Indore Molestation: କ୍ରିକେଟର୍‌ଙ୍କୁ ଅସଦାଚରଣ ମାମଲାରେ ତୀବ୍ର ହେଲା ରାଜନୀତି

ଇନ୍ଦୋରରେ ଦୁଇ ଜଣ ଅଷ୍ଟ୍ରେଲୀୟ କ୍ରିକେଟରଙ୍କ ସହ ହୋଇଥିବା ଅସଦାଚାରଣ ମାମଲାକୁ ନେଇ ଏବେ ରାଜନୀତି ପଶିଲାଣି। ଏହି ପ୍ରସଂଗକୁ ନେଇ ମଧ୍ୟପ୍ରଦେଶ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି।

ଅଦ୍ୟତନ ହୋଇଛି
Untitled-10qwr

ଇନ୍ଦୋର: ଇନ୍ଦୋରରେ ଦୁଇ ଜଣ ଅଷ୍ଟ୍ରେଲୀୟ କ୍ରିକେଟରଙ୍କ ସହ ହୋଇଥିବା ଅସଦାଚାରଣ ମାମଲାକୁ ନେଇ ଏବେ ରାଜନୀତି ପଶିଲାଣି। ଏହି ପ୍ରସଂଗକୁ ନେଇ ମଧ୍ୟପ୍ରଦେଶ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ବିରୋଧୀ ନେତାମାନେ ମହିଳାଙ୍କ ପାଇଁ ସୁରକ୍ଷିତ ସ୍ଥାନ ସୁନିଶ୍ଚିତ କରିବାରେ ବିଫଳ ହେବା ପାଇଁ ଶାସକ ବିଜେପିକୁ ଦାୟୀ କରିଛନ୍ତି। ତେବେ ତାହାର ପା‌ଲଟା ଜବାବ ଦେଇଛି ଶାସକ ଦଳ ବିଜେପି। ବିଜେପି କହିଛି ଯେ ସରକାର ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଅକିଲ ଖାନ୍‌ଙ୍କୁ ଗିରଫ କରାଇଛନ୍ତି। 

ଆହୁରି ପଢ଼ନ୍ତୁ: ଜାଣିନି ଆଉ ଅଷ୍ଟ୍ରେଲିଆକୁ ଫେରିବି କି ନାହିଁ : ରୋହିତ

ଆହୁରି ପଢ଼ନ୍ତୁ: ୪୭ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଗଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ

କ’ଣ ଘଟିଥିଲା

ଭାରତ ଦ୍ୱାରା ଆୟୋଜିତ ମହିଳା ବିଶ୍ୱକପରେ ଅଂଶଗ୍ରହଣ କରିଥିବା ଦୁଇ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ବାଇକରେ ଆସି ଅକିଲ୍‌ ଖାନ "ଅନୁପଯୁକ୍ତ ଭାବରେ ସ୍ପର୍ଶ" କରିଥିଲେ। ଇନ୍ଦୋରରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ପରାସ୍ତ କରିବାର ଗୋଟିଏ ଦିନ ପରେ ଗୁରୁବାର ଦିନ ଖେଳାଳିମାନେ ସେମାନଙ୍କ ହୋଟେଲରୁ ଏକ କାଫେକୁ ଚାଲିଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ଖାନ ଖେଳାଳିମାନଙ୍କୁ ଅନୁସରଣ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅନୁପଯୁକ୍ତ ଭାବରେ ସ୍ପର୍ଶ କରିଥିଲେ ଏବଂ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ଖେଳାଳିମାନେ ତୁରନ୍ତ ସେମାନଙ୍କ ଦଳର ସୁରକ୍ଷା ଅଧିକାରୀଙ୍କୁ ଜଣାଇଲେ, ଯିଏ ପୁଲିସରେ ଅଭିଯୋଗ କଲେ। ଧାରା ୭୪ ଏବଂ ଧାରା ୭୮ ଅନୁଯାୟୀ ଏକ ଏଫଆଇଆର ରୁଜୁ କରାଯାଇଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀ ଖାନଙ୍କ ମୋଟରସାଇକେଲ ନମ୍ବର ଲେଖିବା ପରେ ଅଭିଯୁକ୍ତଙ୍କୁ ଠାବ କରାଯାଇଥିଲା। ପୁଲିସ କହିଛି ଯେ ଖାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି।

ଘଟଣା ରାଜନୈତିକ ଝଡ଼ ସୃଷ୍ଟି କରିଛି

ଏହି ଘଟଣା ଏକ ରାଜନୈତିକ ଝଡ଼ ସୃଷ୍ଟି କରିଛି। ବିରୋଧୀ ରାଜ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ସରକାରଙ୍କ ବିରୋଧରେ ଜୋରଦାର ପ୍ରତିବାଦ କରିଉନ୍ତି।

ଶିବସେନା (UBT) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଏକ ଏକ୍ସ ପୋଷ୍ଟ୍‌ କରି ଲେଖିଛନ୍ତି,‘‘ଲଜ୍ଜାଜନକ। ଆମେ ଆର୍ଥିକ ଅଭିବୃଦ୍ଧି ବିଷୟରେ ଗର୍ବ କରୁ, କିନ୍ତୁ ଆମେ ମହିଳାମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ଯୋଗାଇବାରେ ବିଫଳ ହେଉଛୁ। ଏହା ଏକ ଲଜ୍ଜାଜନକ କାର୍ଯ୍ୟ।’’

ଅଧିକ ପଢ଼ନ୍ତୁ: ଦୁଇ ଅଷ୍ଟ୍ରେଲୀୟ ମହିଳା  କ୍ରିକେଟରଙ୍କୁ ପିଛା କରି ଅନୁପଯୁକ୍ତ ସ୍ପର୍ଶ କରିଥିବା ବାଇକ୍‌ ଚାଳକ ଗିରଫ

ଅଧିକ ପଢ଼ନ୍ତୁ: ଅଷ୍ଟ୍ରେଲୀୟ ମହିଳା କ୍ରିକେଟରଙ୍କୁ ଅସଦାଚରଣ ମାମଲାରେ ପ୍ରତିକ୍ରିୟା ରଖିଲା ବିସିସିଆଇ

australia | indore | molested

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe