Supreme Court: ମାଗଣା ବଣ୍ଟନ ନେଇ ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ: କର୍ମ ସଂସ୍କୃତି ନଷ୍ଟ କରୁଛି

Advertisment

ରାଜ୍ୟ ସରକାରମାନଙ୍କ ଦ୍ୱାରା ଘୋଷଣା କରାଯାଉଥିବା ମାଗଣା ବଣ୍ଟନ ବା ‘ଫ୍ରିବିଜ୍’କୁ ନେଇ   ସୁପ୍ରିମକୋର୍ଟ ଗୁରୁବାର ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଜୟମାଲ୍ୟ....

ରାଜ୍ୟ ସରକାରମାନଙ୍କ ଦ୍ୱାରା ଘୋଷଣା କରାଯାଉଥିବା ମାଗଣା ବଣ୍ଟନ ବା ‘ଫ୍ରିବିଜ୍’କୁ ନେଇ   ସୁପ୍ରିମକୋର୍ଟ ଗୁରୁବାର ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଜୟମାଲ୍ୟ....

Supreme-Court-of-India

ନୂଆଦିଲ୍ଲୀ: ରାଜ୍ୟ ସରକାରମାନଙ୍କ ଦ୍ୱାରା ଘୋଷଣା କରାଯାଉଥିବା ମାଗଣା ବଣ୍ଟନ ବା ‘ଫ୍ରିବିଜ୍’କୁ ନେଇ   ସୁପ୍ରିମକୋର୍ଟ ଗୁରୁବାର ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍‌ଚୀ ଓ ଜଷ୍ଟିସ୍ ବିପୁଲ ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଚେତାବନୀ ଦେଇଛନ୍ତି ଯେ ଏଭଳି  ଅନିୟନ୍ତ୍ରିତ ଦାତବ୍ୟ ଦେଶର ଅର୍ଥନୈତିକ ପ୍ରଗତିକୁ ଗୁରୁତର ଭାବେ ବାଧାପ୍ରାପ୍ତ କରୁଛି। ଲୋକଙ୍କୁ ମାଗଣା ବାଣ୍ଟିବା ପାଇଁ ଅର୍ଥ କେଉଁଠୁ ଆସୁଛି ଏବଂ ଏହାର ଭବିଷ୍ୟତ କ’ଣ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

Viksit Bharat 2047: ସମଗ୍ର ବିଶ୍ୱରେ ଡିଜିଟାଲ ପରିବର୍ତ୍ତନ ଦ୍ରୁତ ଗତିରେ ଘଟୁଛି: ଅଖିଳ କୁମାର ମିଶ୍ର

ଶୁଣାଣି ସମୟରେ  ପ୍ରଧାନ ବିଚାରପତି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇ କହିଛନ୍ତି, ଯଦି ସକାଳୁ ସଞ୍ଜ ପର୍ଯ୍ୟନ୍ତ ସବୁକିଛି ମାଗଣାରେ ମିଳିବ, ତେବେ କାମ କରିବ କିଏ?  ମାଗଣା ବଣ୍ଟନ ଦେଶର ଶ୍ରମ ସଂସ୍କୃତିକୁ ନଷ୍ଟ କରୁଥିବା କୋର୍ଟ କହିଛନ୍ତି। ବିଶେଷ କରି ତାମିଲନାଡୁ ପାୱାର ଡିଷ୍ଟ୍ରିବ୍ୟୁସନ୍‌ କର୍ପୋରେସନ (ଟିଏନ୍‌ପିଡିସିଏଲ୍‌)ର ଏକ ଆବେଦନ ଉପରେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଶେଷ ମୁହୂର୍ତ୍ତରେ ମାଗଣା ବିଦ୍ୟୁତ୍ ଯୋଜନା ଘୋଷଣା କରିବା ଫଳରେ ବିଦ୍ୟୁତ୍ ବିତରଣ କମ୍ପାନିମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବାରୁ ରାଜ୍ୟ 
ସରକାରମାନଙ୍କ ମାଗଣା ବଣ୍ଟନ ଉପରେ ସର୍ବୋଚ୍ଚ ଅଦାଲତ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

Health: ପୁଅର ଚିକିତ୍ସା ପାଇଁ ଅର୍ଥ ଅଭାବ, ଚିନ୍ତାରେ ଦାଦନ ପରିବାର

ରାଜ୍ୟଗୁଡ଼ିକୁ ସତର୍କ କରାଇଲେ
ତାମିଲନାଡୁ ସରକାରଙ୍କୁ କୈଫିୟତ ତଲବ

ଅଦାଲତ କହିଛନ୍ତି ଯେ ଅଧିକାଂଶ ରାଜ୍ୟ ନିଜ ମୋଟ ରାଜସ୍ୱର ପ୍ରାୟ ୨୫% କେବଳ ସବ୍‌ସିଡିରେ ଖର୍ଚ୍ଚ କରୁଛନ୍ତି। ଫଳରେ ରାସ୍ତାଘାଟ, ଡାକ୍ତରଖାନା ଏବଂ ବିଦ୍ୟାଳୟ ଭଳି ଜନକଲ୍ୟାଣକାରୀ ଭିତ୍ତିଭୂମି ପାଇଁ ପାଣ୍ଠିର ଅଭାବ ଦେଖାଦେଉଛି। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ଗରିବଙ୍କୁ ସାହାଯ୍ୟ କରିବା ଉଚିତ, କିନ୍ତୁ ସମସ୍ତଙ୍କ ପାଇଁ ସାର୍ବଜନୀନ ମାଗଣା ସୁବିଧା କେବଳ ଏକ ରାଜନୈତିକ ଆପୋସ ବୁଝାମଣା ନୀତି।
ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି ଯେ ସରକାରମାନେ ଲୋକଙ୍କୁ ମାଗଣା ଜିନିଷ ବାଣ୍ଟିବା ପରିବର୍ତ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଧ୍ୟାନ ଦେବା ଆବଶ୍ୟକ।  ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ସମସ୍ତ ପକ୍ଷକୁ ନିଜର ଆର୍ଥିକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe