ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି (ଦେଓଘର ଟ୍ରେଜେରି) ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କୁ ମିଳିଥିବା ଜାମିନ ବିରୋଧରେ ସିବିଆଇର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ଜଷ୍ଟିସ୍ ଏମ.ଏମ. ସୁନ୍ଦରେଶ ଓ ଜଷ୍ଟିସ୍ ଏନ.କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବୟସକୁ ନେଇ ସିବିଆଇକୁ କିଛି କଠୋର ପ୍ରଶ୍ନ ପଚାରିଛନ୍ତି।
Encroachment eviction: ଭଦ୍ରକ ସହରରେ ପୁଣି ଉଚ୍ଛେଦ ଅଭିଯାନ ଆରମ୍ଭ
ଶୁଣାଣି ଆରମ୍ଭରେ ସୁପ୍ରିମକୋର୍ଟ ଉଭୟ ପକ୍ଷର ଓକିଲଙ୍କୁ କହିଥିଲେ, ‘ଆମେ ଭାବୁଛୁ ଯେ ଆପଣ ଉଭୟ (ସିବିଆଇ ଏବଂ ପ୍ରତିପକ୍ଷ) ଜାଣିଛନ୍ତି ଯେ ଏହି ଆବେଦନର ପରିଣାମ କ’ଣ ହେବ। ଅଭିଯୁକ୍ତମାନଙ୍କ ବୟସ ଏବେ ୬୦, ୭୦ ଏବଂ ୮୦ ବର୍ଷରେ ପହଞ୍ଚିଲାଣି। ଆମେ ସମସ୍ତେ ଜାଣୁ ଯେ ଆଇନର ପ୍ରଶ୍ନ ଏଠାରେ କ’ଣ। କୋର୍ଟଙ୍କ ଏହି ଟିପ୍ପଣୀର ଅର୍ଥ ଥିଲା ଯେ ଅଭିଯୁକ୍ତମାନେ ବହୁତ ବୟସ୍କ ହୋଇଯାଇଛନ୍ତି ଏବଂ ସେମାନେ ନିଜ ସଜାର ଏକ ବଡ଼ ଭାଗ ଜେଲ୍ରେ କାଟି ସାରିଛନ୍ତି। ତେଣୁ ବର୍ତ୍ତମାନର ସ୍ଥିତିରେ ପୁଣି ସେମାନଙ୍କୁ ଜେଲ୍ ପଠାଇବା କେତେଦୂର ଯୁକ୍ତିଯୁକ୍ତ। ଅନ୍ୟପକ୍ଷରେ ସିବିଆଇ ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ (ଏଏସ୍ଜି)
ଏସ.ଭି.ରାଜୁ କହିଥିଲେ ଯେ ଏହା ଆଇନର ପ୍ରଶ୍ନ ଓ ଏହାକୁ କଡ଼ାକଡ଼ି ଲାଗୁ କରାଯିବା ଉଚିତ।
Kandhamal: କେବେ ବଦଳିବ କନ୍ଧମାଳର ଭାଗ୍ୟ? ଯୁବଗୋଷ୍ଠୀଙ୍କ ପେଟ ପୁରାଉଛି କେରଳ!
ଝାଡ଼ଖଣ୍ଡ ହାଇକୋର୍ଟ ଯେଉଁଭଳି ଭାବେ ଲାଲୁ ଯାଦବଙ୍କ ସଜା ସ୍ଥଗିତ କରି ଜାମିନ ପ୍ରଦାନ କରିଛନ୍ତି, ତାହା ଆଇନତଃ ଭୁଲ। ଏହା ଏକ ବେଆଇନ ଆଦେଶ, କେବଳ ବୟସ ଆଧାରରେ ଆଇନର ଉଲ୍ଲଂଘନ କରାଯାଇ ପାରିବ ନାହିଁ ବୋଲି ସେ କହିଥିଲେ। ଲାଲୁପ୍ରସାଦଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ କୋର୍ଟଙ୍କୁ ଜଣାଇଥିଲେ ଯେ ଲାଲୁ ଯାଦବ ଏବେ ୭୫ ବର୍ଷରୁ ଅଧିକ ବୟସ୍କ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ତାଙ୍କର କିଡ୍ନି ପ୍ରତିରୋପଣ ହୋଇଛି ଏବଂ ସେ ଅନେକ ରୋଗରେ ପୀଡ଼ିତ। ସେ କୋର୍ଟଙ୍କୁ ଏହା ମଧ୍ୟ ମନେ ପକାଇ ଦେଇଥିଲେ ଯେ ଲାଲୁ ନିଜ ସଜାର ଅର୍ଦ୍ଧେକରୁ ଅଧିକ ସମୟ ଜେଲ୍ରେ କାଟିସାରିଛନ୍ତି। ସୁପ୍ରିମକୋର୍ଟ ବର୍ତ୍ତମାନ ଏହି ମାମଲାକୁ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏହା ସହିତ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଶୁଣାଣି ମଧ୍ୟରେ ଯେଉଁ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇସାରିଛି, ସେମାନଙ୍କର ତାଲିକା ପ୍ରସ୍ତୁତ କରାଯାଉ। ଯାହାଦ୍ୱାରା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯାଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/18/dgjdgjdgdjjgjgjg-2026-02-18-01-49-32.jpg)