗବାନଙ୍କ ବିଷ୍ଣୁଙ୍କ ଏକ ପ୍ରତିମୂର୍ତ୍ତି ଭାଙ୍ଗି ଦିଆଯାଇଛି। ଏହି ଘଟଣାରେ ବୁଧବାର ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପ୍ରବକ୍ତା ରଣଧୀର ଜୟସ୍ବାଲ କହିଛନ୍ତି, ନିକଟରେ ଥାଇ-କାମ୍ବୋଡିଆ ବିବାଦ ମଧ୍ୟରେ ଦୁଇଦେଶର ସୀମାରେ ଥିବା ହିନ୍ଦୁ ଦେବତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦିଆଯାଇଛି। 

Advertisment

Bike Racket Baripada, Gambling Sundargarh ବାରିପଦା ପୁଲିସ ପଞ୍ଝାରେ ବାଇକ ଚୋରି ରାକେଟ, ୫ ଅଭିଯୁକ୍ତ ଗିରଫ, ବେହେରାମାଲରୁ ଧରାପଡ଼ିଲେ ୭ ଜୁଆଡ଼ି

ଏହି ପ୍ରତିମୂର୍ତ୍ତି ନିକଟରେ ତିଆରି ହୋଇଥିବାବେଳେ ବର୍ତ୍ତମାନ ସଂଘର୍ଷ ଲାଗି ରହିଥିବା ଅଞ୍ଚଳରେ ସ୍ଥାପିତ କରାଯାଇଥିଲା। ଉଭୟ ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀ ଲୋକମାନେ ଏଠାରେ ପୂଜାର୍ଚ୍ଚନା କରୁଥିଲେ। ଏପରି ଅସମ୍ମାନଜନକ କାର୍ଯ୍ୟ ସାରା ବିଶ୍ବରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବାବେଗକୁ ଆଘାତ ଦେଇଛି ବୋଲି ଜୟସ୍ବାଲ କହିଛନ୍ତି। ଭାରତ ଦୁଇ ପକ୍ଷକୁ ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ପାଇଁ କହିଛି। ସୂଚନାଯୋଗ୍ୟ, ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ଥାଇଲାଣ୍ଡ ସେନା ଦ୍ବାରା ସୋମବାର ନଷ୍ଟ କରିଦିଆଯାଇଥିଲା। ଏହି ପ୍ରତିମୂର୍ତ୍ତି  ୨୦୧୪ରେ ନିର୍ମାଣ କରାଯାଇଥିଲା। କାମ୍ବୋଡିଆ ମଧ୍ୟ ଥାଇଲାଣ୍ଡକୁ  ହିନ୍ଦୁ ଦେବତାଙ୍କ ପ୍ରତିମୂର୍ତ୍ତି ନଷ୍ଟ କରିବାକୁ ନେଇ ସମାଲୋଚନା କରିଥିଲା।

Accused Doctor Suspended: ରୋଗୀଙ୍କୁ ମୁଥ ମାରିଥିବା ଡାକ୍ତର ନିଲମ୍ବିତ, ତଦନ୍ତ ପ‌ରେ ନିଆଗଲା କାର୍ଯ୍ୟାନୁଷ୍ଠାନ