Marathi Language War : ମରାଠୀ କହି ନପାରିବାରୁ ଛାତ୍ରକୁ ମାଡ଼, ଘରକୁ ଫେରି ନେଲା ଚରମ ନିଷ୍ପତ୍ତି

ମହାରାଷ୍ଟ୍ରର କଲ୍ୟାଣ ପୂର୍ବର ତିସଗାଓଁ ନାକା ଅଞ୍ଚଳରୁ ଏକ ଦୁଃଖଦ ତଥା ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ମରାଠୀ କରି ନ ପାରିବାରୁ କିଛି ଲୋକ ଜଣେ ଛାତ୍ରକୁ ମାଡ଼ ମାରିବା ପରେ ସେ ଘରକୁ ଫେରି ଆତ୍ମହତ୍ୟା କରିଛି । ମୃତ ଛାତ୍ରଙ୍କ ନାଁ ଅର୍ଣ୍ଣବ ଖେରେ ।

Arnab

Arnab Khaire

Marathi Language War : ମହାରାଷ୍ଟ୍ରର କଲ୍ୟାଣ ପୂର୍ବର ତିସଗାଓଁ ନାକା ଅଞ୍ଚଳରୁ ଏକ ଦୁଃଖଦ ତଥା ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ମରାଠୀ କରି ନ ପାରିବାରୁ କିଛି ଲୋକ ଜଣେ ଛାତ୍ରକୁ ମାଡ଼ ମାରିବା ପରେ ସେ ଘରକୁ ଫେରି ଆତ୍ମହତ୍ୟା କରିଛି । ମୃତ ଛାତ୍ରଙ୍କ ନାଁ ଅର୍ଣ୍ଣବ ଖେରେ । 

ପୁଲିସରେ କରାଯାଇଥିବା ଅଭିଯୋଗ ହୋଇଛି ଯେ ମରାଠୀ କହି ନ ପାରିବାରୁ କିଛି ଲୋକ ଅର୍ଣ୍ଣବକୁ ଟ୍ରେନରେ ପିଟି ପିଟି ମାନସିକ ଯନ୍ତ୍ରଣା ଦେଇଥିଲେ। ଘରକୁ ଫେରିବା ପରେ ସେ ଆତ୍ମହତ୍ୟା କରିଥିଲେ।

ଅର୍ଣ୍ଣବଙ୍କ ବାପା ଜିତେନ୍ଦ୍ର ଖୈରେ କହିଛନ୍ତି, "ମୁଁ ମୋ ପୁଅକୁ ପଢ଼ିବାକୁ ପଠାଇଥିଲି, କିନ୍ତୁ ସେ ଶବ ହୋଇ ଫେରି ଆସିଥିଲା।" ଏହି ବୟାନ ସମଗ୍ର ସହରକୁ ଥରାଇ ଦେଇଛି। ଘଟଣାକୁ ଗୁରୁତ୍ବର ସହ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ଏବଂ ଅଭିଯୁକ୍ତମାନଙ୍କୁ ଖୋଜୁଛି।

ଆହୁରି ପଢନ୍ତୁ : Delhi Violence Case : ବୁଦ୍ଧିଜୀବୀ ଆତଙ୍କବାଦୀ ହେଲେ ଅତି ବିପଜ୍ଜନକ ହୋଇଯାନ୍ତି : ଦିଲ୍ଲୀ ପୁଲିସ

ରିପୋର୍ଟ ଅନୁଯାୟୀ, ଅର୍ଣ୍ଣବ କଲେଜ ପାଇଁ ମୁଲୁଣ୍ଡ ଯାତ୍ରା କରୁଥିଲେ। ଯାତ୍ରା ସମୟରେ ଜଣେ ଯାତ୍ରୀ ତାଙ୍କୁ ଠେଲି ଦେଇଥିଲେ। ଏହାକୁ ନେଉ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଯାହାକି ପରେ ମରାଠୀ ବନାମ ହିନ୍ଦୀ ଭାଷା ବିବାଦ ଆଡ଼କୁ ଯାଇଥିଲା । ଏହାକୁ ନେଇ ଚାରି କିମ୍ବା ପାଞ୍ଚ ଜଣ ଲୋକ ଅର୍ଣ୍ଣବଙ୍କୁ ନିର୍ମମ ଭାବରେ ମାଡ଼ ମାରିଥିଲେ। ଏଥିରେ ଅର୍ଣ୍ଣବଙ୍କ ମୁଣ୍ଡ ଓ ଶରୀରରେ ଆଘାତ ଲାଗିଥିଲା । ଅପମାନରେ ଘରକୁ ଫେରି ସେ ଆତ୍ମହତ୍ୟା କରିଥିଲେ । 

ଆହୁରି ପଢନ୍ତୁ : Kashmir Times : ସମ୍ବାଦପତ୍ର ଅଫିସରୁ ମିଳିଲା ଏକେ-୪୭ ଗୁଳି

"ଅନ୍ୟ କାହାର ପିଲା ସହ ଏପରି ନହେଉ”

ଅର୍ଣ୍ଣବଙ୍କ ବାପା କହିଛନ୍ତି ଯେ ତାଙ୍କ ପୁଅ ଜଣେ ଶାନ୍ତ ବ୍ୟକ୍ତି ଥିଲା ଏବଂ ଏହି ଆକ୍ରମଣ ତାଙ୍କୁ ହୃଦୟରୁ ଭାଙ୍ଗି ଦେଇଛି। ସେ କହିଛନ୍ତି, "ଯଦି ପୋଲିସ ସମୟ ମଧ୍ୟରେ ଅଭିଯୁକ୍ତଙ୍କୁ ଧରି କଠୋର ଦଣ୍ଡ ଦିଏ, ତେବେ ଅନ୍ୟ କୌଣସି ପିତାମାତାଙ୍କୁ ଏପରି ଦିନର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe