Terrorist Demanded Money:ବାରମ୍ବାର ଟଙ୍କା ମାଗୁଥିବା ଆଦିଲର ହ୍ବାଟସଆପ ଚାଟ ଭାଇରାଲ

ସାମ୍ନାକୁ ଆସିଲା ଆତଙ୍କବାଦୀର ହ୍ବାଟସଆପ ଚାଟ୍। ଆତଙ୍କବାଦୀ ଆଦିଲ ଟଙ୍କା ପଠାଇବା ପାଇଁ ଜଣେ ବ୍ୟକ୍ତିଙ୍କୁ କ୍ରମାଗତ ଭାବେ କରିଚାଲିଥିଲା ଅନୁରୋଧ। ଦିଲ୍ଲୀ ବିସ୍ଫୋରଣ ପାଇଁ ୮ଲକ୍ଷ ଟଙ୍କା ଦେଇଥିଲା ଆଦିଲ।

New Project (3)

terrorist adil demanded money Photograph: (@sambad.in)

ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ଯାଞ୍ଚ ଏଜେନ୍ସିକୁ ଏକ ନୂଆ ତଥ୍ୟ ମିଳିଛି। ବିସ୍ଫୋରଣ ମାମଲାର ଯାଞ୍ଚ ଚାଲିଥିବା ବେଳେ ଘଟଣାରେ ସମ୍ପୃକ୍ତ ଥିବା ଆତଙ୍କବାଦୀ ଆଦିଲର ହ୍ବାଟସଆପ ଚାଟ ସାମ୍ନାକୁ ଆସିଛି। ଏହି ଚାଟରେ ଆଦିଲ ବାରମ୍ବାର ଟଙ୍କା ପାଇଁ ନେହୁରା ହେଉଥିବା ଦେଖିବାକୁ ମିଳୁଛି।

କୋଷାଧ୍ୟକ୍ଷ ଥିଲା ଆଦିଲ

ଯାଞ୍ଚ ଏଜେନ୍ସି ପକ୍ଷରୁ ପ୍ରକାଶ, ଆଦିଲ ବାରମ୍ବାର ଟଙ୍କା ପଠାଇବାକୁ ହ୍ବାଟସ ଆପରେ ଜଣଙ୍କୁ ଅନୁରୋଧ କରିଥିଲା। ଆଶଙ୍କା କରାଯାଉଛି ଆଦିଲ ଉକ୍ତ ଟଙ୍କାକୁ ବିସ୍ଫୋରଣ ପାଇଁ ଖର୍ଚ୍ଚ କରିଛି। କାରଣ ଯାଞ୍ଚରୁ ଜଣାପଡ଼ିଛି ଦିଲ୍ଲୀ ବିସ୍ଫୋରଣ ପାଇଁ ଖର୍ଚ୍ଚ ହୋଇଥିବା  ୨୬ଲକ୍ଷ ଟଙ୍କାରୁ ପ୍ରାୟ ୮ଲକ୍ଷ ଟଙ୍କା ଆଦିଲ ଦେଇଛି। ପଚରାଉଚରା ସମୟରେ ବି ଆତଙ୍କବାଦୀ ମୁଜମ୍ମିମ ଆଦିଲକୁ କୋଷାଧ୍ୟକ୍ଷ' ବୋଲି କୁହାଯାଉଥିବା ନେଇ ବୟାନ ଦେଇଛି। ହ୍ବାଟସ ଆପ ଚାଟ ଦେଖି ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି ଆଦିଲ ଟଙ୍କା ପାଗଳ ଥିଲା। ସେ ଟଙ୍କା ପାଇଁ ଚାଟରେ ଅନେକ ନେହୁରା ହୋଇଛି।

ଅଧିକପଢ଼ନ୍ତୁ:ବାତ୍ୟା ‘ସେନ୍ୟାର’ ଉପକୂଳରେ ମାଡ଼ ହେବ: ଓଡ଼ିଶା ସମେତ ୬ ରାଜ୍ୟରେ ପ୍ରବଳ ବର୍ଷା ପୂର୍ବାନୁମାନ

ସାମ୍ନାକୁ ଆସିଲା ଆତଙ୍କବାଦୀର ହ୍ବାଟସଆପ ଚାଟ୍

ସେପ୍ଟେମ୍ବର ୫ତାରିଖ ଚାଟରେ ଆଦିଲ ଲେଖିଛି, ‘ଶୁଭ ମଧ୍ୟାହ୍ନ ସାର। ମୁଁ ସ୍ୟାଲେରି ପଠାଇବାକୁ ଅନୁରୋଧ କରିଥିଲି। ମୋତେ ଟଙ୍କାର ଖୁବ ଆବଶ୍ୟକ ରହିଛି ସାର। ଯଥାଶୀଘ୍ର ଟଙ୍କା ପଠାଇ ଦିଅନ୍ତୁ। ସାର ମନେ ରଖିଥିବେ ମୁଁ ପୂର୍ବରୁ ପଠାଇଥିବା ଆକାଉଣ୍ଟରେ ହିଁ ଟଙ୍କା ପଠାଇବେ।ସେପ୍ଟେମ୍ବର ୬ ତାରିଖରେ ଆଦିଲ ପୁଣିଥରେ ମେସେଜ କଲା, ‘ଶୁଭ ସକାଳ ସାର। ଦୟାକରି ଟଙ୍କା ପଠାଇ ଦିଅନ୍ତୁ । ଆପଣଙ୍କ ନିକଟରେ ଋଣୀ ହୋଇ ରହିବି।’ ସେପ୍ଟେମ୍ବର ୭ରେ ପୁଣି ସେହି ଟଙ୍କା ପାଇଁ ନେହୁରା ହୋଇଥିଲା ଆଦିଲ। ନଭେମ୍ବର ୯ ତାରିଖରେ ପୁଣି ଏକ ମେସେଜ କରି ଆଦିଲ କହିଛି, ‘ସାର ଦୟା କରନ୍ତୁ। ମୋ ପରିସ୍ଥିତି ବୁଝନ୍ତୁ। ଯଥାଶୀଘ୍ର ଟଙ୍କା ପଠାଇ ଦିଅନ୍ତୁ। ଟଙ୍କାର ଖୁବ ଆବଶ୍ୟକ ଅଛି।’

ଅଧିକପଢ଼ନ୍ତୁ:ପୁଅର ବିବାହ ସ୍ଥଗିତ ହେବାପରେ ମା’ ଦେଲେ ପ୍ରତିକ୍ରିୟା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe