Suicide attack in Pakistan: 6 soldiers killed Photograph: (sambad.in)
ଇସଲାମାବାଦ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ନୋକୁଣ୍ଡି ଅଞ୍ଚଳରେ ଅବସ୍ଥିତ ଚାଗାଇରେ ଫ୍ରଣ୍ଟିୟର୍ କର୍ପସ୍ (FC) ମୁଖ୍ୟାଳୟର ମୁଖ୍ୟ ଫାଟକରେ ସୋମବାର ସକାଳେ ଏକ ଆତ୍ମଘାତୀ ଆକ୍ରମଣ ହୋଇଛି। ଏଥିରେ ଛଅ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି।
ଏହି ଆକ୍ରମଣ ବେଲୁଚିସ୍ତାନ ଲିବରେସନ୍ ଫ୍ରଣ୍ଟ (BLF)ର ସାଦଓ ଅପରେସନାଲ୍ ବାଟାଲିଅନ୍ (SOB) ଦ୍ୱାରା କରାଯାଇଥିଲା।
ଆହୁରି ପଢ଼ନ୍ତୁ:Widow Attempts Set Fire ଜିଲ୍ଲାପାଳଙ୍କ ଜନଶୁଣାଣି ସମୟରେ ବିଧବା ମହିଳାଙ୍କ ଆତ୍ମାହୁତି ଉଦ୍ୟମ
ବାଲୁଚିସ୍ତାନ ଲିବରେସନ ଆର୍ମି (BLA) ସମ୍ପ୍ରତି ପାକିସ୍ତାନୀ ସୁରକ୍ଷା ସ୍ଥାନଗୁଡ଼ିକ ଉପରେ ଆକ୍ରମଣକୁ ଜୋରଦାର କରିଛି। ଏହା ମାର୍ଚ୍ଚ ୧୧ରେ ଆରମ୍ଭ ହୋଇଥିଲା। ଯେତେବେଳେ ଆତଙ୍କବାଦୀମାନେ ୪୪୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରେନ୍ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଥିଲେ। ସେବେଠାରୁ ଆକ୍ରମଣ ଜାରି ରହିଛି। ଜୁନ୍, ଅଗଷ୍ଟ, ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଟ୍ରେନ୍ଗୁଡ଼ିକୁ ଲକ୍ଷ୍ୟ କରି ଅନେକ ବୋମାମାଡ଼ ଏବଂ ରକେଟ ଆକ୍ରମଣ କରାଯାଇଥିଲା।
ଗୁଳିଚାଳନା ଏବଂ ସଂଘର୍ଷ ଜାରି ରହିଛି
ସୋମବାର ସକାଳେ ହୋଇଥିବା ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ମୁଖ୍ୟ ଫାଟକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ପାଖରେ ଥିବା କାନ୍ଥଗୁଡ଼ିକ ମଧ୍ୟ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ପାକିସ୍ତାନୀ ଅଧିକାରୀମାନେ ସୂଚନା ଦେଇଛନ୍ତି, ମୁଖ୍ୟ ଫାଟକ ଉପରେ ଆକ୍ରମଣ ପରେ ତୁରନ୍ତ ସଶସ୍ତ୍ର ଆକ୍ରମଣକାରୀମାନେ ନୋକୁଣ୍ଡିରେ ଥିବା FC ମୁଖ୍ୟାଳୟରେ ପ୍ରବେଶ କରିଥିଲେ।
ମୁଖ୍ୟାଳୟ ପରିସରରେ ଗୁଳି ବିନିମୟ ଏବଂ ସଂଘର୍ଷ ଜାରି ରହିଛି। ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ବୋଲି ବର୍ଣ୍ଣନା କରାଯାଇଛି। ଆକ୍ରମଣ ପରେ ଡାକ୍ତରଖାନାଗୁଡ଼ିକରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।
ଆହୁରି ପଢ଼ନ୍ତୁ:Tantrik Arrest: ବିବାହିତା ପ୍ରେମିକାକୁ ନିଜର କରିବାକୁ ବଶୀକରଣ ପାଇଁ ତାନ୍ତ୍ରିକ ପାଖରେ ପହଞ୍ଚିଲା ଯୁବକ, ହତ୍ୟା କଲା ଗୁଣିଆ
ସହାୟତା କାର୍ଯ୍ୟରେ ୨ ହେଲିକପ୍ଟର
ରିପୋର୍ଟ ଅନୁଯାୟୀ, ଘଟଣାସ୍ଥଳକୁ ସହାୟତା କରିବା ପାଇଁ କ୍ୱେଟାରୁ ଦୁଇଟି ହେଲିକପ୍ଟର ପଠାଯାଇଥିଲା । ଅଧିକାରୀମାନେ ମୃତାହତଙ୍କ ଆନୁଷ୍ଠାନିକ ବିବରଣୀ ପ୍ରକାଶ କରିବା ପାଇଁ କାର୍ଯ୍ୟ କରୁଛନ୍ତି।
Follow Us