ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ଓ ଅଲ୍ କାଏଦା ଏବଂ ସେମାନଙ୍କ ପ୍ରତିନିଧି ସଂଗଠନ ବିରୋଧରେ ମିଳିତ ଭାବେ କାର୍ଯ୍ୟ କରିବାକୁ ବୁଧବାର ଭାରତ ଅନ୍ତର୍ଜାତୀୟ ସମୁଦାୟକୁ ଆହ୍ବାନ ଦେଇଛି। ଜାତିସଂଘରେ ଭାରତର ସ୍ଥାୟୀ ମିସନର ପ୍ରଥମ ସଚିବ ରଘୁ ପୁରୀ କହିଛନ୍ତି, ଆତଙ୍କବାଦ ଅନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ପାଇଁ ବିପଦ। ଏହା କୌଣସି ସୀମା, ଜାତୀୟତା କିମ୍ବା ଜାତି ଜାଣେ ନାହିଁ ଏବଂ ଏହା ଏକ ଆହ୍ବାନ ଯାହାକୁ ଅନ୍ତର୍ଜାତୀୟ ସମ୍ପ୍ରଦାୟ ସାମୂହିକ ଭାବରେ ମୁକାବିଲା କରିବା ଆବଶ୍ୟକ।
ଆହୁରି ପଢନ୍ତୁ- Arrest: ଗ୍ରାମବାସୀଙ୍କ ମାଡ଼ରେ ନବମ ଶ୍ରେଣୀ ଛାତ୍ର ମୃତ ଘଟଣା: ଛେଳି ଚୋରି ସନ୍ଦେହ
ଜାତିସଂଘରେ ତାଲିକାଭୁକ୍ତ ଆତଙ୍କବାଦୀ ସଂଗଠନ ପାକିସ୍ତାନସ୍ଥିତ ଲସ୍କର-ଏ-ତୋଇବାର ପ୍ରକ୍ସି ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ଦ୍ୱାରା ୨୦୨୫ ଏପ୍ରିଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇ ପୁରୀ କହିଛନ୍ତି, ଆମେ ଆଇଏସଆଇଏସ୍ ଓ ଅଲ୍ କାଏଦା ଏବଂ ସେମାନଙ୍କ ପ୍ରକ୍ସି ବିରୋଧରେ ମିଳିତ ଭାବରେ କାର୍ଯ୍ୟ କରିବା ଉଚିତ। ଆତଙ୍କବାଦ ଉଦ୍ଦେଶ୍ୟରେ ନୂତନ ଓ ଉଦୀୟମାନ ଜ୍ଞାନକୌଶଳର ବ୍ୟବହାରକୁ ପ୍ରତିହତ କରିବା ପ୍ରସଙ୍ଗର ମୁକାବିଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ‘ଦିଲ୍ଲୀ ଘୋଷଣାନାମା’ ଆମ ପ୍ରତିବଦ୍ଧତାର ପ୍ରମାଣ ବୋଲି ପୁରୀ କହିଛନ୍ତି। ସେ କହିଛନ୍ତି ଯେ, ଦକ୍ଷତା ବୃଦ୍ଧି ଓ ଏହାର ସହଯୋଗୀମାନଙ୍କୁ ଭବିଷ୍ୟତରେ ଆତଙ୍କବାଦର ମୁକାବିଲା ପାଇଁ ପ୍ରସ୍ତୁତ କରିବା ପାଇଁ ଭାରତ ଏହାର ବିଭିନ୍ନ ସଂସ୍ଥା ମାଧ୍ୟମରେ ମିଳିତ ଜାତିସଂଘ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ ଜାରି ରଖିଛି।
ଆହୁରି ପଢନ୍ତୁ- 2 Indians Killed: ତୈଳ ଟ୍ୟାଙ୍କର୍ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ ଘଟଣା: ଦୁଇ ନିଖୋଜ ଭାରତୀୟ ନାବିକଙ୍କ ମୃତ୍ୟୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/03/05/new-project-6-2026-03-05-21-21-29.jpg)