Terrorist attack: ଅଷ୍ଟ୍ରେଲିଆରେ ଆତଙ୍କବାଦୀ ଆକ୍ରମଣ: ଇହୁଦୀଙ୍କ ଉତ୍ସବରେ ଗୁଳିବର୍ଷା, ୧୨ ମୃତ

Advertisment

ଅଷ୍ଟ୍ରେଲିଆର ରାଜଧାନୀ ସିଡନୀ ଆଜି ଆତଙ୍କୀ ଆକ୍ରମଣରେ ଥରି ଉଠିଛି। ବଣ୍ଡି ବିଚ୍‌ରେ ରବିବାର ସନ୍ଧ୍ୟାରେ ଇହୁଦୀମାନଙ୍କ ଏକ ଉତ୍ସବ ଉପରେ ଦୁଇ ଜଣ ଆତଙ୍କବାଦୀ ଆଖିବୁଜା ଗୁଳିବର୍ଷା କରିବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି।

ଅଷ୍ଟ୍ରେଲିଆର ରାଜଧାନୀ ସିଡନୀ ଆଜି ଆତଙ୍କୀ ଆକ୍ରମଣରେ ଥରି ଉଠିଛି। ବଣ୍ଡି ବିଚ୍‌ରେ ରବିବାର ସନ୍ଧ୍ୟାରେ ଇହୁଦୀମାନଙ୍କ ଏକ ଉତ୍ସବ ଉପରେ ଦୁଇ ଜଣ ଆତଙ୍କବାଦୀ ଆଖିବୁଜା ଗୁଳିବର୍ଷା କରିବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି।

terroist attack

ସିଡନୀ: ଅଷ୍ଟ୍ରେଲିଆର ରାଜଧାନୀ ସିଡନୀ ଆଜି ଆତଙ୍କୀ ଆକ୍ରମଣରେ ଥରି ଉଠିଛି। ବଣ୍ଡି ବିଚ୍‌ରେ ରବିବାର ସନ୍ଧ୍ୟାରେ ଇହୁଦୀମାନଙ୍କ ଏକ ଉତ୍ସବ ଉପରେ ଦୁଇ ଜଣ ଆତଙ୍କବାଦୀ ଆଖିବୁଜା ଗୁଳିବର୍ଷା କରିବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ୬:୪୫ ସମୟରେ ଆର୍ଚର ପାର୍କ ଓ ବଣ୍ଡି ପ୍ୟାଭିଲିୟନ୍ ନିକଟରେ ଚାଲିଥିବା ‘ହାନୁକା’ ଉତ୍ସବରେ ହଠାତ୍‌ ଇହୁଦୀଙ୍କୁ ଟାର୍ଗେଟ୍‌ କରି ଦୁଇ ଜଣ ଆତଙ୍କୀ ସ୍ବୟଂଚାଳିତ ବନ୍ଧୁକରୁ ଗୁଳିମାଡ଼ କରିଥିଲେ। ସେତେବେଳେ ଘଟଣାସ୍ଥଳରେ ମହିଳା ଓ ଶିଶୁଙ୍କ ସମେତ ପ୍ରାୟ ୧ ହଜାର ଲୋକ ଉପସ୍ଥିତ ଥିଲେ। ଇସ୍ରାଏଲରେ ଗତ ‘ଅକ୍ଟୋବର ୭’ ଆକ୍ରମଣରୁ ବର୍ତ୍ତି ଯାଇଥିବା ଜଣେ ବ୍ୟକ୍ତି ଆଜିର ବଣ୍ଡି ବିଚ୍ ଗୁଳିକାଣ୍ଡରେ  ଆହତ ହୋଇଥିବା ଜଣାପଡ଼ିଛି। ଜଣାଶୁଣା ଇହୁଦୀ ନେତା ଆର୍ସେନ୍ ଓଷ୍ଟ୍ରୋଭସ୍କି ମଧ୍ୟ ଆହତ ହୋଇଥିବା ପୁଲିସ ସ୍ପଷ୍ଟ କରିଛି। 

Sydney Terror Attack : ଦୁଇଟି ଆତଙ୍କବାଦୀ ଆକ୍ରମଣରେ ଅଳ୍ପକେ ବର୍ତ୍ତିଯାଇଥିବା ବ୍ୟକ୍ତି

ମାନବତା ଉପରେ ଆକ୍ରମଣ: ମୋଦୀ

ଅନ୍ୟପକ୍ଷରେ ପୁଲିସ କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କୀର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ପୁଲିସ ଗୁଳିରେ ଗୁରୁତର ଆହତ ହୋଇଛି। ପୁଲିସ ତାଙ୍କୁ ଗିରଫ କରିଛି। ଜଣେ ଆକ୍ରମଣକାରୀର ନାମ ନାଭେଦ ଆକ୍ରାମ ବୋଲି ଜଣାପଡ଼ିଛି। ଆତଙ୍କବାଦୀ ବ୍ୟବହାର କରିଥିବା ଏକ କାର୍‌ରୁ ପୁଲିସ ଶକ୍ତିଶାଳୀ ବିସ୍ଫୋରକ ମଧ୍ୟ ଜବତ କରିଛି। ଇହୁଦୀମାନଙ୍କୁ ଟାର୍ଗେଟ୍‌ କରି ହୋଇଥିବା ଏହି ଆକ୍ରମଣକୁ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ଦୃଢ଼ ନିନ୍ଦା କରି ଏହାକୁ ଦେଶ ବରଦାସ୍ତ କରିବ ନାହିଁ ବୋଲି  କହିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ରୀ ମୋଦୀ ମଧ୍ୟ କଡ଼ା ନିନ୍ଦା କରିବା ସହ ଏହା ମାନବତା ଉପରେ ଆକ୍ରମଣ ବୋଲି କହିଛନ୍ତି। ଭାରତ ଅଷ୍ଟ୍ରେଲିଆ ସହିତ ଦୃଢ଼ ଭାବେ ରହିଛି ବୋଲି ସେ କହିଛନ୍ତି।   

୩ୟ T-20: ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କଲା ଭାରତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe